ଗୀତସଂହିତା 135 : 1 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର । ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର; ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର ।
ଗୀତସଂହିତା 135 : 2 (ORV)
ସଦାପ୍ରଭୁଙ୍କ ଗୃହରେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ-ପ୍ରାଙ୍ଗଣରେ ଠିଆ ହୋଇଥାଅ ଯେ ତୁମ୍ଭେମାନେ
ଗୀତସଂହିତା 135 : 3 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; କାରଣ ତାହା ମନୋହର ।
ଗୀତସଂହିତା 135 : 4 (ORV)
ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି ।
ଗୀତସଂହିତା 135 : 5 (ORV)
କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବ ଅପେକ୍ଷା ଶ୍ରେଷ୍ଠ ।
ଗୀତସଂହିତା 135 : 6 (ORV)
ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି ।
ଗୀତସଂହିତା 135 : 7 (ORV)
ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି; ସେ ଆପଣା ଭଣ୍ତାରସମୂହରୁ ବାୟୁ ବାହାର କରି ଆଣନ୍ତି ।
ଗୀତସଂହିତା 135 : 8 (ORV)
ସେ ମିସରର ପ୍ରଥମଜାତ ମନୁଷ୍ୟ ଓ ପଶୁ ଉଭୟକୁ ସଂହାର କଲେ ।
ଗୀତସଂହିତା 135 : 9 (ORV)
ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ ଓ ତାହାର ଦାସଗଣ ପ୍ରତିକୂଳରେ ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ ।
ଗୀତସଂହିତା 135 : 10 (ORV)
ସେ ଅନେକ ଗୋଷ୍ଠୀଙ୍କି ସଂହାର କଲେ, ପରାକ୍ରା; ରାଜାମାନଙ୍କୁ,
ଗୀତସଂହିତା 135 : 11 (ORV)
ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ବାଶନର ରାଜା ଓଗ୍କୁ, ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ ।
ଗୀତସଂହିତା 135 : 12 (ORV)
ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ, ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ ।
ଗୀତସଂହିତା 135 : 13 (ORV)
ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ; ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ ପରମ୍ପରାରେ ଥାଏ ।
ଗୀତସଂହିତା 135 : 14 (ORV)
ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ ।
ଗୀତସଂହିତା 135 : 15 (ORV)
ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା, ମନୁଷ୍ୟର ହସ୍ତକୃତ କର୍ମ ଅଟେ ।
ଗୀତସଂହିତା 135 : 16 (ORV)
ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ, ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;
ଗୀତସଂହିତା 135 : 17 (ORV)
ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; କିଅବା ସେମାନଙ୍କ ମୁଖରେ ନିଶ୍ଵାସପ୍ରଶ୍ଵାସ ନାହିଁ ।
ଗୀତସଂହିତା 135 : 18 (ORV)
ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କ ଠାରେ ନିର୍ଭରକାରୀ ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ ।
ଗୀତସଂହିତା 135 : 19 (ORV)
ହେ ଇସ୍ରାଏଲ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;
ଗୀତସଂହିତା 135 : 20 (ORV)
ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର । ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର ।
ଗୀତସଂହିତା 135 : 21 (ORV)
ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: