ଗୀତସଂହିତା 130 : 1 (ORV)
ଆରୋହଣ-ଗୀତ । ହେ ସଦାପ୍ରଭୋ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି ।
ଗୀତସଂହିତା 130 : 2 (ORV)
ହେ ପ୍ରଭୋ, ମୋʼ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋʼ ବିନତି-ରବରେ ମନୋଯୋଗ କରୁ ।
ଗୀତସଂହିତା 130 : 3 (ORV)
ହେ ସଦାପ୍ରଭୋ, ତୁମ୍ଭେ ଯେବେ ଅପରାଧସବୁ ଧରିବ, ତେବେ ହେ ପ୍ରଭୋ, କିଏ ଠିଆ ହେବ?
ଗୀତସଂହିତା 130 : 4 (ORV)
ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି ।
ଗୀତସଂହିତା 130 : 5 (ORV)
ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋʼ ପ୍ରାଣ ଅପେକ୍ଷା କରୁଅଛି,
ଗୀତସଂହିତା 130 : 6 (ORV)
ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋʼ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ;
ଗୀତସଂହିତା 130 : 7 (ORV)
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ;
ଗୀତସଂହିତା 130 : 8 (ORV)
ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ ।

1 2 3 4 5 6 7 8

BG:

Opacity:

Color:


Size:


Font: