ଗୀତସଂହିତା 12 : 1 (ORV)
ପ୍ରଧାନ ବାଦକାର ନିମନ୍ତେ ଶମୀନୀତ୍ ସ୍ଵରରେ ଦାଉଦଙ୍କର ଗୀତ । ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଉଅଛି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ଵସ୍ତ ଲୋକର ହ୍ରାସ ହେଉଅଛି ।
ଗୀତସଂହିତା 12 : 2 (ORV)
ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ସଙ୍ଗେ ଅସାର କଥା କହନ୍ତି । ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ଵିଧାଚିତ୍ତରେ କଥା କହନ୍ତି ।
ଗୀତସଂହିତା 12 : 3 (ORV)
ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ଵା ଉଚ୍ଛିନ୍ନ କରିବେ;
ଗୀତସଂହିତା 12 : 4 (ORV)
ସେମାନେ କହନ୍ତି, ଆମ୍ଭେମାନେ ଜିହ୍ଵା ଦ୍ଵାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?
ଗୀତସଂହିତା 12 : 5 (ORV)
ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା ।
ଗୀତସଂହିତା 12 : 6 (ORV)
ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତଥର ପରିଷ୍କୃତ ରୂପା ତୁଲ୍ୟ ।
ଗୀତସଂହିତା 12 : 7 (ORV)
ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ ।
ଗୀତସଂହିତା 12 : 8 (ORV)
ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି ।

1 2 3 4 5 6 7 8

BG:

Opacity:

Color:


Size:


Font: