ଗୀତସଂହିତା 113 : 1 (ORV)
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ସଦାପ୍ରଭୁଙ୍କ ଦାସଗଣ, ତୁମ୍ଭେମାନେ ପ୍ରଶଂସା କର, ସଦାପ୍ରଭୁଙ୍କ ନାମର ପ୍ରଶଂସା କର ।
ଗୀତସଂହିତା 113 : 2 (ORV)
ଆଜିଠାରୁ ଅନନ୍ତକାଳ ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ ।
ଗୀତସଂହିତା 113 : 3 (ORV)
ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନାମ ପ୍ରଶଂସନୀୟ ।
ଗୀତସଂହିତା 113 : 4 (ORV)
ସଦାପ୍ରଭୁ ସମୁଦାୟ ଗୋଷ୍ଠୀ ଉପରେ ଓ ତାହାଙ୍କ ଗୌରବ ଆକାଶମଣ୍ତଳ ଉପରେ ଉଚ୍ଚୀକୃତ । ଯାହାଙ୍କର ଆସନ ଊର୍ଦ୍ଧ୍ଵରେ,
ଗୀତସଂହିତା 113 : 5 (ORV)
ଯେ ଆକାଶ ଓ ପୃଥିବୀକି ଦେଖିବା ପାଇଁ ଆପଣାକୁ ନତ କରନ୍ତି,
ଗୀତସଂହିତା 113 : 6 (ORV)
ସେହି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ତୁଲ୍ୟ କିଏ?
ଗୀତସଂହିତା 113 : 7 (ORV)
ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ,
ଗୀତସଂହିତା 113 : 8 (ORV)
ଦରିଦ୍ରକୁ ଧୂଳିରୁ ଉଠାନ୍ତି ଓ ଦୀନହୀନକୁ ଖତରାଶିରୁ ଉତ୍ତୋଳନ କରନ୍ତି ।
ଗୀତସଂହିତା 113 : 9 (ORV)
ସେ ବନ୍ଧ୍ୟା ସ୍ତ୍ରୀକି ଗୃହିଣୀ ଓ ସନ୍ତାନଗଣର ଆନନ୍ଦମୟୀ ମାତା କରନ୍ତି । ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର ।

1 2 3 4 5 6 7 8 9

BG:

Opacity:

Color:


Size:


Font: