ନିହିମିୟା 7 : 1 (ORV)
ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ଵାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ ।
ନିହିମିୟା 7 : 2 (ORV)
ତହୁଁ ମୁଁ ଆପଣା ଭ୍ରାତା ହନାନିକି ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ଵସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ଵରଙ୍କୁ ଭୟ କଲା ।
ନିହିମିୟା 7 : 3 (ORV)
ଆଉ, ମୁଁ ସେମାନଙ୍କୁ କହିଲି, ସୂର୍ଯ୍ୟ ପ୍ରଚଣ୍ତ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ଵାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ଵାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ-ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ ।
ନିହିମିୟା 7 : 4 (ORV)
ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହ ସବୁ ନିର୍ମିତ ହୋଇ ନ ଥିଲା ।
ନିହିମିୟା 7 : 5 (ORV)
ଏଉତ୍ତାରେ ବଂଶାବଳୀକ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ଵର ମୋʼ ମନରେ ପ୍ରବୃତ୍ତି ଦେଲେ । ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
ନିହିମିୟା 7 : 6 (ORV)
ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୁଖଦ୍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
ନିହିମିୟା 7 : 7 (ORV)
ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲଶନ୍, ମିସ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ । ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
ନିହିମିୟା 7 : 8 (ORV)
ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ ।
ନିହିମିୟା 7 : 9 (ORV)
ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ ।
ନିହିମିୟା 7 : 10 (ORV)
ଆରହର ସନ୍ତାନ ଛଅ ଶହ ବାଆନ ଜଣ ।
ନିହିମିୟା 7 : 11 (ORV)
ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ ।
ନିହିମିୟା 7 : 12 (ORV)
ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।
ନିହିମିୟା 7 : 13 (ORV)
ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ ।
ନିହିମିୟା 7 : 14 (ORV)
ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ ।
ନିହିମିୟା 7 : 15 (ORV)
ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ ।
ନିହିମିୟା 7 : 16 (ORV)
ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ ।
ନିହିମିୟା 7 : 17 (ORV)
ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ ।
ନିହିମିୟା 7 : 18 (ORV)
ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ ।
ନିହିମିୟା 7 : 19 (ORV)
ବିଗ୍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ ।
ନିହିମିୟା 7 : 20 (ORV)
ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ ।
ନିହିମିୟା 7 : 21 (ORV)
ହିଜକୀୟର ବଂଶଜାତ ଆଟରର ସନ୍ତାନ ଅଠାନବେ ଜଣ ।
ନିହିମିୟା 7 : 22 (ORV)
ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ ।
ନିହିମିୟା 7 : 23 (ORV)
ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ ।
ନିହିମିୟା 7 : 24 (ORV)
ହାରୀଫର ସନ୍ତାନ ଏକ ଶହ ବାର ଜଣ ।
ନିହିମିୟା 7 : 25 (ORV)
ଗିବିୟୋନର ସନ୍ତାନ ପଞ୍ଚାନବେ ଜଣ ।
ନିହିମିୟା 7 : 26 (ORV)
ବୈଥ୍ଲେହମ୍ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ ।
ନିହିମିୟା 7 : 27 (ORV)
ଅନାଥୋତର ଲୋକ ଏକ ଶହ ଅଠାଇଶ ଜଣ ।
ନିହିମିୟା 7 : 28 (ORV)
ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ ।
ନିହିମିୟା 7 : 29 (ORV)
କିରୀୟତ୍-ଯିୟାରୀମର, କଫୀରାର ଓ ବେରୋତର ଲୋକ ସାତଣଶହ ତେୟାଳିଶ ଜଣ ।
ନିହିମିୟା 7 : 30 (ORV)
ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ ।
ନିହିମିୟା 7 : 31 (ORV)
ମିକ୍ମସର ଲୋକ ଏକ ଶହ ବାଇଶ ଜଣ ।
ନିହିମିୟା 7 : 32 (ORV)
ବୈଥେଲ୍ ଓ ଅୟର ଲୋକ ଏକ ଶହ ତେଇଶ ଜଣ ।
ନିହିମିୟା 7 : 33 (ORV)
ଅନ୍ୟ ନବୋର ଲୋକ ବାଆନ ଜଣ ।
ନିହିମିୟା 7 : 34 (ORV)
ଅନ୍ୟ ଏଲମର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ ।
ନିହିମିୟା 7 : 35 (ORV)
ହାରୀମର ସନ୍ତାନ ତିନି ଶହ କୋଡ଼ିଏ ଜଣ ।
ନିହିମିୟା 7 : 36 (ORV)
ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ ।
ନିହିମିୟା 7 : 37 (ORV)
ଲୋଦ୍, ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ ।
ନିହିମିୟା 7 : 38 (ORV)
ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ ।
ନିହିମିୟା 7 : 39 (ORV)
ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ ।
ନିହିମିୟା 7 : 40 (ORV)
ଇମ୍ମେରର ସନ୍ତାନ ଏକ ହଜାର ବାଆନ ଜଣ ।
ନିହିମିୟା 7 : 41 (ORV)
ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ ।
ନିହିମିୟା 7 : 42 (ORV)
ହାରିମର ସନ୍ତାନ ଏକ ହଜାର ସତର ଜଣ ।
ନିହିମିୟା 7 : 43 (ORV)
ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ-ମାନଙ୍କ ମଧ୍ୟରୁ ଯେଶୂୟର, କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ ।
ନିହିମିୟା 7 : 44 (ORV)
ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ ।
ନିହିମିୟା 7 : 45 (ORV)
ଦ୍ଵାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମର ସନ୍ତାନ, ଆଟରର ସନ୍ତାନ, ଟଲମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶ ଜଣ ।
ନିହିମିୟା 7 : 46 (ORV)
ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
ନିହିମିୟା 7 : 47 (ORV)
କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
ନିହିମିୟା 7 : 48 (ORV)
ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍ମୟର ସନ୍ତାନଗଣ;
ନିହିମିୟା 7 : 49 (ORV)
ହାନନର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
ନିହିମିୟା 7 : 50 (ORV)
ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
ନିହିମିୟା 7 : 51 (ORV)
ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
ନିହିମିୟା 7 : 52 (ORV)
ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫୁଷୀମର ସନ୍ତାନଗଣ;
ନିହିମିୟା 7 : 53 (ORV)
ବକ୍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
ନିହିମିୟା 7 : 54 (ORV)
ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
ନିହିମିୟା 7 : 55 (ORV)
ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
ନିହିମିୟା 7 : 56 (ORV)
ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ ।
ନିହିମିୟା 7 : 57 (ORV)
ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
ନିହିମିୟା 7 : 58 (ORV)
ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
ନିହିମିୟା 7 : 59 (ORV)
ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୋନର ସନ୍ତାନଗଣ ।
ନିହିମିୟା 7 : 60 (ORV)
ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ ।
ନିହିମିୟା 7 : 61 (ORV)
ପୁଣି, ତେଲମେଲହ, ତେଲହର୍ଶା, କଋବ୍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
ନିହିମିୟା 7 : 62 (ORV)
ଦଲାୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅଣଶହ ବୟାଳିଶ ଜଣ ।
ନିହିମିୟା 7 : 63 (ORV)
ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକୋସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା ।
ନିହିମିୟା 7 : 64 (ORV)
ଏମାନେ ବଂଶାବଳୀକ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ଵେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ ।
ନିହିମିୟା 7 : 65 (ORV)
ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ ।
ନିହିମିୟା 7 : 66 (ORV)
ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ।
ନିହିମିୟା 7 : 67 (ORV)
ଏହା ଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ ।
ନିହିମିୟା 7 : 68 (ORV)
ସେମାନଙ୍କର ସାତ ଶହ ଛତିଶ ଅଶ୍ଵ; ଦୁଇ ଶହ ପଞ୍ଚଚାଳିଶ ଖଚର;
ନିହିମିୟା 7 : 69 (ORV)
ଚାରି ଶହ ପଞ୍ଚତିରିଶ ଉଷ୍ଟ୍ର; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ ।
ନିହିମିୟା 7 : 70 (ORV)
ପୁଣି, ପିତୃବଂଶୀୟ ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ । ଶାସନକର୍ତ୍ତା ଭଣ୍ତାରରେ ଡାରିକ୍ ନାମକ ଏକ ହଜାର ସ୍ଵର୍ଣ୍ଣମୁଦ୍ରା, ପଚାଶ କୁଣ୍ତ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା ।
ନିହିମିୟା 7 : 71 (ORV)
ଆଉ, ପିତୃବଂଶୀୟ କେତେକ ପ୍ରଧାନ ଲୋକ କର୍ମର ଭଣ୍ତାରରେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ତ ରୂପା ଦେଲେ ।
ନିହିମିୟା 7 : 72 (ORV)
ଅନ୍ୟ ଲୋକ ସମସ୍ତେ ଡାରିକ୍ ନାମକ କୋଡ଼ିଏ ହଜାର ସ୍ଵର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ତ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ ।
ନିହିମିୟା 7 : 73 (ORV)
ଏଉତ୍ତାରେ ଯାଜକମାନେ ଓ ଲେବୀୟମାନେ ଓ ଦ୍ଵାରପାଳମାନେ ଓ ଗାୟକମାନେ, ଆଉ ଲୋକମାନଙ୍କ ମଧ୍ୟରୁ କେତେକ ଓ ନଥୀନୀୟମାନେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ । ଏଉତ୍ତାରେ ସପ୍ତମ ମାସ ଉପସ୍ଥିତ ହେଲା, ଆଉ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73

BG:

Opacity:

Color:


Size:


Font: