ନିହିମିୟା 12 : 1 (ORV)
ଯେଉଁ ଯାଜକମାନେ ଓ ଲେବୀୟମାନେ ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଥିଲେ, ସେମାନେ ଏହି, ଯଥା, ସରାୟ⇧, ଯିରିମୀୟ, ଏଜ୍ରା;
ନିହିମିୟା 12 : 2 (ORV)
ଅମରୀୟ, ମଲ୍ଲୂକ, ହଟୂଶ,
ନିହିମିୟା 12 : 3 (ORV)
ଶଖନୀୟ, ରହୂମ, ମରେମୋତ୍;
ନିହିମିୟା 12 : 4 (ORV)
ଇଦ୍ଦୋ, ଗିନ୍ନଥୋୟ, ଅବୀୟ;
ନିହିମିୟା 12 : 5 (ORV)
ମିୟାମୀନ୍, ମୋୟଦୀୟ, ବିଲଗା;
ନିହିମିୟା 12 : 6 (ORV)
ଶମୟୀୟ ଓ ଯୋୟାରୀବ୍, ଯିଦୟୀୟ;
ନିହିମିୟା 12 : 7 (ORV)
ସଲ୍ଲ, ଆମୋକ, ହିଲ୍‍କୀୟ, ଯିଦୟୀୟ । ଏମାନେ ଯେଶୂୟ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭ୍ରାତୃଗଣ ମଧ୍ୟରେ ପ୍ରଧାନ ଥିଲେ ।
ନିହିମିୟା 12 : 8 (ORV)
ଆଉ ଲେବୀୟମାନେ, ଯଥା, ଯେଶୂୟ, ବିନ୍ନୁୟି, କଦ୍ମୀୟେଲ, ଶେରେବୀୟ, ଯିହୁଦା ଓ ମତ୍ତନୀୟ, ଏହି ମତ୍ତନୀୟ ଓ ତାହାର ଭ୍ରାତୃଗଣ ଧନ୍ୟବାଦ-ସେବାର ଅଧ୍ୟକ୍ଷ ଥିଲେ ।
ନିହିମିୟା 12 : 9 (ORV)
ମଧ୍ୟ ସେମାନଙ୍କର ଭ୍ରାତା ବକ୍ବୁକୀୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀକର୍ମ କଲେ ।
ନିହିମିୟା 12 : 10 (ORV)
ପୁଣି, ଯେଶୂୟର ପୁତ୍ର ଯୋୟାକୀମ୍, ଯୋୟାକୀମ୍ର ପୁତ୍ର ଇଲୀୟାଶୀବ୍ ଓ ଇଲିୟାଶୀବ୍ର ପୁତ୍ର ଯୋୟାଦ୍,
ନିହିମିୟା 12 : 11 (ORV)
ଯୋୟାଦ୍ର ପୁତ୍ର ଯୋନାଥନ ଓ ଯୋନାଥନର ପୁତ୍ର ଯଦ୍ଦୂୟ ।
ନିହିମିୟା 12 : 12 (ORV)
ପୁଣି, ଯୋୟାକୀମ୍ର ସମୟରେ ଏହି ଯାଜକମାନେ ପିତୃବଂଶ-ପ୍ରଧାନ ଥିଲେ, ଯଥା, ସରାୟ-ବଂଶର ମରାୟ;
ନିହିମିୟା 12 : 13 (ORV)
ଯିରିମୀୟ-ବଂଶର ହନାନୀୟ; ଏଜ୍ରା-ବଂଶର ମଶୁଲ୍ଲମ୍; ଅମରୀୟ-ବଂଶର ଯିହୋହାନନ୍;
ନିହିମିୟା 12 : 14 (ORV)
ମଲ୍ଲୁକି-ବଂଶର ଯୋନାଥନ, ଶବନୀୟ-ବଂଶର ଯୋଷେଫ୍;
ନିହିମିୟା 12 : 15 (ORV)
ହାରିମ-ବଂଶର ଅଦନ୍; ମରାୟୋତ-ବଂଶର ହିଲ୍‍କୟ;
ନିହିମିୟା 12 : 16 (ORV)
ଇଦ୍ଦୋ-ବଂଶର ଜିଖରୀୟ; ଗିନ୍ନଥୋନ-ବଂଶର ମଶୁଲ୍ଲମ୍;
ନିହିମିୟା 12 : 17 (ORV)
ଅବୀୟ-ବଂଶର ସିଖ୍ରି; ମିନ୍ୟାମୀନ-ବଂଶର, ମୋୟଦୀୟ-ବଂଶର ପିଲ୍ଟେୟ;
ନିହିମିୟା 12 : 18 (ORV)
ବିଲ୍ଗା-ବଂଶର ଶମ୍ମୁୟ; ଶମୟୀୟ-ବଂଶର ଯିହୋନାଥନ୍;
ନିହିମିୟା 12 : 19 (ORV)
ଆଉ, ଯୋୟାରୀବ-ବଂଶର ମତ୍ତନୟ; ଯିଦୟୀୟ-ବଂଶର ଉଷି;
ନିହିମିୟା 12 : 20 (ORV)
ସଲ୍ଲୟ-ବଂଶର କଲ୍ଲୟ;
ନିହିମିୟା 12 : 21 (ORV)
ଆମୋକ-ବଂଶର ଏବର୍; ହିଲ୍‍କୀୟ-ବଂଶର ହଶବୀୟ; ଯିଦୟୀୟ-ବଂଶର ନଥନେଲ ।
ନିହିମିୟା 12 : 22 (ORV)
ଇଲୀୟାଶୀବ, ଯୋୟାଦ ଓ ଯୋହାନନ ଓ ଯଦ୍ଦୂୟ ସମୟରେ ଲେବୀୟମାନେ, ମଧ୍ୟ ପାରସିକ ଦାରୀୟାବସ୍ର ଅଧିକାର ସମୟରେ ଯାଜକମାନେ ପିତୃବଂଶ-ପ୍ରଧାନ ରୂପେ ବଂଶାବଳୀରେ ଲିଖିତ ହେଲେ ।
ନିହିମିୟା 12 : 23 (ORV)
ଲେବୀ-ବଂଶଜାତ ପିତୃବଂଶ-ପ୍ରଧାନମାନଙ୍କ ନାମ ଇଲୀୟାଶୀବର ପୁତ୍ର ଯୋହାନନର ସମୟ ପର୍ଯ୍ୟନ୍ତ ବଂଶାବଳୀ ପୁସ୍ତକରେ ଲିଖିତ ହେଲା ।
ନିହିମିୟା 12 : 24 (ORV)
ଲେବୀୟମାନଙ୍କର ପ୍ରଧାନଗଣ; ହଶବୀୟ, ଶେରେବୀୟ ଓ କଦ୍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭ୍ରାତୃଗଣ ପରମେଶ୍ଵରଙ୍କ ଲୋକ ଦାଉଦଙ୍କର ଆଜ୍ଞାନୁସାରେ ଦଳ ଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ ।
ନିହିମିୟା 12 : 25 (ORV)
ମତ୍ତନୀୟ ଓ ବକ୍ବୁକୀୟ, ଓବଦୀୟ, ମଶୁଲ୍ଲମ୍, ଟଲମୋନ୍, ଅକ୍କୂବ, ଦ୍ଵାରପାଳ ହୋଇ ଦ୍ଵାର ନିକଟବର୍ତ୍ତୀ ଭଣ୍ତାର-ଗୃହସକଳର ପ୍ରହରୀକର୍ମ କଲେ ।
ନିହିମିୟା 12 : 26 (ORV)
ଏମାନେ ଯୋଷାଦକର ପୌତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକର ସମୟରେ ଥିଲେ ।
ନିହିମିୟା 12 : 27 (ORV)
ଅନନ୍ତର ଯିରୂଶାଲମର ପ୍ରାଚୀର-ପ୍ରତିଷ୍ଠା ସମୟରେ ଲୋକମାନେ କରତାଳ, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା-ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୂଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସକଳ ସ୍ଥାନରେ ସେମାନଙ୍କୁ ଅନ୍ଵେଷଣ କଲେ ।
ନିହିମିୟା 12 : 28 (ORV)
ଆଉ, ଗାୟକମାନଙ୍କ ସନ୍ତାନଗଣ ଯିରୂଶାଲମର ଚତୁର୍ଦ୍ଦିଗସ୍ଥିତ ପଦାଭୂମିରୁ ଓ ନଟୋଫାତୀୟମାନଙ୍କ ନାନା ଗ୍ରାମରୁ;
ନିହିମିୟା 12 : 29 (ORV)
ମଧ୍ୟ ବୈଥ୍-ଗିଲ୍ଗଲରୁ, ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ; କାରଣ ଗାୟକମାନେ ଯିରୂଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇଥିଲେ ।
ନିହିମିୟା 12 : 30 (ORV)
ପୁଣି, ଯାଜକମାନେ ଓ ଲେବୀୟମାନେ ଆପଣା ଆପଣାକୁ ଶୁଚି କଲେ; ଆଉ, ସେମାନେ ଲୋକମାନଙ୍କୁ ଓ ଦ୍ଵାରସବୁ ଓ ପ୍ରାଚୀର ଶୁଚି କଲେ ।
ନିହିମିୟା 12 : 31 (ORV)
ଏଥି ଉତ୍ତାରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି, ଆଉ ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି; ତହିଁରେ ଏକ ଦଳ ଦକ୍ଷିଣ ପାର୍ଶ୍ଵରେ ପ୍ରାଚୀର ଉପର ଦେଇ ଖତ-ଦ୍ଵାର ଆଡ଼କୁ ଗଲେ;
ନିହିମିୟା 12 : 32 (ORV)
ପୁଣି, ସେମାନଙ୍କ ପଛେ ହୋଶୟୀୟ ଓ ଯିହୁଦାର ଅଧିପତିବର୍ଗର ଅର୍ଦ୍ଧେକ,
ନିହିମିୟା 12 : 33 (ORV)
ଆଉ ଅସରୀୟ, ଏଜ୍ରା ଓ ମଶୁଲ୍ଲମ୍,
ନିହିମିୟା 12 : 34 (ORV)
ଯିହୁଦା ଓ ବିନ୍ୟାମୀନ୍ ଓ ଶମୟୀୟ ଓ ଯିରିମୀୟ
ନିହିମିୟା 12 : 35 (ORV)
ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୂରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଯିଖରୀୟ
ନିହିମିୟା 12 : 36 (ORV)
ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ଵରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲାନ୍ତ
ନିହିମିୟା 12 : 37 (ORV)
ପୁଣି, ସେମାନେ ନିର୍ଝରଦ୍ଵାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାବଚ୍ଛ ଦ୍ଵାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ଵାର ପର୍ଯ୍ୟନ୍ତ ଗଲେ ।
ନିହିମିୟା 12 : 38 (ORV)
ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ଭେଟିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ⇧;
ନିହିମିୟା 12 : 39 (ORV)
ଆଉ, ଇଫ୍ରୟିମ-ଦ୍ଵାର ଓ ପୁରାତନଦ୍ଵାର ଓ ମତ୍ସ୍ୟଦ୍ଵାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ଵାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ଵାରରେ ଠିଆ ହୋଇ ରହିଲେ ।
ନିହିମିୟା 12 : 40 (ORV)
ଏହିରୂପେ ପରମେଶ୍ଵରଙ୍କ ଗୃହରେ ଧନ୍ୟବାଦ ଉତ୍ସର୍ଗକାରୀ ସେହି ଦୁଇ ଦଳ ଓ ଆମ୍ଭେ, ପୁଣି ଆମ୍ଭ ସଙ୍ଗେ ଅଧ୍ୟକ୍ଷମାନଙ୍କର ଅର୍ଦ୍ଧେକ;
ନିହିମିୟା 12 : 41 (ORV)
ଆଉ ଇଲୀୟାକୀମ୍, ମାସେୟ, ମିନ୍ୟାମୀନ, ମୀଖାୟ, ଇଲୀୟୋ-ଐନୟ, ଜିଖରୀୟ, ହନାନୀୟ, ତୂରୀବାଦକ, ଏହି ଯାଜକମାନେ;
ନିହିମିୟା 12 : 42 (ORV)
ଆଉ, ମାସେୟ ଓ ଶମୟୀୟ ଓ ଇଲୀୟାସର ଓ ଉଷି ଓ ଯିହୋହାନନ୍ ଓ ମଲକୀୟ ଓ ଏଲମ ଓ ଏଷର, ପୁଣି ଆମ୍ଭେ ସମସ୍ତେ ଠିଆ ହୋଇ ରହିଲୁ । ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରହୀୟ ଉଚ୍ଚୈଃସ୍ଵରରେ ଗାନ କଲେ ।
ନିହିମିୟା 12 : 43 (ORV)
ପୁଣି, ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ; କାରଣ ପରମେଶ୍ଵର ସେମାନଙ୍କୁ ମହାନନ୍ଦରେ ଆନନ୍ଦିତ କରିଥିଲେ; ଆଉ ସ୍ତ୍ରୀମାନେ, ମଧ୍ୟ ଓ ବାଳକ-ବାଳିକାଗଣ ଆନନ୍ଦ କଲେ; ତହିଁରେ ଯିରୂଶାଲମର ଆନନ୍ଦଧ୍ଵନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା ।
ନିହିମିୟା 12 : 44 (ORV)
ପୁଣି, ସେହି ଦିନରେ ଧନ ଓ ଉତ୍ତୋଳନୀୟ ଉପହାର, ପ୍ରଥମଜାତ ଫଳ ଓ ଦଶମାଂଶ, ଯାଜକ ଓ ଲେବୀୟମାନଙ୍କ ନିମନ୍ତେ ନାନା ନଗରର କ୍ଷେତ୍ରାନୁସାରେ ବ୍ୟବସ୍ଥା-ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରିସବୁରେ ଲୋକମାନେ ନିଯୁକ୍ତ ହେଲେ; କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦା ଆନନ୍ଦିତ ହୋଇଥିଲା ।
ନିହିମିୟା 12 : 45 (ORV)
ପୁଣି, ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞାନୁସାରେ ଆପଣାମାନଙ୍କ ପରମେଶ୍ଵରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ, ଆଉ ଗାୟକମାନେ ଓ ଦ୍ଵାରପାଳମାନେ ସେହିପରି କଲେ ।
ନିହିମିୟା 12 : 46 (ORV)
କାରଣ ପୂର୍ବକାଳେ ଦାଉଦ ଓ ଆସଫଙ୍କ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା ।
ନିହିମିୟା 12 : 47 (ORV)
ପୁଣି, ସରୁବ୍ବାବିଲ ଓ ନିହିମୀୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କର ଓ ଦ୍ଵାରପାଳମାନଙ୍କର ଅଂଶ ଦେଲେ; ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ଓ ଲେବୀୟମାନେ ହାରୋଣ-ସନ୍ତାନଗଣ ନିମନ୍ତେ ଦ୍ରବ୍ୟ ପ୍ରତିଷ୍ଠା କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47

BG:

Opacity:

Color:


Size:


Font: