ଏଜ୍ରା 7 : 1 (ORV)
ଏହିସବୁ ଘଟନା ଉତ୍ତାରେ ପାରସ୍ୟ-ରାଜ ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲ୍ରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରିୟ ହିଲ୍‍କୀୟର⇧ ସନ୍ତାନ,
ଏଜ୍ରା 7 : 2 (ORV)
ହିଲ୍‍କିୟ ଶଲ୍ଲୁମର ସନ୍ତାନ, ଶଲ୍ଲୁମ୍ ସାଦୋକର ସନ୍ତାନ, ସାଦୋକ୍ ଅହୀଟୂବର ସନ୍ତାନ,
ଏଜ୍ରା 7 : 3 (ORV)
ଅହୀଟୂବ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତର ସନ୍ତାନ,
ଏଜ୍ରା 7 : 4 (ORV)
ମରାୟୋତ୍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ,
ଏଜ୍ରା 7 : 5 (ORV)
ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍ର ସନ୍ତାନ, ପୀନହସ୍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର;
ଏଜ୍ରା 7 : 6 (ORV)
ଏହି ଏଜ୍ରା ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶା-ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା; ପୁଣି, ତାହା ପ୍ରତି ତାହାର ପରମେଶ୍ଵର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାକୁ ପ୍ରଦାନ କଲା ।
ଏଜ୍ରା 7 : 7 (ORV)
ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ-ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଜଣ, ପୁଣି ଗାୟକମାନେ ଓ ଦ୍ଵାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ ।
ଏଜ୍ରା 7 : 8 (ORV)
ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲା ।
ଏଜ୍ରା 7 : 9 (ORV)
କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲା, ପୁଣି ତାହା ପ୍ରତି ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲା ।
ଏଜ୍ରା 7 : 10 (ORV)
ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲା ।
ଏଜ୍ରା 7 : 11 (ORV)
ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ, ଅର୍ଥାତ୍, ସଦାପ୍ରଭୁଙ୍କ ଆଜ୍ଞାବାକ୍ୟର ଓ ଇସ୍ରାଏଲ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା, ତହିଁର ଅନୁଲିପି ଏହି, ଯଥା,
ଏଜ୍ରା 7 : 12 (ORV)
ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ବ୍ୟବସ୍ଥାଧ୍ୟାପକ, ସିଦ୍ଧ, ଇତ୍ୟାଦି - ଏଜ୍ରା ଯାଜକ ପ୍ରତି,
ଏଜ୍ରା 7 : 13 (ORV)
ମୁଁ ଆଜ୍ଞା କରୁଅଛି ଯେ, ମୋʼ ରାଜ୍ୟସ୍ଥିତ ଇସ୍ରାଏଲ ମଧ୍ୟରୁ ଯେତେ ଲୋକ, ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଯିରୂଶାଲମକୁ ସ୍ଵେଚ୍ଛାରେ ଯିବାକୁ ମନ କରନ୍ତି, ସେମାନେ ତୁମ୍ଭ ସଙ୍ଗେ ଯାଉନ୍ତୁ ।
ଏଜ୍ରା 7 : 14 (ORV)
କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ଵରଙ୍କ ବ୍ୟବସ୍ଥା ପ୍ରମାଣେ ଯିହୁଦା ଓ ଯିରୂଶାଲମର ତତ୍ତ୍ଵାନୁସନ୍ଧାନ କରିବାକୁ,
ଏଜ୍ରା 7 : 15 (ORV)
ପୁଣି, ଯିରୂଶାଲମରେ ଯାହାଙ୍କର ଆବାସ ଅଛି, ଇସ୍ରାଏଲର ସେହି ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ଵେଚ୍ଛାଦତ୍ତ ସୁନା ଓ ରୂପା,
ଏଜ୍ରା 7 : 16 (ORV)
ଆଉ, ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ଵରଙ୍କ ଯିରୂଶାଲମସ୍ଥିତ ଗୃହ ନିମନ୍ତେ ସ୍ଵେଚ୍ଛାପୂର୍ବକ ଯାହା ଦେବେ, ସେହିସବୁ ସ୍ଵେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ଵାରା ପ୍ରେରିତ ହେଉଅଛ;
ଏଜ୍ରା 7 : 17 (ORV)
ଏହେତୁ ତୁମ୍ଭେ ଏହି ମୁଦ୍ରା ଦ୍ଵାରା ଯନିପୂର୍ବକ ବୃଷ, ମେଷ, ମେଷଶାବକ ଓ ତହିଁ ସଙ୍ଗେ ନିରୂପିତ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ କ୍ରୟ କରି ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଯିରୂଶାଲମସ୍ଥିତ ଗୃହର ଯଜ୍ଞବେଦି ଉପରେ ଉତ୍ସର୍ଗ କରିବ ।
ଏଜ୍ରା 7 : 18 (ORV)
ଆଉ, ଅବଶିଷ୍ଟ ରୂପା ଓ ସୁନାରେ ତୁମ୍ଭକୁ ଓ ତୁମ୍ଭ ଭ୍ରାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ଇଚ୍ଛା ପ୍ରମାଣେ କରିବ ।
ଏଜ୍ରା 7 : 19 (ORV)
ପୁଣି, ତୁମ୍ଭ ପରମେଶ୍ଵରଙ୍କ ଗୃହର ସେବାର୍ଥକ ଯେସକଳ ପାତ୍ର ତୁମ୍ଭକୁ ଦିଆଯାଉଅଛି, ତାହାସବୁ ତୁମ୍ଭେ ଯିରୂଶାଲମର ପରମେଶ୍ଵରଙ୍କ ସମ୍ମୁଖରେ ସମର୍ପଣ କର ।
ଏଜ୍ରା 7 : 20 (ORV)
ପୁଣି, ତୁମ୍ଭ ପରମେଶ୍ଵରଙ୍କ ଗୃହ ନିମନ୍ତେ ପ୍ରୟୋଜନୀୟ ଆଉ ଯାହା କିଛି ତୁମ୍ଭକୁ ଦେବାକୁ ପଡ଼ିବ, ତାହା ରାଜାଙ୍କ ଭଣ୍ତାରଗୃହରୁ ଦିଅ ।
ଏଜ୍ରା 7 : 21 (ORV)
ଆଉ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଚାହିଁବ,
ଏଜ୍ରା 7 : 22 (ORV)
ତାହାସବୁ ଏକ ଶହ ତାଳ; ପର୍ଯ୍ୟନ୍ତ ରୂପା ଓ ଏକ ଶହ ମହଣ ପର୍ଯ୍ୟନ୍ତ ଗହମ ଓ ଏକ ଶହ ମହଣ ପର୍ଯ୍ୟନ୍ତ ଦ୍ରାକ୍ଷାରସ ଓ ଏକ ଶହ ମହଣ ପର୍ଯ୍ୟନ୍ତ ତୈଳ ଓ ଅପରିମିତ ଲବଣ ଯନିପୂର୍ବକ ଦେବା ପାଇଁ ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜା ନଦୀ ସେପାରିସ୍ଥ ସମସ୍ତ କୋଷାଧ୍ୟକ୍ଷଙ୍କୁ ଆଜ୍ଞା କରୁଅଛୁ ।
ଏଜ୍ରା 7 : 23 (ORV)
ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ଦ୍ଵାରା ଯାହା ଯାହା ଆଜ୍ଞା କରାଯାଇଅଛି, ତାହାସବୁ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ଗୃହ ନିମନ୍ତେ ଠିକ୍ ରୂପେ କରାଯାଉ; କାରଣ ରାଜା ଓ ତାଙ୍କ ପୁତ୍ରଗଣର ରାଜ୍ୟ ବିରୁଦ୍ଧରେ କାହିଁକି କୋପ ବର୍ତ୍ତିବ?
ଏଜ୍ରା 7 : 24 (ORV)
ଆହୁରି, ଯାଜକମାନଙ୍କର ଓ ଲେବୀୟମାନଙ୍କର, ଗାୟକମାନଙ୍କର, ଦ୍ଵାରପାଳମାନଙ୍କର, ନଥୀନୀୟ-ମାନଙ୍କର ଓ ପରମେଶ୍ଵରଙ୍କ ଏହି ଗୃହର ସେବକମାନଙ୍କର କାହାରି ଉପରେ କର, ରାଜସ୍ଵ ବା ମାଶୁଲ ବସାଇବା ବ୍ୟବସ୍ଥାବିରୁଦ୍ଧ ହେବ ବୋଲି ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ ।
ଏଜ୍ରା 7 : 25 (ORV)
ଆଉ, ହେ ଏଜ୍ରା, ତୁମ୍ଭ ପରମେଶ୍ଵରଙ୍କ ବିଷୟକ ଯେଉଁ ଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଚାରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ଵରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଚାରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତ କର; ଆଉ, ଯେ ତାହା ନ ଜାଣେ, ତାହାକୁ ତୁମ୍ଭେମାନେ ଶିକ୍ଷା ଦିଅ ।
ଏଜ୍ରା 7 : 26 (ORV)
ଆଉ, ଯେକେହି ତୁମ୍ଭ ପରମେଶ୍ଵରଙ୍କ ବ୍ୟବସ୍ଥା ଓ ରାଜବ୍ୟବସ୍ଥା ପାଳିବାକୁ ଅସମ୍ମତ ହେବ, ସେହି ଦୋଷ ପ୍ରାଣଦଣ୍ତର କି ନିର୍ବାସନର କି ଅର୍ଥଦଣ୍ତର କି କାରାଦଣ୍ତର ଯୋଗ୍ୟ ହେଉ ପଛେ, ଯନିପୂର୍ବକ ତାହାର ଶାସନ କରାଯିବ ।
ଏଜ୍ରା 7 : 27 (ORV)
ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କ ପିତୃଗଣର ପରମେଶ୍ଵର ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହ ଶୋଭାନ୍ଵିତ କରିବାକୁ ରାଜାର ଅନ୍ତଃକରଣରେ ଏରୂପ ପ୍ରବୃତ୍ତି ଦେଇଅଛନ୍ତି,
ଏଜ୍ରା 7 : 28 (ORV)
ଆଉ, ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରା; ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋʼ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହେଉନ୍ତୁ । ଏହିରୂପେ ମୋʼ ପ୍ରତି ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ହସ୍ତର ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋʼ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: