ଆଦି ପୁସ୍ତକ 6 : 1 (ORV)
ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;
ଆଦି ପୁସ୍ତକ 6 : 2 (ORV)
ସେତେବେଳେ ପରମେଶ୍ଵରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ ।
ଆଦି ପୁସ୍ତକ 6 : 3 (ORV)
ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବେ ନାହିଁ, ଯେହେତୁ ସେମାନଙ୍କ ବିପଥ ଗମନରେ ସେମାନେ ମାଂସମାତ୍ରି; ଏନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ ।
ଆଦି ପୁସ୍ତକ 6 : 4 (ORV)
ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ; ପୁଣି ତହିଁ ଉତ୍ତାରେ ପରମେଶ୍ଵରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ ।
ଆଦି ପୁସ୍ତକ 6 : 5 (ORV)
ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର ।
ଆଦି ପୁସ୍ତକ 6 : 6 (ORV)
ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ ।
ଆଦି ପୁସ୍ତକ 6 : 7 (ORV)
ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ତଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି ।
ଆଦି ପୁସ୍ତକ 6 : 8 (ORV)
ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ ।
ଆଦି ପୁସ୍ତକ 6 : 9 (ORV)
ନୋହଙ୍କର ବଂଶାବଳୀ ଏହି । ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ଵରଙ୍କ ସହିତ ଗମନାଗମନ କଲେ ।
ଆଦି ପୁସ୍ତକ 6 : 10 (ORV)
ନୋହ, ଶେମ ଓ ହାମ ଓ ଯେଫତ୍, ଏହି ତିନି ପୁତ୍ରଙ୍କୁ ଜାତ କଲେ ।
ଆଦି ପୁସ୍ତକ 6 : 11 (ORV)
ସେହି ସମୟରେ ପୃଥିବୀ ପରମେଶ୍ଵରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା ।
ଆଦି ପୁସ୍ତକ 6 : 12 (ORV)
ପୁଣି ପରମେଶ୍ଵର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛି; ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି ।
ଆଦି ପୁସ୍ତକ 6 : 13 (ORV)
ତହୁଁ ପରମେଶ୍ଵର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ଵାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା ।
ଆଦି ପୁସ୍ତକ 6 : 14 (ORV)
ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କର; ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ଵାରା ଲେପନ କର ।
ଆଦି ପୁସ୍ତକ 6 : 15 (ORV)
ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନିଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ ।
ଆଦି ପୁସ୍ତକ 6 : 16 (ORV)
ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ଵରେ ଦ୍ଵାର ରଖିବ; ଆଉ ତହିଁର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତଳ ବନାଇବ ।
ଆଦି ପୁସ୍ତକ 6 : 17 (ORV)
ପୁଣି ଆକାଶତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ, କରିବେ ।
ଆଦି ପୁସ୍ତକ 6 : 18 (ORV)
ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ ।
ଆଦି ପୁସ୍ତକ 6 : 19 (ORV)
ପୁଣି ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ ।
ଆଦି ପୁସ୍ତକ 6 : 20 (ORV)
ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ ।
ଆଦି ପୁସ୍ତକ 6 : 21 (ORV)
ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ ।
ଆଦି ପୁସ୍ତକ 6 : 22 (ORV)
ତହିଁରେ ନୋହ ସେରୂପ କଲେ; ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: