ଆଦି ପୁସ୍ତକ 45 : 1 (ORV)
ଏଥିରେ ଯୋଷେଫ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କ ସାକ୍ଷାତରେ ଆପଣାକୁ ସମ୍ଭାଳି ନ ପାରି ଉଚ୍ଚୈଃସ୍ଵରରେ କହିଲେ, ଆମ୍ଭ ସମ୍ମୁଖରୁ ସବୁ ଲୋକଙ୍କୁ ବାହାର କର । ତହୁଁ କେହି ତାଙ୍କ ନିକଟରେ ନ ରହନ୍ତେ, ଯୋଷେଫ ଭାଇମାନଙ୍କ ସାକ୍ଷାତରେ ଆପଣାର ପରିଚୟ ଦେବାକୁ ଲାଗିଲେ ।
ଆଦି ପୁସ୍ତକ 45 : 2 (ORV)
ସେ ଉଚ୍ଚୈଃସ୍ଵରରେ ଏପରି ରୋଦନ କଲେ ଯେ, ମିସ୍ରୀୟମାନେ ଓ ଫାରୋଙ୍କ ଗୃହସ୍ଥିତ ଲୋକମାନେ ତାହା ଶୁଣି ପାରିଲେ ।
ଆଦି ପୁସ୍ତକ 45 : 3 (ORV)
ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, ମୁଁ ଯୋଷେଫ; ମୋʼ ପିତା କି ଆଜିଯାଏ ବଞ୍ଚିଅଛନ୍ତି? ଏଥିରେ ତାଙ୍କର ଭାଇମାନେ ତାଙ୍କ ସାକ୍ଷାତରେ ଉଦ୍ବିଗ୍ନ ହେବାରୁ କିଛି ଉତ୍ତର ଦେଇ ପାରିଲେ ନାହିଁ ।
ଆଦି ପୁସ୍ତକ 45 : 4 (ORV)
ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ କହିଲେ, ବିନୟ କରୁଅଛି, ମୋʼ ପାଖକୁ ଆସ; ତହିଁରେ ସେମାନେ ପାଖକୁ ଯାଆନ୍ତେ, ସେ କହିଲେ, ମୁଁ ତୁମ୍ଭମାନଙ୍କର ଭାଇ ଯୋଷେଫ, ଯାହାକୁ ତୁମ୍ଭେମାନେ ମିସରଗାମୀ ଲୋକମାନଙ୍କୁ ବିକ୍ରୟ କରିଥିଲ।
ଆଦି ପୁସ୍ତକ 45 : 5 (ORV)
ମାତ୍ର ତୁମ୍ଭେମାନେ ମୋତେ ଏଠାକୁ ଆସିବା ପାଇଁ ବିକ୍ରୟ କଲ ବୋଲି ଏବେ ଦୁଃଖିତ ଓ ଆପଣା ଆପଣା ପ୍ରତି ବିରକ୍ତ ହୁଅ ନାହିଁ; କାରଣ ପରମେଶ୍ଵର ପ୍ରାଣ ବଞ୍ଚାଇବା ନିମନ୍ତେ ତୁମ୍ଭମାନଙ୍କ ଆଗେ ମୋତେ ପଠାଇଲେ ।
ଆଦି ପୁସ୍ତକ 45 : 6 (ORV)
ଦେଖ, କେବଳ ଦୁଇ ବର୍ଷ ହେଲା ଦେଶରେ ଦୁର୍ଭିକ୍ଷ ହୋଇଅଛି; ଆହୁରି ପାଞ୍ଚ ବର୍ଷ ବାକୀ ଅଛି, ତହିଁ ମଧ୍ୟରେ ଚାଷ କି ଶସ୍ୟଚ୍ଛେଦନ ହେବ ନାହିଁ ।
ଆଦି ପୁସ୍ତକ 45 : 7 (ORV)
ଏଣୁକରି ପରମେଶ୍ଵର ପୃଥିବୀରେ ତୁମ୍ଭମାନଙ୍କୁ ଅବଶିଷ୍ଟାଂଶ ରୂପେ ରକ୍ଷା କରିବାକୁ ଓ ମହା ଉଦ୍ଧାର ଉପଲକ୍ଷ୍ୟରେ ତୁମ୍ଭମାନଙ୍କୁ ପ୍ରାଣରେ ବଞ୍ଚାଇବାକୁ ତୁମ୍ଭମାନଙ୍କ ଆଗେ ମୋତେ ପଠାଇ ଅଛନ୍ତି ।
ଆଦି ପୁସ୍ତକ 45 : 8 (ORV)
ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ଵର ପଠାଇ ଅଛନ୍ତି; ପୁଣି ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି ।
ଆଦି ପୁସ୍ତକ 45 : 9 (ORV)
ଏଣୁ ତୁମ୍ଭେମାନେ ଶୀଘ୍ର ମୋʼ ପିତାଙ୍କ ନିକଟକୁ ଯାଇ ତାଙ୍କୁ କୁହ, ତୁମ୍ଭର ପୁତ୍ର ଯୋଷେଫ ଏହିପରି କହିଅଛି, ପରମେଶ୍ଵର ମୋତେ ସମସ୍ତ ମିସର ଦେଶର ପ୍ରଭୁ କରିଅଛନ୍ତି; ତୁମ୍ଭେ ମୋʼ ନିକଟକୁ ଆସ, ବିଳମ୍ଵ କର ନାହିଁ ।
ଆଦି ପୁସ୍ତକ 45 : 10 (ORV)
ତୁମ୍ଭେ ପୁତ୍ର ଓ ପୌତ୍ର ଓ ଗୋମେଷାଦି ସର୍ବସ୍ଵ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ ।
ଆଦି ପୁସ୍ତକ 45 : 11 (ORV)
ସେ ସ୍ଥାନରେ, ମୁଁ ତୁମ୍ଭଙ୍କୁ ପ୍ରତିପାଳନ କରିବି; କାରଣ ଆଉ ପାଞ୍ଚ ବର୍ଷ ଦୁର୍ଭିକ୍ଷ ରହିବ; ନୋହିଲେ ତୁମ୍ଭର ଓ ତୁମ୍ଭ ପରିବାରାଦି ସମସ୍ତଙ୍କର ଦରିଦ୍ରଦଶା ଘଟିବ ।
ଆଦି ପୁସ୍ତକ 45 : 12 (ORV)
ଦେଖ, ମୋହର ମୁଖ ତୁମ୍ଭମାନଙ୍କୁ ଏ କଥା କହୁଅଛି, ଏହା ତୁମ୍ଭମାନଙ୍କ ଚକ୍ଷୁ ଓ ମୋʼ ସହୋଦର ବିନ୍ୟାମିନର ଚକ୍ଷୁ ଦେଖୁଅଛି ।
ଆଦି ପୁସ୍ତକ 45 : 13 (ORV)
ଏଣୁ ତୁମ୍ଭେମାନେ ଏହି ମିସର ଦେଶରେ ମୋହର ଐଶ୍ଵର୍ଯ୍ୟାଦି ଯାହା ଯାହା ଦେଖୁଅଛ, ସେ ସମସ୍ତ ମୋʼ ପିତାଙ୍କୁ ଜଣାଇ ତାଙ୍କୁ ଶୀଘ୍ର ଏଠାକୁ ଆଣିବ ।
ଆଦି ପୁସ୍ତକ 45 : 14 (ORV)
ଅନନ୍ତର ସେ ଆପଣା ସହୋଦର ବିନ୍ୟାମିନର ଗଳା ଧରି ରୋଦନ କଲେ, ପୁଣି ବିନ୍ୟାମିନ ତାଙ୍କର ଗଳା ଧରି ରୋଦନ କଲା ।
ଆଦି ପୁସ୍ତକ 45 : 15 (ORV)
ପୁଣି ଯୋଷେଫ ଅନ୍ୟ ଭାଇମାନଙ୍କୁ ଚୁମ୍ଵନ କଲେ ଓ ସେମାନଙ୍କୁ ଧରି ରୋଦନ କଲେ । ଏଉତ୍ତାରୁ ତାଙ୍କର ଭାଇମାନେ ତାଙ୍କ ସଙ୍ଗରେ ଆଳାପ କରିବାକୁ ଲାଗିଲେ ।
ଆଦି ପୁସ୍ତକ 45 : 16 (ORV)
ଆଉ ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି, ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ ।
ଆଦି ପୁସ୍ତକ 45 : 17 (ORV)
ପୁଣି ଫାରୋ ଯୋଷେଫଙ୍କୁ କହିଲେ, ତୁମ୍ଭେ ଆପଣା ଭାଇମାନଙ୍କୁ କୁହ, ତୁମ୍ଭେମାନେ ଏହି କର୍ମ କର; ଆପଣା ଆପଣା ପଶୁମାନଙ୍କୁ ବୋଝାଇ କରି କିଣାନ ଦେଶକୁ ଯାଅ,
ଆଦି ପୁସ୍ତକ 45 : 18 (ORV)
ପୁଣି ପିତାଙ୍କୁ ଓ ଆପଣା ଆପଣା ସମସ୍ତ ପରିବାରକୁ ଘେନି ଆମ୍ଭ ନିକଟକୁ ଆସ; ଆମ୍ଭେ ତୁମ୍ଭମାନଙ୍କୁ ମିସର ଦେଶର ଉତ୍ତମ ଦ୍ରବ୍ୟ ଦେବା, ପୁଣି ତୁମ୍ଭେମାନେ ଦେଶର ସର୍ବୋତ୍ତମ ବିଷୟ ଭୋଗ କରିବ ।
ଆଦି ପୁସ୍ତକ 45 : 19 (ORV)
ଏବେ ଆମ୍ଭର ଆଜ୍ଞାନୁସାରେ ଏହି କର୍ମ କର, ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ଓ ଭାର୍ଯ୍ୟାମାନଙ୍କ ପାଇଁ ମିସର ଦେଶରୁ ଶକଟ ନେଇଯାଅ, ପୁଣି ଆପଣାମାନଙ୍କ ପିତାଙ୍କୁ ନେଇ ଆସ ।
ଆଦି ପୁସ୍ତକ 45 : 20 (ORV)
ଆଉ ଆପଣାମାନଙ୍କ ଦ୍ରବ୍ୟାଦି ବିଷୟରେ ଭାବନା କର ନାହିଁ; ସମସ୍ତ ମିସର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ ।
ଆଦି ପୁସ୍ତକ 45 : 21 (ORV)
ତହିଁରେ ଇସ୍ରାଏଲଙ୍କର ପୁତ୍ରମାନେ ସେହିପରି କଲେ; ପୁଣି ଯୋଷେଫ ଫାରୋଙ୍କର ଆଜ୍ଞାନୁସାରେ ସେମାନଙ୍କୁ ଶକଟ ଓ ପାଥେୟ ଦ୍ରବ୍ୟ ଦେଲେ ।
ଆଦି ପୁସ୍ତକ 45 : 22 (ORV)
ପୁଣି, ପ୍ରତ୍ୟେକ ଜଣକୁ ଏକ ଏକ ଯୋଡ଼ା ବସ୍ତ୍ର ଦେଲେ, ମାତ୍ର ବିନ୍ୟାମିନକୁ ତିନିଶହ ରୌପ୍ୟମୁଦ୍ରା ଓ ପାଞ୍ଚ ଯୋଡ଼ା ବସ୍ତ୍ର ଦେଲେ ।
ଆଦି ପୁସ୍ତକ 45 : 23 (ORV)
ପୁଣି ପିତାଙ୍କ ନିମନ୍ତେ ମିସର ଦେଶର ଉତ୍ତମ ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୋଟୀ ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପଠାଇଲେ ।
ଆଦି ପୁସ୍ତକ 45 : 24 (ORV)
ଏହିରୂପେ ଯୋଷେଫ ଆପଣା ଭାଇମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେମାନଙ୍କୁ କହିଲେ, ସାବଧାନ, ବାଟରେ କଳି କରିବ ନାହିଁ ।
ଆଦି ପୁସ୍ତକ 45 : 25 (ORV)
ଅନନ୍ତର ସେମାନେ ମିସର ଦେଶରୁ ପ୍ରସ୍ଥାନ କରି କିଣାନ ଦେଶରେ ଆପଣା ପିତା ଯାକୁବଙ୍କ ନିକଟରେ ଉପସ୍ଥିତ ହେଲେ ।
ଆଦି ପୁସ୍ତକ 45 : 26 (ORV)
ପୁଣି ସେମାନେ ତାଙ୍କୁ କହିଲେ, ଯୋଷେଫ ଆଜି ପର୍ଯ୍ୟନ୍ତ ଜୀବିତ ଅଛି, ଆଉ ସେ ସମସ୍ତ ମିସର ଦେଶର କର୍ତ୍ତା ହୋଇଅଛି । ଏଥିରେ ଯାକୁବଙ୍କର ହୃଦୟ ଜଡ଼ୀଭୂତ ହେଲା, କାରଣ ସେ ସେମାନଙ୍କୁ ବିଶ୍ଵାସ କଲେ ନାହିଁ ।
ଆଦି ପୁସ୍ତକ 45 : 27 (ORV)
ପୁଣି ଯୋଷେଫ ଯେତେ କଥା ସେମାନଙ୍କୁକହିଥିଲେ, ସେ ସବୁ କଥା ସେମାନେ ତାଙ୍କୁ କହିଲେ । ମାତ୍ର ସେ ଯେତେବେଳେ ତାଙ୍କୁ ନେବା ପାଇଁ ଯୋଷେଫଙ୍କ ପ୍ରେରିତ ଶକଟ ସବୁ ଦେଖିଲେ, ସେତେବେଳେ ସେମାନଙ୍କ ପିତା ଯାକୁବଙ୍କ ଆତ୍ମା ପୁନର୍ଜୀବିତ ହେଲା ।
ଆଦି ପୁସ୍ତକ 45 : 28 (ORV)
ତହିଁରେ ଇସ୍ରାଏଲ କହିଲେ, ଯଥେଷ୍ଟ; ମୋହର ପୁତ୍ର ଯୋଷେଫ ଆଜିଯାଏ ବଞ୍ଚିଅଛି; ମୁଁ ଯିବି, ମରଣ ପୂର୍ବେ ତାକୁ ଦେଖିବି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: