ଆଦି ପୁସ୍ତକ 41 : 1 (ORV)
ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଶେଷରେ ଫାରୋ ଏହି ସ୍ଵପ୍ନ ଦେଖିଲେ; ଦେଖ, ସେ ନଦୀ କୂଳରେ ଠିଆ ହୋଇଅଛନ୍ତି ।
ଆଦି ପୁସ୍ତକ 41 : 2 (ORV)
ଆଉ ଦେଖ, ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ ।
ଆଦି ପୁସ୍ତକ 41 : 3 (ORV)
ସେମାନଙ୍କ ଉତ୍ତାରେ ଦେଖ, ଅନ୍ୟସାତୁଟା କୃଶ ଓ କୁତ୍ସିତ ଗୋରୁ ନଦୀରୁ ଉଠି ନଦୀ ତଟରେ ସେହି ଗୋରୁମାନଙ୍କ ପାଖରେ ଠିଆ ହେଲେ ।
ଆଦି ପୁସ୍ତକ 41 : 4 (ORV)
ତହିଁରେ ସେହି କୃଶ ଓ କୁତ୍ସିତ ଗୋରୁ ସେହି ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁଙ୍କୁ ଖାଇ ପକାଇଲେ । ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହେଲା ।
ଆଦି ପୁସ୍ତକ 41 : 5 (ORV)
ତହିଁ ଉତ୍ତାରେ ସେ ନିଦ୍ରିତ ହୋଇ ଦ୍ଵିତୀୟ ଥର ସ୍ଵପ୍ନ ଦେଖିଲେ; ଗୋଟିଏ ଶଣ୍ତାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶିଷା ବାହାରିଲା ।
ଆଦି ପୁସ୍ତକ 41 : 6 (ORV)
ସେମାନଙ୍କ ଉତ୍ତାରେ ପୂର୍ବୀୟ ବାୟୁରେ ଶୁଷ୍କ ଆଉ ସାତୁଟା କ୍ଷୀଣ ଶିଷା ଉତ୍ପନ୍ନ ହେଲା ।
ଆଦି ପୁସ୍ତକ 41 : 7 (ORV)
ପୁଣି ସେହି ସାତୁଟା କ୍ଷୀଣ ଶିଷା ଏହି ସାତୋଟି ପରିପୁଷ୍ଟ ଓ ପୂର୍ଣ୍ଣ ଶିଷାକୁ ଗ୍ରାସ କଲା । ଏପରି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ, ସ୍ଵପ୍ନମାତ୍ର ଜ୍ଞାନ ହେଲା ।
ଆଦି ପୁସ୍ତକ 41 : 8 (ORV)
ପୁଣି ପ୍ରଭାତରେ ତାଙ୍କର ମନ ଉଦ୍ବିଗ୍ନ ହେଲା, ତହୁଁ ସେ ଲୋକ ପଠାଇ ମିସରଦେଶୀୟ ମନ୍ତ୍ରଜ୍ଞ ଓ ପଣ୍ତିତ ସମସ୍ତଙ୍କୁ ଡକାଇଲେ; ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ଵପ୍ନର କଥା କହନ୍ତେ, ସେମାନଙ୍କ ମଧ୍ୟରୁ କେହି ଫାରୋଙ୍କୁ ତହିଁର ଅର୍ଥ କହି ପାରିଲେ ନାହିଁ ।
ଆଦି ପୁସ୍ତକ 41 : 9 (ORV)
ସେତେବେଳେ ପ୍ରଧାନ ପାନପାତ୍ରବାହକ ଫାରୋଙ୍କ ଛାମୁରେ ନିବେଦନ କଲା, ଆଜି ମୁଁ ନିଜ ଅପରାଧ ସ୍ମରଣ କରୁଅଛି ।
ଆଦି ପୁସ୍ତକ 41 : 10 (ORV)
ଫାରୋ ଆପଣା ଦାସ ମୋʼ ପ୍ରତି ଓ ପ୍ରଧାନ ସୂପକାର ପ୍ରତି କ୍ରୋଧାନ୍ଵିତ ହୋଇ ଆମ୍ଭମାନଙ୍କୁ ରକ୍ଷକ ସୈନ୍ୟାଧିପତିର କାରାଗାରରେ ବନ୍ଦ କରି ରଖିଥିଲେ ।
ଆଦି ପୁସ୍ତକ 41 : 11 (ORV)
ତହିଁରେ ଆମ୍ଭେ ଦୁହେଁ ଏକ ରାତ୍ରିରେ ସ୍ଵପ୍ନ ଦେଖିଲୁ; ପୁଣି, ଦୁହିଁଙ୍କ ସ୍ଵପ୍ନର ଦୁଇପ୍ରକାର ଅର୍ଥ ହେଲା ।
ଆଦି ପୁସ୍ତକ 41 : 12 (ORV)
ସେଠାରେ ଆମ୍ଭମାନଙ୍କ ସଙ୍ଗରେ ରକ୍ଷକ ସୈନ୍ୟାଧିପତିର ଦାସ ଜଣେ ଏବ୍ରୀୟ ଯୁବା ଥିଲା; ଆମ୍ଭେମାନେ ତାକୁ ସ୍ଵପ୍ନର କଥା କହନ୍ତେ, ସେ ଆମ୍ଭମାନଙ୍କୁ ତହିଁର ଅର୍ଥ କହିଲା, ପ୍ରତ୍ୟେକ ଜଣର ସ୍ଵପ୍ନାନୁସାରେ ଅର୍ଥ କହିଲା ।
ଆଦି ପୁସ୍ତକ 41 : 13 (ORV)
ତହିଁରେ ସେ ଆମ୍ଭ ଦୁହିଁଙ୍କି ଯେରୂପ ଅର୍ଥ କହିଥିଲା, ତଦ୍ରୂପ ଘଟିଲା; ମୁଁ ପୂର୍ବ ପଦରେ ନିଯୁକ୍ତ ହେଲି ଓ ସେ ଫାଶୀ ପାଇଲା ।
ଆଦି ପୁସ୍ତକ 41 : 14 (ORV)
ସେତେବେଳେ ଫାରୋ ଯୋଷେଫଙ୍କୁ ଡକାଇ ପଠାନ୍ତେ, ଲୋକମାନେ କାରାଗାରରୁ ତାଙ୍କୁ ଶୀଘ୍ର ଆଣିଲେ; ସେ କ୍ଷୌରକର୍ମ କରି ଓ ଉତ୍ତମ ବସ୍ତ୍ର ପିନ୍ଧି ଫାରୋଙ୍କ ଛାମୁରେ ଉପସ୍ଥିତ ହେଲେ ।
ଆଦି ପୁସ୍ତକ 41 : 15 (ORV)
ତହୁଁ ଫାରୋ ଯୋଷେଫଙ୍କୁ କହିଲେ, ଆମ୍ଭେ ଗୋଟିଏ ସ୍ଵପ୍ନ ଦେଖିଅଛୁ, କେହି ତହିଁର ଅର୍ଥ କରି ପାରୁ ନାହାନ୍ତି; ମାତ୍ର ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ, ଯେ ତୁମ୍ଭେ ସ୍ଵପ୍ନ ଶୁଣିଲେ, ତହିଁର ଅର୍ଥ କରି ପାର ।
ଆଦି ପୁସ୍ତକ 41 : 16 (ORV)
ତହିଁରେ ଯୋଷେଫ କହିଲେ, ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ଵର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ ।
ଆଦି ପୁସ୍ତକ 41 : 17 (ORV)
ତହୁଁ ଫାରୋ ଯୋଷେଫଙ୍କୁ କହିଲେ, ଆମ୍ଭ ସ୍ଵପ୍ନରେ, ଦେଖ, ଆମ୍ଭେ ନଦୀ ତଟରେ ଠିଆ ହୋଇଥିଲୁ ।
ଆଦି ପୁସ୍ତକ 41 : 18 (ORV)
ତହିଁରେ ନଦୀ ଭିତରୁ ସାତୋଟି ହୃଷ୍ଟପୁଷ୍ଟ ସୁନ୍ଦର ଗୋରୁ ଉଠି ନଳ-ତୃଣ ମଧ୍ୟରେ ଚରିବାକୁ ଲାଗିଲେ ।
ଆଦି ପୁସ୍ତକ 41 : 19 (ORV)
ଅନନ୍ତର ସେମାନଙ୍କ ଉତ୍ତାରେ ଆଉ ସାତୁଟା ଦୁର୍ବଳ ଅତି କୁତ୍ସିତ ଓ କୃଶାଙ୍ଗ ଗୋରୁ ଉଠି ଆସିଲେ; ଆମ୍ଭେ ସେମାନଙ୍କ ପରି କୁତ୍ସିତ ଗୋରୁ ସମୁଦାୟ ମିସର ଦେଶରେ କଦାପି ଦେଖି ନାହୁଁ ।
ଆଦି ପୁସ୍ତକ 41 : 20 (ORV)
ପୁଣି, ସେହି କୃଶ କୁତ୍ସିତ ଗୋରୁ ପୂର୍ବର ହୃଷ୍ଟପୁଷ୍ଟ ସେହି ସାତୋଟି ଗୋରୁଙ୍କୁ ଖାଇ ପକାଇଲେ ।
ଆଦି ପୁସ୍ତକ 41 : 21 (ORV)
ମାତ୍ର ଖାଇଲା ଉତ୍ତାରେ ସେମାନଙ୍କ ପେଟ ଖାଇଲା ପରି ଜଣାଗଲା ନାହିଁ; ସେମାନେ ପୂର୍ବ ପରି କୁତ୍ସିତ ରହିଲେ । ଏପରି ସମୟରେ ଆମ୍ଭର ନିଦ୍ରା ଭଙ୍ଗ ହେଲା ।
ଆଦି ପୁସ୍ତକ 41 : 22 (ORV)
ଅନନ୍ତର ଆମ୍ଭେ ସ୍ଵପ୍ନରେ ଦେଖିଲୁ ଯେ, ଦେଖ, ଗୋଟିଏ ଶଣ୍ତାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶିଷା ବାହାରିଲା ।
ଆଦି ପୁସ୍ତକ 41 : 23 (ORV)
ତହିଁ ଉତ୍ତାରୁ ପୂର୍ବୀୟ ବାୟୁରେ ଶୁଷ୍କ, କ୍ଷୀଣ ଓ ମ୍ଳାନ ସାତୁଟା ଶିଷା ଉତ୍ପନ୍ନ ହେଲା ।
ଆଦି ପୁସ୍ତକ 41 : 24 (ORV)
ପୁଣି ସେହି କ୍ଷୀଣ ଶିଷା, ସେହି ଉତ୍ତମ ସାତ ଶିଷାକୁ ଗ୍ରାସ କଲା । ଏହି ସ୍ଵପ୍ନ ଆମ୍ଭେ ମନ୍ତ୍ରଜ୍ଞମାନଙ୍କୁ କହିଲୁ, ମାତ୍ର କେହି ଏଥିର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ ।
ଆଦି ପୁସ୍ତକ 41 : 25 (ORV)
ତେବେ ଯୋଷେଫ ଫାରୋଙ୍କୁ କହିଲେ, ଫାରୋଙ୍କର ସ୍ଵପ୍ନ ଏକ; ପରମେଶ୍ଵର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କ ପ୍ରତି ପ୍ରକାଶ କରିଅଛନ୍ତି ।
ଆଦି ପୁସ୍ତକ 41 : 26 (ORV)
ସେହି ସାତୋଟି ଉତ୍ତମ ଗୋରୁ ସାତ ବର୍ଷ ସ୍ଵରୂପ, ପୁଣି, ସେହି ସାତୋଟି ଉତ୍ତମ ଶିଷା ମଧ୍ୟ ସାତ ବର୍ଷ ସ୍ଵରୂପ, ସ୍ଵପ୍ନ ଏକମାତ୍ର ।
ଆଦି ପୁସ୍ତକ 41 : 27 (ORV)
ତହିଁ ପଶ୍ଚାତ୍ ଉତ୍ଥିତ ସେହି ସାତୁଟା କୃଶ କୁତ୍ସିତ ଗୋରୁ ସାତ ବର୍ଷ ସ୍ଵରୂପ; ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶିଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ଵରୂପ ।
ଆଦି ପୁସ୍ତକ 41 : 28 (ORV)
ମୁଁ ଫାରୋଙ୍କୁ କହିଅଛି- ପରମେଶ୍ଵର ଯାହା କରିବାକୁ ଉଦ୍ୟତ, ତାହା ଫାରୋଙ୍କୁ ଦେଖାଇଛନ୍ତି ।
ଆଦି ପୁସ୍ତକ 41 : 29 (ORV)
ଦେଖନ୍ତୁ, ସମସ୍ତ ମିସର ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି ।
ଆଦି ପୁସ୍ତକ 41 : 30 (ORV)
ତହିଁ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ; ସମସ୍ତ ସୁଭିକ୍ଷ ମିସର ଦେଶରୁ ବିସ୍ମୃତ ହେବ; ଦୁର୍ଭିକ୍ଷ ଦେଶକୁ ଧ୍ଵଂସ କରିବ ।
ଆଦି ପୁସ୍ତକ 41 : 31 (ORV)
ପୁଣି ପଶ୍ଚାଦ୍ବର୍ତ୍ତୀ ଦୁର୍ଭିକ୍ଷ ହେତୁରୁ ଦେଶରେ ସୁଭିକ୍ଷ ଜଣା ପଡ଼ିବ ନାହିଁ; କାରଣ ତାହା ଅତି ଭାରୀ ହେବ ।
ଆଦି ପୁସ୍ତକ 41 : 32 (ORV)
ଫାରୋ ଦୁଇଥର ସ୍ଵପ୍ନ ଦେଖିବାର ଭାବ ଏହି ଯେ, ପରମେଶ୍ଵରଙ୍କ ଦ୍ଵାରା ତାହା ନିଶ୍ଚିତ ହୋଇଅଛି, ପୁଣି ପରମେଶ୍ଵର ତାହା ଶୀଘ୍ର ଘଟାଇବେ ।
ଆଦି ପୁସ୍ତକ 41 : 33 (ORV)
ଏଣୁକରି ଏବେ ଫାରୋ ଜଣେ ବୁଦ୍ଧିମାନ ଜ୍ଞାନୀ ପୁରୁଷ ଦେଖି ମିସର ଦେଶ ଉପରେ ନିଯୁକ୍ତ କରନ୍ତୁ ।
ଆଦି ପୁସ୍ତକ 41 : 34 (ORV)
ଫାରୋ ଏହା କରନ୍ତୁ, ଆଉ ଦେଶରେ ଅଧ୍ୟକ୍ଷଗଣ ନିଯୁକ୍ତ କରି ସାତ ବର୍ଷ ସୁଭିକ୍ଷ ସମୟରେ ମିସର ଦେଶରୁ ଶସ୍ୟର ପଞ୍ଚମାଂଶ ଗ୍ରହଣ କରନ୍ତୁ ।
ଆଦି ପୁସ୍ତକ 41 : 35 (ORV)
ଅର୍ଥାତ୍, ସେମାନେ ସେହି ଆଗାମୀ ଉତ୍ତମ ବର୍ଷର ସବୁ ଭକ୍ଷ୍ୟ ସଂଗ୍ରହ କରନ୍ତୁ, ପୁଣି ପ୍ରତି ନଗରରେ ଖାଦ୍ୟ ନିମନ୍ତେ ଫାରୋଙ୍କ ହସ୍ତାଧୀନରେ ଶସ୍ୟ ସଞ୍ଚୟ କରି ରକ୍ଷା କରନ୍ତୁ ।
ଆଦି ପୁସ୍ତକ 41 : 36 (ORV)
ଏହିରୂପେ ମିସର ଦେଶରେ ଭବିଷ୍ୟତ ଦୁର୍ଭିକ୍ଷର ସାତ ବର୍ଷ ନିମନ୍ତେ ଦେଶର ନିର୍ବାହାର୍ଥେ ସେହି ଭକ୍ଷ୍ୟ ସଞ୍ଚିତ ଥିଲେ, ଦୁର୍ଭିକ୍ଷ ଦ୍ଵାରା ଦେଶ ଉଚ୍ଛିନ୍ନ ହେବ ନାହିଁ ।
ଆଦି ପୁସ୍ତକ 41 : 37 (ORV)
ସେତେବେଳେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହି କଥା ଉତ୍ତମ ବୋଧ ହେଲା ।
ଆଦି ପୁସ୍ତକ 41 : 38 (ORV)
ତହିଁରେ ଫାରୋ ଆପଣା ଦାସମାନଙ୍କୁ କହିଲେ, ଆମ୍ଭେମାନେ କି ଏହାଙ୍କ ପରି ପୁରୁଷ ଆଉ ପାଇ ପାରିବା? ଏହାଙ୍କଠାରେ ପରମେଶ୍ଵରଙ୍କ ଆତ୍ମା ଅଛନ୍ତି ।
ଆଦି ପୁସ୍ତକ 41 : 39 (ORV)
ତହୁଁ ଫାରୋ ଯୋଷେଫଙ୍କୁ କହିଲେ, ପରମେଶ୍ଵର ତୁମ୍ଭକୁ ଏସମସ୍ତ ଜଣାଇଛନ୍ତି, ଏଣୁ ତୁମ୍ଭ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ନାହିଁ;
ଆଦି ପୁସ୍ତକ 41 : 40 (ORV)
ତୁମ୍ଭେ ଆମ୍ଭର ଗୃହାଧ୍ୟକ୍ଷ ହୁଅ; ଆମ୍ଭର ସମସ୍ତ ପ୍ରଜା ତୁମ୍ଭର ବାକ୍ୟ ଶିରୋଧାର୍ଯ୍ୟ କରିବେ, କେବଳ ସିଂହାସନରେ ଆମ୍ଭେ ତୁମ୍ଭଠାରୁ ବଡ଼ ଥିବା ।
ଆଦି ପୁସ୍ତକ 41 : 41 (ORV)
ଫାରୋ ଯୋଷେଫଙ୍କୁ ଆହୁରି କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ସମୁଦାୟ ମିସର ଦେଶ ଉପରେ ନିଯୁକ୍ତ କଲୁ ।
ଆଦି ପୁସ୍ତକ 41 : 42 (ORV)
ଅନନ୍ତର ଫାରୋ ଆପଣା ହସ୍ତରୁ ନିଜ ସନ୍ତକ-ଅଙ୍ଗୁରୀୟ କାଢ଼ି ଯୋଷେଫଙ୍କ ହସ୍ତରେ ଦେଇ ତାଙ୍କୁ ସୂକ୍ଷ୍ମବସ୍ତ୍ର ପିନ୍ଧାଇ ତାଙ୍କ ଗଳାରେ ସୁବର୍ଣ୍ଣ ହାର ଦେଲେ ।
ଆଦି ପୁସ୍ତକ 41 : 43 (ORV)
ପୁଣି, ତାଙ୍କୁ ଆପଣା ଦ୍ଵିତୀୟ ରଥରେ ଆରୋହଣ କରାଇଲେ; ଆଉ ଲୋକମାନେ ତାଙ୍କର ଆଗେ ଆଗେ ଅବ୍ରେକ୍ ଅବ୍ରେକ୍ (ଆଣ୍ଠୁପାତ ଆଣ୍ଠୁପାତ) ବୋଲି ଘୋଷଣା କଲେ । ଏହି ପ୍ରକାରେ ସେ ତାଙ୍କୁ ସମସ୍ତ ମିସର ଦେଶ ଉପରେ ନିଯୁକ୍ତ କଲେ ।
ଆଦି ପୁସ୍ତକ 41 : 44 (ORV)
ଅନନ୍ତର ଫାରୋ ଯୋଷେଫଙ୍କୁ କହିଲେ, ଆମ୍ଭେ ଫାରୋ ଅଟୁ, ଏହେତୁ ତୁମ୍ଭ ଆଜ୍ଞା ବିନୁ ସମସ୍ତ ମିସର ଦେଶରେ କୌଣସି ଲୋକ ହାତ ଗୋଡ଼ ଉଠାଇ ପାରିବ ନାହିଁ ।
ଆଦି ପୁସ୍ତକ 41 : 45 (ORV)
ପୁଣି ଫାରୋ ଯୋଷେଫଙ୍କର ନାମ ସାଫନତ୍-ପାନେହ (ଜଗତ୍ପାତା) ରଖିଲେ; ପୁଣି ଓନ୍ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ତାଙ୍କର ବିବାହ ଦେଲେ । ଅନନ୍ତର ଯୋଷେଫ ସମୁଦାୟ ମିସର ଦେଶରେ ଗମନାଗମନ କରିବାକୁ ଲାଗିଲେ ।
ଆଦି ପୁସ୍ତକ 41 : 46 (ORV)
ଯୋଷେଫ ତିରିଶ ବର୍ଷ ବୟସ ସମୟରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଠିଆ ହୋଇଥିଲେ; ତଦନନ୍ତର ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିସର ଦେଶର ସର୍ବତ୍ର ଭ୍ରମଣ କଲେ ।
ଆଦି ପୁସ୍ତକ 41 : 47 (ORV)
ଏଥିଉତ୍ତାରୁ ସେହି ସୁଭିକ୍ଷର ସାତ ବର୍ଷ ଭୂମିରେ ଅପାର ଅପାର ଶସ୍ୟ ଉତ୍ପନ୍ନ ହେଲା ।
ଆଦି ପୁସ୍ତକ 41 : 48 (ORV)
ଯୋଷେଫ ସେହି ସାତ ବର୍ଷରେ ମିସର ଦେଶରେ ଉତ୍ପନ୍ନ ସକଳ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ; ପୁଣି ଯେଉଁ ଯେଉଁ ନଗରର ଚାରିଆଡ଼ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହା ସବୁ ସେହି ସେହି ନଗରରେ ସଞ୍ଚୟ କଲେ ।
ଆଦି ପୁସ୍ତକ 41 : 49 (ORV)
ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲି ପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ, ତାହା ଆଉ ମାପିଲେ ନାହିଁ; କାରଣ ତାହା ଅପରିମେୟ ଥିଲା ।
ଆଦି ପୁସ୍ତକ 41 : 50 (ORV)
ଆଉ ଦୁର୍ଭିକ୍ଷ ବର୍ଷ ପୂର୍ବରେ ଯୋଷେଫଙ୍କର ଦୁଇପୁତ୍ର ଜାତ ହୋଇଥିଲେ, ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ଜନ୍ମ କରିଥିଲା ।
ଆଦି ପୁସ୍ତକ 41 : 51 (ORV)
ତହିଁରେ ଯୋଷେଫ ଜ୍ୟେଷ୍ଠର ନାମ ମନଃଶି (ବିସ୍ମୃତି) ରଖିଲେ, କାରଣ ସେ କହିଲେ, ପରମେଶ୍ଵର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇ ଅଛନ୍ତି ।
ଆଦି ପୁସ୍ତକ 41 : 52 (ORV)
ପୁଣି ଦ୍ଵିତୀୟ ପୁତ୍ରର ନାମ ଇଫ୍ରୟିମ (ଫଳବାନ) ରଖିଲେ, କାରଣ ସେ କହିଲେ, ମୋହର ଦୁଃଖଭୋଗର ଦେଶରେ ପରମେଶ୍ଵର ମୋତେ ଫଳବାନ କରିଅଛନ୍ତି ।
ଆଦି ପୁସ୍ତକ 41 : 53 (ORV)
ଅନନ୍ତର ମିସର ଦେଶରେ ଘଟିତ ସୁଭିକ୍ଷର ସାତ ବର୍ଷ ଶେଷ ହେଲା ।
ଆଦି ପୁସ୍ତକ 41 : 54 (ORV)
ପୁଣି ଯୋଷେଫଙ୍କ ବାକ୍ୟାନୁସାରେ ଦୁର୍ଭିକ୍ଷର ସାତ ବର୍ଷର ଆରମ୍ଭ ହେଲା; ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିସର ଦେଶରେ ଆହାର ଥିଲା ।
ଆଦି ପୁସ୍ତକ 41 : 55 (ORV)
ପୁଣି, ସମୁଦାୟ ମିସର ଦେଶରେ ଦୁର୍ଭିକ୍ଷ ପଡ଼ନ୍ତେ, ପ୍ରଜାମାନେ ଆହାର ନିମନ୍ତେ ଫାରୋଙ୍କ ନିକଟରେ ଡକା ପକାଇଲେ; ତହିଁରେ ଫାରୋ ସମସ୍ତ ମିସ୍ରୀୟ ଲୋକଙ୍କୁ କହିଲେ, ତୁମ୍ଭେମାନେ ଯୋଷେଫ ନିକଟକୁ ଯାଅ; ସେ ଯାହା କହନ୍ତି, ତାହା କର ।
ଆଦି ପୁସ୍ତକ 41 : 56 (ORV)
ସେତେବେଳେ ସର୍ବଦେଶରେ ଦୁର୍ଭିକ୍ଷ ହୁଅନ୍ତେ, ଯୋଷେଫ ସବୁ ସ୍ଥାନର ଗୋଲା ଫିଟାଇ ମିସ୍ରୀୟମାନଙ୍କୁ ଶସ୍ୟ ବିକ୍ରୟ କରିବାକୁ ଲାଗିଲେ; ତଥାପି ମିସର ଦେଶରେ ଦୁର୍ଭିକ୍ଷ ପ୍ରବଳ ହେଲା ।
ଆଦି ପୁସ୍ତକ 41 : 57 (ORV)
ପୁଣି ସର୍ବଦେଶୀୟ ଲୋକମାନେ ମିସର ଦେଶରେ ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ । ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57

BG:

Opacity:

Color:


Size:


Font: