ଆଦି ପୁସ୍ତକ 32 : 1 (ORV)
ତହିଁ ଉତ୍ତାରେ ଯାକୁବ ଯାତ୍ରା କରନ୍ତେ, ପରମେଶ୍ଵରଙ୍କ ଦୂତଗଣ ତାହା ସଙ୍ଗେ ଭେଟିଲେ ।
ଆଦି ପୁସ୍ତକ 32 : 2 (ORV)
ସେତେବେଳେ ଯାକୁବ ସେମାନଙ୍କୁ ଦେଖି କହିଲା, ଏମାନେ ପରମେଶ୍ଵରଙ୍କ ଦଳ; ଏଣୁକରି ସେହି ସ୍ଥାନର ନାମ ମହନୟିମ୍ (ଦୁଇ ଦଳ) ରଖିଲା ।
ଆଦି ପୁସ୍ତକ 32 : 3 (ORV)
ତହିଁ ଉତ୍ତାରୁ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା ।
ଆଦି ପୁସ୍ତକ 32 : 4 (ORV)
ପୁଣି ସେ ସେମାନଙ୍କୁ ଏହି ଆଜ୍ଞା ଦେଲା, ତୁମ୍ଭେମାନେ ଆମ୍ଭର ପ୍ରଭୁ ଏଷୌଙ୍କୁ କହିବ, ଆପଣଙ୍କ ଦାସ ଯାକୁବ ଆପଣଙ୍କୁ ଜଣାଇଲା, ମୁଁ ଲାବନ ପାଖରେ ପ୍ରବାସ କରୁଥିଲି, ଆଜି ପର୍ଯ୍ୟନ୍ତ ମୋହର ବିଳମ୍ଵ ହେଲା ।
ଆଦି ପୁସ୍ତକ 32 : 5 (ORV)
ମୋହର ଗୋରୁ, ଗଧ, ମେଷପଲ ଓ ଦାସଦାସୀ ଅଛନ୍ତି, ପୁଣି ମୁଁ ଆପଣା ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଆପଣଙ୍କ ନିକଟକୁ ସମ୍ଵାଦ ପଠାଇଲି ।
ଆଦି ପୁସ୍ତକ 32 : 6 (ORV)
ଅନନ୍ତର ଦୂତମାନେ ଫେରି ଆସି ଯାକୁବକୁ କହିଲେ, ଆମ୍ଭେମାନେ ଆପଣଙ୍କ ଭ୍ରାତା ଏଷୌ ନିକଟକୁ ଯାଇଥିଲୁ, ସେ ଚାରିଶହ ଲୋକ ସଙ୍ଗରେ ଘେନି ଆପଣଙ୍କ ସହିତ ଦେଖା କରିବାକୁ ଆସୁଅଛନ୍ତି ।
ଆଦି ପୁସ୍ତକ 32 : 7 (ORV)
ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍ବିଗ୍ନ ହେଲା, ପୁଣି ସଙ୍ଗୀ ଲୋକମାନଙ୍କୁ ଓ ଗୋମେଷାଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କରି କହିଲା,
ଆଦି ପୁସ୍ତକ 32 : 8 (ORV)
ଏଷୌ ଆସି ଯେବେ ଏକ ଦଳକୁ ପ୍ରହାର କରିବ, ତଥାପି ଅନ୍ୟ ଦଳ ବଞ୍ଚି ପଳାଇ ଯିବେ;
ଆଦି ପୁସ୍ତକ 32 : 9 (ORV)
ସେତେବେଳେ ଯାକୁବ କହିଲା, ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ଵର, ହେ ମୋହର ପିତା ଇସ୍‍ହାକଙ୍କର ପରମେଶ୍ଵର, ହେ ସଦାପ୍ରଭୋ, ତୁମ୍ଭେ ଆପେ ମୋତେ କହିଥିଲ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରି ଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା, ।
ଆଦି ପୁସ୍ତକ 32 : 10 (ORV)
ତୁମ୍ଭେ ଏହି ଦାସ ପ୍ରତି ଯେସମସ୍ତ ଦୟା ଓ ଯେସମସ୍ତ ବିଶ୍ଵସ୍ତତା ପ୍ରକାଶ କରିଅଛ, ମୁଁ ତହିଁର କିଞ୍ଚିତ ହିଁ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟିମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇଦଳ ହୋଇଅଛି ।
ଆଦି ପୁସ୍ତକ 32 : 11 (ORV)
ବିନୟ କରୁଅଛି, ମୋʼ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ ।
ଆଦି ପୁସ୍ତକ 32 : 12 (ORV)
ତୁମ୍ଭେ ତ କହିଅଛ, ଆମ୍ଭେ ଅବଶ୍ୟ ତୁମ୍ଭର ମଙ୍ଗଳ କରିବା, ପୁଣି ସମୁଦ୍ର ତୀରସ୍ଥ ଯେଉଁ ବାଲି ବାହୁଲ୍ୟ ହେତୁ ଗଣାଯାଇ ନ ପାରେ, ତାହା ତୁଲ୍ୟ ତୁମ୍ଭର ବଂଶ ବୃଦ୍ଧି କରିବା ।
ଆଦି ପୁସ୍ତକ 32 : 13 (ORV)
ଆଉ ଯାକୁବ ସେହି ସ୍ଥାନରେ ସେହି ରାତ୍ରି କ୍ଷେପଣ କଲା; ଆଉ ତାହା ନିକଟରେ ଯାହା ଥିଲା, ତହିଁରୁ ଆପଣା ଭ୍ରାତା ଏଷୌ ନିମନ୍ତେ ଭେଟୀ ପ୍ରସ୍ତୁତ କଲା;
ଆଦି ପୁସ୍ତକ 32 : 14 (ORV)
ଅର୍ଥାତ୍, ଦୁଇଶହ ଛାଗୀ ଓ କୋଡ଼ିଏ ଛାଗ, ଦୁଇଶହ ମେଷୀ ଓ କୋଡିଏ ମେଷ,
ଆଦି ପୁସ୍ତକ 32 : 15 (ORV)
ପୁଣି ସବତ୍ସା ଦୁଗ୍ଧବତୀ ତିରିଶ ଉଷ୍ଟ୍ରୀ ଓ ଚାଳିଶ ଗାଭୀ ଓ ଦଶ ବୃଷ, ପୁଣି କୋଡ଼ିଏ ଗର୍ଦ୍ଦଭୀ ଓ ଦଶଟି ବାଛରା ପ୍ରସ୍ତୁତ କଲା ।
ଆଦି ପୁସ୍ତକ 32 : 16 (ORV)
ଅନନ୍ତର ପଲ ସବୁ ପୃଥକ ପୃଥକ କରି ଆପଣା ଦାସମାନଙ୍କ ହସ୍ତରେ ଏକ ପଲ ସମର୍ପଣ କରି ସେମାନଙ୍କୁ ଆଜ୍ଞା ଦେଲା, ତୁମ୍ଭେମାନେ ମୋʼ ଆଗେ ଆଗେ ଯାଅ, ପୁଣି ମଧ୍ୟେ ମଧ୍ୟେ ସ୍ଥାନ ରଖି ପ୍ରତ୍ୟେକ ପଲକୁ ପୃଥକ କର ।
ଆଦି ପୁସ୍ତକ 32 : 17 (ORV)
ପୁଣି ସେ ସର୍ବାଗ୍ରଗାମୀ ଦାସକୁ ଏହି ଆଜ୍ଞା ଦେଲା, ମୋହର ଭ୍ରାତା ଏଷୌ ସହିତ ସାକ୍ଷାତ ହେଲେ, ସେ ଯେବେ ପଚାରିବେ, ତୁମ୍ଭେ କାହାର ଦାସ? କେଉଁଠାକୁ ଯାଉଅଛ? ପୁଣି ତୁମ୍ଭର ଅଗ୍ରସ୍ଥିତ ଏହି ସମସ୍ତ କାହାର?
ଆଦି ପୁସ୍ତକ 32 : 18 (ORV)
ତେବେ ତୁମ୍ଭେ ଉତ୍ତର ଦେବ, ଏହି ସମସ୍ତ ଆପଣଙ୍କ ଦାସ ଯାକୁବଙ୍କର, ଏହି ସବୁ ଭେଟୀ ଆମ୍ଭ ପ୍ରଭୁ ଏଷୌଙ୍କ ନିମନ୍ତେ ପ୍ରେରିତ; ଦେଖନ୍ତୁ, ସେ ମଧ୍ୟ ପଛେ ପଛେ ଆସୁଅଛନ୍ତି ।
ଆଦି ପୁସ୍ତକ 32 : 19 (ORV)
ଏହି ପ୍ରକାରେ ସେ ଦ୍ଵିତୀୟ ଓ ତୃତୀୟ ପଲର ପଶ୍ଚାଦ୍ଗାମୀ ସବୁ ଦାସମାନଙ୍କୁ ଆଜ୍ଞା ଦେଇ କହିଲା, ଏଷୌ ସଙ୍ଗରେ ସାକ୍ଷାତ ହେଲେ, ତୁମ୍ଭେମାନେ ଏହି ପ୍ରକାର କଥା କହିବ ।
ଆଦି ପୁସ୍ତକ 32 : 20 (ORV)
ଆହୁରି କହିବ, ଦେଖନ୍ତୁ, ଆପଣଙ୍କ ଦାସ ଯାକୁବ ଆମ୍ଭମାନଙ୍କ ପଛେ ଆସୁଅଛନ୍ତି; କାରଣ ସେ ମନେ କଲେ, ଆଗେ ଭେଟୀ ପଠାଇ ତାଙ୍କୁ ଶା; କରି ପଛେ ତାଙ୍କ ସଙ୍ଗରେ ସାକ୍ଷାତ କରିବା, ତହିଁରେ ସେ ଆମ୍ଭ ପ୍ରତି ଅନୁଗ୍ରହ କଲେ କରି ପାରନ୍ତି ।
ଆଦି ପୁସ୍ତକ 32 : 21 (ORV)
ଏହିରୂପେ ତାହା ଆଗରେ ଭେଟୀ ଦ୍ରବ୍ୟଗଲା; ମାତ୍ର ସେ ଆପେ ସେହି ରାତ୍ରି ନିଜ ଦଳ ମଧ୍ୟରେ ରହିଲା ।
ଆଦି ପୁସ୍ତକ 32 : 22 (ORV)
ଅନନ୍ତର ସେ ରାତ୍ରିରେ ଉଠି ଆପଣାର ଦୁଇ ଭାର୍ଯ୍ୟା ଓ ଦୁଇ ଦାସୀ ଓ ଏକାଦଶ ସନ୍ତାନଙ୍କୁ ଯବ୍ବୋକ ଘାଟରେ ପାର କରାଇବା ପାଇଁ ସଙ୍ଗରେ ନେଲା ।
ଆଦି ପୁସ୍ତକ 32 : 23 (ORV)
ପୁଣି ସେମାନଙ୍କୁ ନଦୀ ପାର କରାଇ ଆପଣାର ସମସ୍ତ ଦ୍ରବ୍ୟ ସେପାରିକି ପଠାଇ ଦେଲା ।
ଆଦି ପୁସ୍ତକ 32 : 24 (ORV)
ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ ।
ଆଦି ପୁସ୍ତକ 32 : 25 (ORV)
ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା ।
ଆଦି ପୁସ୍ତକ 32 : 26 (ORV)
ଅନନ୍ତର ସେହି ପୁରୁଷ କହିଲେ, ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା । ତହୁଁ ଯାକୁବ କହିଲା, ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।
ଆଦି ପୁସ୍ତକ 32 : 27 (ORV)
ପୁନର୍ବାର ସେହି ମନୁଷ୍ୟ କହିଲେ, ତୁମ୍ଭର ନାମ କଅଣ? ସେ କହିଲା, ଯାକୁବ ।
ଆଦି ପୁସ୍ତକ 32 : 28 (ORV)
ସେ କହିଲେ, ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ (ପରମେଶ୍ଵରଙ୍କ ସହିତ ଯୋଦ୍ଧା) ନାମରେ ବିଖ୍ୟାତ ହେବ; କାରଣ ତୁମ୍ଭେ ପରମେଶ୍ଵର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ ।
ଆଦି ପୁସ୍ତକ 32 : 29 (ORV)
ସେତେବେଳେ ଯାକୁବ ପଚାରି କହିଲା, ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ । ସେ କହିଲେ, ତୁମ୍ଭେ କିହେତୁ ଆମ୍ଭର ନାମ ପଚାରୁ ଅଛ? ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ ।
ଆଦି ପୁସ୍ତକ 32 : 30 (ORV)
ସେତେବେଳେ ସେହି ସ୍ଥାନର ନାମ ପନୂୟେଲ (ପରମେଶ୍ଵରଙ୍କ ମୁଖ) ରଖିଲା; ଯେହେତୁ ସେ କହିଲା, ମୁଁ ପରମେଶ୍ଵରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା ।
ଆଦି ପୁସ୍ତକ 32 : 31 (ORV)
ଅନନ୍ତର ସେ ପନୂୟେଲ ପାର ହୁଅନ୍ତେ, ସୂର୍ଯ୍ୟୋଦୟ ହେଲା; ମାତ୍ର ସେ ଊରୁସନ୍ଧି ସକାଶୁ ଛୋଟାଇ ଚାଲିଲା ।
ଆଦି ପୁସ୍ତକ 32 : 32 (ORV)
ଏହେତୁ ଇସ୍ରାଏଲର ସନ୍ତାନମାନେ ଅଦ୍ୟାପି (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: