ଆଦି ପୁସ୍ତକ 29 : 1 (ORV)
ଅନନ୍ତର ଯାକୁବ ଯାତ୍ରାରେ ଅଗ୍ରସର ହୋଇ ପୂର୍ବଦିଗସ୍ଥ ଲୋକମାନଙ୍କ ଦେଶରେ ଉପସ୍ଥିତ ହେଲା ।
ଆଦି ପୁସ୍ତକ 29 : 2 (ORV)
ତହୁଁ ସେ ଅନାଇଲା, ଆଉ ଦେଖ, କ୍ଷେତ୍ର ମଧ୍ୟରେ ଗୋଟିଏ କୂପ, ପୁଣି ଦେଖ, ତହିଁ ନିକଟରେ ତିନି ପଲ ମେଷ ଶୋଇଛନ୍ତି; କାରଣ ଲୋକମାନେ ମେଷପଲକୁ ସେହି କୂପରୁ ଜଳ ପାନ କରାନ୍ତି; ସେହି କୂପ ମୁଖରେ ଖଣ୍ତିଏ ବଡ଼ ପଥର ଘୋଡ଼ା ହୋଇଥାଏ ।
ଆଦି ପୁସ୍ତକ 29 : 3 (ORV)
ସେହି କୂପ ନିକଟରେ ସବୁ ପଲ ଏକତ୍ର ହୁଅନ୍ତି; ଆଉ, ଲୋକମାନେ ତାʼ ମୁଖରୁ ପଥର ଘୁଞ୍ଚାଇ ମେଷଗଣକୁ ଜଳ ପାନ କରାନ୍ତି, ପୁନର୍ବାର କୂପ ମୁଖରେ ଯଥାସ୍ଥାନରେ ପଥରଟା ଢାଙ୍କି ଦିଅନ୍ତି ।
ଆଦି ପୁସ୍ତକ 29 : 4 (ORV)
ଯାକୁବ ସେମାନଙ୍କୁ ପଚାରିଲା, ହେ ଭାଇମାନେ, ତୁମ୍ଭେମାନେ କେଉଁ ଠାବର ଲୋକ? ସେମାନେ କହିଲେ, ଆମ୍ଭେମାନେ ହାରଣ ନଗରର ଲୋକ ।
ଆଦି ପୁସ୍ତକ 29 : 5 (ORV)
ତେବେ ଯାକୁବ ପଚାରିଲା, ତୁମ୍ଭେମାନେ ନାହୋରର ପୌତ୍ର ଲାବନଙ୍କୁ ଚିହ୍ନ କି? ସେମାନେ କହିଲେ, ଆମ୍ଭେମାନେ ତାକୁ ଚିହ୍ନୁ ।
ଆଦି ପୁସ୍ତକ 29 : 6 (ORV)
ଯାକୁବ ପଚାରିଲା, ସେ କୁଶଳରେ ଅଛନ୍ତି ତ? ସେମାନେ କହିଲେ, କୁଶଳରେ ଅଛି; ଏହି ଦେଖ, ତାହାର କନ୍ୟା ରାହେଲ ମେଷପଲ ଘେନି ଆସୁଅଛି ।
ଆଦି ପୁସ୍ତକ 29 : 7 (ORV)
ସେତେବେଳେ ଯାକୁବ କହିଲା, ଦେଖ, ଏବେ ବହୁତ ବେଳ ଅଛି; ମେଷପଲ ଏକତ୍ର କରିବାର ସମୟ ହୋଇ ନାହିଁ; ତୁମ୍ଭେମାନେ ମେଷଗଣକୁ ଜଳ ପାନ କରାଇ ପୁନର୍ବାର ଚରାଇବାକୁ ଘେନିଯାଅ ।
ଆଦି ପୁସ୍ତକ 29 : 8 (ORV)
ମାତ୍ର ସେମାନେ କହିଲେ, ତାହା ଆମ୍ଭେମାନେ କରି ନ ପାରୁ; ସମସ୍ତ ପଲ ଏକତ୍ର ହେବାର ଅପେକ୍ଷା କରିବାକୁ ହୁଏ; ତହିଁ ଉତ୍ତାରେ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଯାଏ, ତାହାହେଲେ, ଆମ୍ଭେମାନେ ମେଷଗଣକୁ ଜଳ ପାନ କରାଉ ।
ଆଦି ପୁସ୍ତକ 29 : 9 (ORV)
ଯାକୁବ ସେମାନଙ୍କ ସହିତ ଏପ୍ରକାର କଥାବାର୍ତ୍ତା କରୁଅଛି, ଏଥିମଧ୍ୟରେ ରାହେଲ ଆପଣା ପିତାର ମେଷପଲ ଘେନି ଉପସ୍ଥିତ ହେଲା, କାରଣ ସେ ମେଷପାଳିକା ଥିଲା ।
ଆଦି ପୁସ୍ତକ 29 : 10 (ORV)
ସେତେବେଳେ ଯାକୁବ ଆପଣା ମାତୁଳ ଲାବନର କନ୍ୟା ରାହେଲକୁ ଓ ମାତୁଳର ମେଷପଲକୁ ଦେଖି ନିକଟକୁ ଯାଇ କୂପ ମୁଖରୁ ପ୍ରସ୍ତର ଘୁଞ୍ଚାଇ ମାତୁଳ ଲାବନର ପଲକୁ ଜଳ ପାନ କରାଇଲା ।
ଆଦି ପୁସ୍ତକ 29 : 11 (ORV)
ଅନନ୍ତର ଯାକୁବ ରାହେଲକୁ ଚୁମ୍ଵନ କରି ଉଚ୍ଚ ସ୍ଵରରେ କ୍ରନ୍ଦନ କରିବାକୁ ଲାଗିଲା ।
ଆଦି ପୁସ୍ତକ 29 : 12 (ORV)
ପୁଣି ଆପେ ଯେ ତାହାର ପିତାର କୁଟୁମ୍ଵ ଓ ରିବିକାର ପୁତ୍ର, ଏହି ପରିଚୟ ଦେଲା; ତହୁଁ ରାହେଲ ଦୌଡ଼ିଯାଇ ଆପଣା ପିତାକୁ ସମାଚାର ଦେଲା ।
ଆଦି ପୁସ୍ତକ 29 : 13 (ORV)
ତହିଁରେ ଲାବନ ଆପଣା ଭଣଜା ଯାକୁବର ସମାଚାର ପାଇ ତାହା ସଙ୍ଗେ ସାକ୍ଷାତ କରିବାକୁ ଦୌଡ଼ିଗଲା, ପୁଣି ତାହାକୁ ଆଲିଙ୍ଗନ ଓ ଚୁମ୍ଵନ କରି ଆପଣା ଗୃହକୁ ନେଇଗଲା; ତହୁଁ ସେ ସମସ୍ତ ବିବରଣ ଲାବନକୁ ଜଣାଇଲା ।
ଆଦି ପୁସ୍ତକ 29 : 14 (ORV)
ତହିଁରେ ଲାବନ କହିଲା, ତୁମ୍ଭେ ନିତା; ଆମ୍ଭର ଅସ୍ଥି ଓ ମାଂସସ୍ଵରୂପ । ତେଣୁ ଯାକୁବ ତାହାର ଗୃହରେ ମାସେ କାଳ ବାସ କଲା ।
ଆଦି ପୁସ୍ତକ 29 : 15 (ORV)
ଅନନ୍ତର ଲାବନ ଯାକୁବକୁ କହିଲା, ତୁମ୍ଭେ ମୋହର କୁଟୁମ୍ଵ ବୋଲି କି ବିନା ବର୍ତ୍ତନରେ ମୋହର ଦାସ୍ୟକର୍ମ କରିବ? ଏଣୁ କି ବର୍ତ୍ତନ ନେବ? ତାହା କୁହ ।
ଆଦି ପୁସ୍ତକ 29 : 16 (ORV)
ସେହି ଲାବନର ଦୁଇ କନ୍ୟା ଥିଲେ; ଜ୍ୟେଷ୍ଠାର ନାମ ଲେୟା, କନିଷ୍ଠାର ନାମ ରାହେଲ ।
ଆଦି ପୁସ୍ତକ 29 : 17 (ORV)
ଲେୟା କ୍ଷୀଣାକ୍ଷୀ, ମାତ୍ର ରାହେଲ ସୁନ୍ଦରୀ ଓ ରୂପବତୀ ଥିଲା ।
ଆଦି ପୁସ୍ତକ 29 : 18 (ORV)
ଆଉ ଯାକୁବ ରାହେଲକୁ ପ୍ରେମ କଲା; ଏଥିନିମିତ୍ତ ସେ ଉତ୍ତର କଲା, ତୁମ୍ଭର କନିଷ୍ଠା କନ୍ୟା ରାହେଲ ନିମନ୍ତେ ମୁଁ ସାତ ବର୍ଷ ତୁମ୍ଭର ଦାସ୍ୟକର୍ମ କରିବି ।
ଆଦି ପୁସ୍ତକ 29 : 19 (ORV)
ତହିଁରେ ଲାବନ କହିଲା, ଅନ୍ୟ ପୁରୁଷକୁ ଦାନ କରିବା ଅପେକ୍ଷା ତୁମ୍ଭକୁ ଦାନ କରିବା ଅଧିକ ଉତ୍ତମ; ମୋʼ ନିକଟରେ ଥାଅ ।
ଆଦି ପୁସ୍ତକ 29 : 20 (ORV)
ଏହିରୂପେ ଯାକୁବ ରାହେଲ ନିମନ୍ତେ ସାତ ବର୍ଷ ଦାସ୍ୟକର୍ମ କଲା; ପୁଣି ରାହେଲ ପ୍ରତି ତାହାର ଏରୂପ ପ୍ରେମ ଥିଲା, ଯେ ସେହି ସାତ ବର୍ଷ ତାହା ପ୍ରତି କେବଳ ଅଳ୍ପ ଦିନ ପରି ବୋଧ ହେଲା ।
ଆଦି ପୁସ୍ତକ 29 : 21 (ORV)
ଅନନ୍ତର ଯାକୁବ ଲାବନକୁ କହିଲା, ମୋହର ନିୟମିତ କାଳ ସମ୍ପୂର୍ଣ୍ଣ ହେଲା, ଏବେ ମୋʼ ଭାର୍ଯ୍ୟା ମୋତେ ଦିଅ, ମୁଁ ତାହାର ସହବାସ କରିବି ।
ଆଦି ପୁସ୍ତକ 29 : 22 (ORV)
ତହିଁରେ ଲାବନ ସେହି ସ୍ଥାନର ସମସ୍ତ ଲୋକଙ୍କୁ ଏକତ୍ର କରି ଭୋଜ ପ୍ରସ୍ତୁତ କଲା ।
ଆଦି ପୁସ୍ତକ 29 : 23 (ORV)
ସନ୍ଧ୍ୟାକାଳରେ ସେ ଆପଣା କନ୍ୟା ଲେୟାକୁ ଘେନି ଯାକୁବ ନିକଟକୁ ଆଣିଲା; ପୁଣି ସେ ତାହାର ସହବାସ କଲା ।
ଆଦି ପୁସ୍ତକ 29 : 24 (ORV)
ଆଉ ଲାବନ ଆପଣା କନ୍ୟା ଲେୟାର ଦାସୀ ହେବା ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକି ଦେଲା ।
ଆଦି ପୁସ୍ତକ 29 : 25 (ORV)
ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା! ତହୁଁ ଯାକୁବ ଲାବନକୁ କହିଲା, ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କଲ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କିହେତୁ ମୋତେ ପ୍ରବଞ୍ଚନା କଲ?
ଆଦି ପୁସ୍ତକ 29 : 26 (ORV)
ତହିଁରେ ଲାବନ କହିଲା, ଜ୍ୟେଷ୍ଠା ଥାଉ ଥାଉ କନିଷ୍ଠାକୁ ଦାନ କରିବା ଆମ୍ଭମାନଙ୍କ ଦେଶାଚାର ନୁହେଁ ।
ଆଦି ପୁସ୍ତକ 29 : 27 (ORV)
ଏହାର ସପ୍ତାହ ପୂର୍ଣ୍ଣ କର, ତହିଁ ଉତ୍ତାରେ ଯେବେ ଆଉ ସାତ ବର୍ଷ ମୋହର ଦାସ୍ୟକର୍ମ କରିବ, ତେବେ ଅନ୍ୟ କନ୍ୟାକୁ ହିଁ ତୁମ୍ଭକୁ ଦାନ କରିବି ।
ଆଦି ପୁସ୍ତକ 29 : 28 (ORV)
ତହିଁରେ ଯାକୁବ ସେହି ପ୍ରକାରେ ତାହାର ସପ୍ତାହ ପୂର୍ଣ୍ଣ କଲା; ତହୁଁ ଲାବନ ତାହା ସହିତ ଆପଣା କନ୍ୟା ରାହେଲକୁ ବିବାହ କରି ଦେଲା ।
ଆଦି ପୁସ୍ତକ 29 : 29 (ORV)
ପୁଣି ରାହେଲର ଦାସୀ ହେବା ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲା ।
ଆଦି ପୁସ୍ତକ 29 : 30 (ORV)
ତହୁଁ ସେ ରାହେଲର ମଧ୍ୟ ସହବାସ କଲା ଓ ଲେୟାଠାରୁ ରାହେଲକୁ ଅଧିକ ପ୍ରେମ କଲା; ପୁଣି ଆଉ ସାତ ବର୍ଷ ଲାବନର ଦାସ୍ୟକର୍ମ କଲା ।
ଆଦି ପୁସ୍ତକ 29 : 31 (ORV)
ଅନନ୍ତର ସଦାପ୍ରଭୁ ଲେୟାକୁ ଅପମାନିତା ଦେଖି ତାହାକୁ ଗର୍ଭଧାରଣର ଶକ୍ତି ଦେଲେ; ମାତ୍ର ରାହେଲ ବନ୍ଧ୍ୟା ହେଲା ।
ଆଦି ପୁସ୍ତକ 29 : 32 (ORV)
ଏଣୁକରି ଲେୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ତାହାର ନାମ ରୁବେନ୍ (ପୁତ୍ରକୁ ଦେଖ) ଦେଲା; ଯେହେତୁ ସେ କହିଲା, ସଦାପ୍ରଭୁ ମୋହର ଦୁଃଖ ଦେଖିଅଛନ୍ତି; ଏବେ ମୋʼ ସ୍ଵାମୀ ମୋତେ ଭଲ ପାଇବେ ।
ଆଦି ପୁସ୍ତକ 29 : 33 (ORV)
ଆଉ, ସେ ପୁନର୍ବାର ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ମୁଁ ଅପମାନିତା ଅଟେ, ଏହା ସଦାପ୍ରଭୁ ଶ୍ରବଣ କରି ମୋତେ ଏହି ପୁତ୍ର ଦେଲେ; ଏଣୁ ସେ ତାହାର ନାମ ଶିମୀୟୋନ୍ (ଶ୍ରବଣ) ଦେଲା ।
ଆଦି ପୁସ୍ତକ 29 : 34 (ORV)
ପୁନର୍ବାର ସେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରି କହିଲା, ଏଥର ସ୍ଵାମୀ ମୋʼଠାରେ ଆସକ୍ତ ହେବେ, ଯେହେତୁ ମୁଁ ତାଙ୍କର ତିନି ପୁତ୍ର ପ୍ରସବ କରିଅଛି; ଏହେତୁ ତାହାର ନାମ ଲେବୀ (ଆସକ୍ତ) ଦେଲା ।
ଆଦି ପୁସ୍ତକ 29 : 35 (ORV)
ଅନନ୍ତର ପୁନର୍ବାର ତାହାର ଗର୍ଭ ହୁଅନ୍ତେ, ସେ ପୁତ୍ର ପ୍ରସବ କରି କହିଲା, ଏବେ ମୁଁ ସଦାପ୍ରଭୁଙ୍କ ସ୍ତବଗାନ କରିବି; ତେଣୁ ସେ ତାହାର ନାମ ଯିହୁଦା (ସଦାପ୍ରଭୁଙ୍କ ସ୍ତବ) ଦେଲା । ଏଥିଉତ୍ତାରୁ ତାହାର ଗର୍ଭନିବୃତ୍ତି ହେଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: