ଆଦି ପୁସ୍ତକ 28 : 1 (ORV)
ଅନନ୍ତର ଇସ୍‍ହାକ ଯାକୁବକୁ ଡକାଇ ଆଶୀର୍ବାଦ କଲେ ଏବଂ ଏହି ଆଜ୍ଞା ଦେଇ ତାହାକୁ କହିଲେ, ତୁମ୍ଭେ କିଣାନ ଦେଶର କୌଣସି କନ୍ୟାକୁ ବିବାହ କରିବ ନାହିଁ ।
ଆଦି ପୁସ୍ତକ 28 : 2 (ORV)
ଉଠ, ପଦ୍ଦନ୍ ଅରାମରେ ଆପଣା ମାତାମହ ବଥୂୟେଲର ଗୃହକୁ ଯାଇ ସେଠାରେ ଆପଣା ମାତୁଳ ଲାବନର କୌଣସି କନ୍ୟାକୁ ବିବାହ କର ।
ଆଦି ପୁସ୍ତକ 28 : 3 (ORV)
ସର୍ବଶକ୍ତିମାନ୍ ପରମେଶ୍ଵର ଆଶୀର୍ବାଦ କରି ତୁମ୍ଭକୁ ନାନା ଜନସମାଜ କରିବା ପାଇଁ ଫଳବ; ଓ ବହୁପ୍ରଜାବ; କରନ୍ତୁ ।
ଆଦି ପୁସ୍ତକ 28 : 4 (ORV)
ଆଉ ଅବ୍ରହାମଙ୍କ ପ୍ରତି ଦତ୍ତ ଆଶୀର୍ବାଦ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଫଳ କରନ୍ତୁ; ତହିଁରେ ପରମେଶ୍ଵର ତୁମ୍ଭର ପ୍ରବାସ ସ୍ଥାନ ଏହି ଯେଉଁ ଦେଶ ଅବ୍ରହାମଙ୍କୁ ଦେଇଅଛନ୍ତି, ସେହି ଦେଶରେ ତୁମ୍ଭର ଅଧିକାର ହେଉ ।
ଆଦି ପୁସ୍ତକ 28 : 5 (ORV)
ଅନନ୍ତର ଇସ୍‍ହାକ ଯାକୁବକୁ ବିଦାୟ କରନ୍ତେ, ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଲାବନର, ଅର୍ଥାତ୍, ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ଯାତ୍ରା କଲା ।
ଆଦି ପୁସ୍ତକ 28 : 6 (ORV)
ଅନନ୍ତର ଇସ୍‍ହାକ ଯାକୁବକୁ ଆଶୀର୍ବାଦ କରି ବିବାହ ନିମନ୍ତେ ପଦ୍ଦନ୍ ଅରାମକୁ ବିଦାୟ କଲେ, ପୁଣି ଆଶୀର୍ବାଦ କରିବା ସମୟରେ ତାହାକୁ ଆଜ୍ଞା ଦେଇ କହିଲେ, ତୁମ୍ଭେ କିଣାନ ଦେଶର କୌଣସି କନ୍ୟା ବିବାହ କର ନାହିଁ ।
ଆଦି ପୁସ୍ତକ 28 : 7 (ORV)
ଆଉ ଯାକୁବ ଆପଣା ପିତାମାତାଙ୍କର ଆଜ୍ଞା ମାନି ପଦ୍ଦନ୍ ଅରାମକୁ ପ୍ରସ୍ଥାନ କରିଅଛି,
ଆଦି ପୁସ୍ତକ 28 : 8 (ORV)
ଏହା ଦେଖି ଏଷୌ ଆପଣା ପିତା ଇସ୍‍ହାକଙ୍କର କିଣାନ ଦେଶୀୟ କନ୍ୟାମାନଙ୍କ ପ୍ରତି ଅସନ୍ତୋଷ ଥିବାର ଜାଣି
ଆଦି ପୁସ୍ତକ 28 : 9 (ORV)
ଆପଣାର ଭାର୍ଯ୍ୟାଗଣ ଥିଲେହେଁ ଇଶ୍ମାଏଲ ନିକଟକୁ ଯାଇ ଅବ୍ରହାମଙ୍କର ପୌତ୍ରୀ ଇଶ୍ମାଏଲର ପୁତ୍ରୀ ନବାୟୋତର ଭଗିନୀ ମହଲତ୍ ନାମ୍ନୀ କନ୍ୟାକୁ ବିବାହ କଲା ।
ଆଦି ପୁସ୍ତକ 28 : 10 (ORV)
ଅନନ୍ତର ଯାକୁବ ବେରଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା ।
ଆଦି ପୁସ୍ତକ 28 : 11 (ORV)
ପୁଣି ସୂର୍ଯ୍ୟାସ୍ତ ହେବାରୁ ସେ କୌଣସି ଏକ ସ୍ଥାନରେ ଉତ୍ତରି ରାତ୍ରି କ୍ଷେପଣ କଲା; ପୁଣି ସେ ସେହି ସ୍ଥାନର ଖଣ୍ତିଏ ପ୍ରସ୍ତର ନେଇ ମସ୍ତକ ତଳେ ଦେଇ ନିଦ୍ରା ଯିବା ନିମନ୍ତେ ସେହି ସ୍ଥାନରେ ଶୟନ କଲା ।
ଆଦି ପୁସ୍ତକ 28 : 12 (ORV)
ତହିଁରେ ସେ ସ୍ଵପ୍ନ ଯୋଗେ ପୃଥିବୀରେ ସ୍ଥାପିତ ଗୋଟିଏ ସୋପାନ ଦେଖିଲା, ତହିଁର ମସ୍ତକ ଗଗନସ୍ପର୍ଶୀ; ପୁଣି ଦେଖ, ତାହା ଦେଇ ପରମେଶ୍ଵରଙ୍କ ଦୂତଗଣ ଆରୋହଣ ଓ ଅବରୋହଣ କରୁଅଛନ୍ତି ।
ଆଦି ପୁସ୍ତକ 28 : 13 (ORV)
ଆଉ ଦେଖ, ସଦାପ୍ରଭୁ ତହିଁ ଉପରେ ଠିଆ ହୋଇ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମର ପରମେଶ୍ଵର ଓ ଇସ୍‍ହାକର ପରମେଶ୍ଵର ଅଟୁ; ତୁମ୍ଭେ ଏହି ଯେଉଁ ଦେଶରେ ଶୟନ କରୁଅଛ, ତାହା ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଦେବା ।
ଆଦି ପୁସ୍ତକ 28 : 14 (ORV)
ତୁମ୍ଭର ବଂଶ ପୃଥିବୀର ଧୂଳି ପରି (ଅସଂଖ୍ୟ) ହେବେ, ପୁଣି ତୁମ୍ଭେ ପୂର୍ବ ଓ ପଶ୍ଚିମ ଓ ଉତ୍ତର ଓ ଦକ୍ଷିଣ, ଚାରିଆଡ଼େ ବୃଦ୍ଧି ପାଇବ; ପୁଣି ତୁମ୍ଭଠାରୁ ଓ ତୁମ୍ଭ ବଂଶଠାରୁ ପୃଥିବୀସ୍ଥ ଯାବତୀୟ ବଂଶ ଆଶୀର୍ବାଦ ପାଇବେ ।
ଆଦି ପୁସ୍ତକ 28 : 15 (ORV)
ପୁଣି ଦେଖ, ଆମ୍ଭେ ତୁମ୍ଭର ସହାୟ ଅଟୁ, ଆଉ ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଯିବ, ସେହି ସେହି ସ୍ଥାନରେ ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ପୁନର୍ବାର ତୁମ୍ଭକୁ ଏ ଦେଶକୁ ଆଣିବା; କାରଣ ଆମ୍ଭେ ଯାହା ତୁମ୍ଭକୁ କହିଅଛୁ, ତାହା ସଫଳ ନ କରିବା ଯାଏ ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବା ନାହିଁ ।
ଆଦି ପୁସ୍ତକ 28 : 16 (ORV)
ଅନନ୍ତର ନିଦ୍ରାଭଙ୍ଗ ହୁଅନ୍ତେ, ଯାକୁବ ଜାଗ୍ରତ ହୋଇ କହିଲା, ଅବଶ୍ୟ ଏହି ସ୍ଥାନରେ ସଦାପ୍ରଭୁ ଅଛନ୍ତି; ମାତ୍ର ମୁଁ ତାହା ଜାଣିଲି ନାହିଁ ।
ଆଦି ପୁସ୍ତକ 28 : 17 (ORV)
ପୁଣି ସେ ଭୀତ ହୋଇ ଆହୁରି କହିଲା, ଏ କିପରି ଭୟାନକ ସ୍ଥାନଣ! ଏ ତ ନିତା; ପରମେଶ୍ଵରଙ୍କର ଗୃହ, ଏହି ତ ସ୍ଵର୍ଗର ଦ୍ଵାର ।
ଆଦି ପୁସ୍ତକ 28 : 18 (ORV)
ଅନନ୍ତର ଯାକୁବ ପ୍ରଭାତରେ ଉଠି ଯେଉଁ ପ୍ରସ୍ତର ମସ୍ତକ ତଳେ ଦେଇଥିଲା, ତାହା ନେଇ ସ୍ତମ୍ଭ ରୂପେ ସ୍ଥାପନ କରି ତହିଁ ଉପରେ ତୈଳ ଢାଳିଲା ।
ଆଦି ପୁସ୍ତକ 28 : 19 (ORV)
ପୁଣି ସେହି ସ୍ଥାନର ନାମ ବୈଥେଲ (ପରମେଶ୍ଵରଙ୍କ ଗୃହ) ରଖିଲା; ମାତ୍ର ପୂର୍ବେ ସେହି ନଗରର ନାମ ଲୂସ୍ ଥିଲା ।
ଆଦି ପୁସ୍ତକ 28 : 20 (ORV)
ଆଉ ଯାକୁବ ମାନତ କରି କହିଲା, ଯେବେ ପରମେଶ୍ଵର ମୋହର ସହାୟ ହେବେ ଓ ମୋହର ଏହି ଯିବା ପଥରେ ମୋତେ ରକ୍ଷା କରିବେ, ପୁଣି ଆହାର ନିମନ୍ତେ ଅନ୍ନ ଓ ପରିଧାନ ନିମନ୍ତେ ବସ୍ତ୍ର ଦେବେ,
ଆଦି ପୁସ୍ତକ 28 : 21 (ORV)
ଆଉ ଯେବେ ମୁଁ କୁଶଳରେ ପିତୃଗୃହକୁ ପୁନର୍ବାର ଆସିବି, ତେବେ ସଦାପ୍ରଭୁ ମୋହର ପରମେଶ୍ଵର ହେବେ,
ଆଦି ପୁସ୍ତକ 28 : 22 (ORV)
ପୁଣି ମୁଁ ଏହି ଯେଉଁ ପ୍ରସ୍ତର ସ୍ତମ୍ଭ ରୂପେ ସ୍ଥାପନ କରିଅଛି, ତାହା ପରମେଶ୍ଵରଙ୍କ ଗୃହ ହେବ, ଆଉ ତୁମ୍ଭେ ମୋତେ ଯାହା ସବୁ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭଙ୍କୁ ଅବଶ୍ୟ ଦେବି ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: