ଆଦି ପୁସ୍ତକ 27 : 1 (ORV)
ଅନନ୍ତର ଇସ୍‍ହାକ ବୃଦ୍ଧ ହୁଅନ୍ତେ, ଚକ୍ଷୁ ନିସ୍ତେଜ ହେବାରୁ ଆଉ ଦେଖି ପାରିଲେ ନାହିଁ; ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏଷୌକୁ ଡାକି କହିଲେ, ପୁଅରେ, ତହିଁରେ ସେ ଉତ୍ତର କଲା, ଦେଖନ୍ତୁ, ମୁଁ ଏଠାରେ ।
ଆଦି ପୁସ୍ତକ 27 : 2 (ORV)
ତହୁଁ ସେ ତାହାକୁ କହିଲେ, ଦେଖ, ମୁଁ ବୃଦ୍ଧ ହୋଇଅଛି, କେଉଁଦିନ ମୋହର ମୃତ୍ୟୁ ହେବ, ତାହା ମୁଁ ଜାଣେ ନାହିଁ ।
ଆଦି ପୁସ୍ତକ 27 : 3 (ORV)
ଏବେ ବିନୟ କରୁଅଛି, ତୁମ୍ଭେ ଏତେବେଳେ ତୂଣ ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋʼ ନିମନ୍ତେ ମୃଗ ଆଣ ।
ଆଦି ପୁସ୍ତକ 27 : 4 (ORV)
ପୁଣି ମୁଁ ଯେରୂପ ଭଲ ପାଏ, ସେରୂପ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ ।
ଆଦି ପୁସ୍ତକ 27 : 5 (ORV)
ଇସ୍‍ହାକ ଆପଣା ପୁତ୍ର ଏଷୌକୁ ଏହି କଥା କହିବା ବେଳେ ରିବିକା ଶୁଣିଲା । ଏହେତୁ ଏଷୌ ମୃଗୟା ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ,
ଆଦି ପୁସ୍ତକ 27 : 6 (ORV)
ରିବିକା ଆପଣା ପୁତ୍ର ଯାକୁବକୁ କହିଲା, ଦେଖ, ତୁମ୍ଭର ଭ୍ରାତା ଏଷୌ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି;
ଆଦି ପୁସ୍ତକ 27 : 7 (ORV)
ସେ ତାହାକୁ କହିଲେ, ତୁମ୍ଭେ ମୃଗୟା ମାଂସ ଆଣି ଆମ୍ଭ ନିମନ୍ତେ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କର, ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା ।
ଆଦି ପୁସ୍ତକ 27 : 8 (ORV)
ଏନିମନ୍ତେ, ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ମୋହର ସେହି କଥା ଶୁଣ ।
ଆଦି ପୁସ୍ତକ 27 : 9 (ORV)
ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇଗୋଟି ଉତ୍ତମ ଛେଳିଛୁଆ ଆଣ; ତହିଁରେ ତୁମ୍ଭର ପିତା ଯେରୂପ ଭଲ ପାʼନ୍ତି, ସେରୂପ ସୁସ୍ଵାଦୁ ଖାଦ୍ୟ ମୁଁ ରାନ୍ଧିଦେବି ।
ଆଦି ପୁସ୍ତକ 27 : 10 (ORV)
ତୁମ୍ଭେ ତାହା ଘେନି ପିତାଙ୍କ ନିକଟକୁ ଯାଅ; ତହିଁରେ ସେ ତାହା ଭୋଜନ କରି ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବେ ।
ଆଦି ପୁସ୍ତକ 27 : 11 (ORV)
ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, ଦେଖ, ମୋହର ଭ୍ରାତା ଏଷୌ ଲୋମଶ, ମାତ୍ର ମୁଁ ନିର୍ଲୋମ ।
ଆଦି ପୁସ୍ତକ 27 : 12 (ORV)
ଏଣୁ ଯେବେ ପିତା ମୋତେ ସ୍ପର୍ଶ କରିବେ, ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି; ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି ଅଭିଶାପ ଆଣିବି ।
ଆଦି ପୁସ୍ତକ 27 : 13 (ORV)
ମାତ୍ର ତାହାର ମାତା କହିଲା, ପୁଅ, ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋʼ କଥା ମାନ ଓ ଯାଇ ଛେଳିଛୁଆ ଆଣ ।
ଆଦି ପୁସ୍ତକ 27 : 14 (ORV)
ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାର ରୁଚି ଅନୁସାରେ ସୁସ୍ଵାଦୁ ଖାଦ୍ୟ ରନ୍ଧନ କଲା ।
ଆଦି ପୁସ୍ତକ 27 : 15 (ORV)
ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠ ପୁତ୍ର ଏଷୌର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା ।
ଆଦି ପୁସ୍ତକ 27 : 16 (ORV)
ପୁଣି ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା ।
ଆଦି ପୁସ୍ତକ 27 : 17 (ORV)
ଆଉ ସେହି ରନ୍ଧା ସୁସ୍ଵାଦୁ ଖାଦ୍ୟ ଓ ରୋଟୀ ଯାକୁବର ହସ୍ତରେ ଦେଲା ।
ଆଦି ପୁସ୍ତକ 27 : 18 (ORV)
ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, ପିତଃ; ସେ ଉତ୍ତର କଲେ, ଦେଖ, ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ?
ଆଦି ପୁସ୍ତକ 27 : 19 (ORV)
ଯାକୁବ ଆପଣା ପିତାଙ୍କୁ କହିଲା, ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏଷୌ; ଆପଣ ଯାହା ଆଜ୍ଞା କରିଥିଲେ, ମୁଁ ତାହା କଲି; ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ ।
ଆଦି ପୁସ୍ତକ 27 : 20 (ORV)
ତହିଁରେ ଇସ୍‍ହାକ ଆପଣା ପୁତ୍ରକୁ କହିଲେ, ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ? ସେ କହିଲା, ଆପଣଙ୍କ ସଦାପ୍ରଭୁ ପରମେଶ୍ଵର ମୋତେ ତାହା ଭେଟାଇ ଦେଲେ ।
ଆଦି ପୁସ୍ତକ 27 : 21 (ORV)
ଇସ୍‍ହାକ ଯାକୁବକୁ ଆହୁରି କହିଲେ, ପୁତ୍ର, ମୋʼ ପାଖକୁ ଆସ, ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏଷୌ କି ନାହିଁ, ତୁମ୍ଭକୁ ସ୍ପର୍ଶ କରି ଜାଣିବି ।
ଆଦି ପୁସ୍ତକ 27 : 22 (ORV)
ତହୁଁ ଯାକୁବ ଆପଣା ପିତା ଇସ୍‍ହାକଙ୍କ ନିକଟକୁ ଯାʼନ୍ତେ, ସେ ତାହା ସ୍ପର୍ଶ କରି କହିଲେ, ଏହି ସ୍ଵର ଯାକୁବର ସ୍ଵର, ମାତ୍ର ଏହି ହସ୍ତ ଏଷୌର ହସ୍ତ ଅଟଇ ।
ଆଦି ପୁସ୍ତକ 27 : 23 (ORV)
ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏଷୌର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା; ଏଣୁ ସେ ତାହାକୁ ଆଶୀର୍ବାଦ କଲେ ।
ଆଦି ପୁସ୍ତକ 27 : 24 (ORV)
ଅନନ୍ତର ସେ କହିଲେ, ତୁମ୍ଭେ କି ନିତା; ମୋହର ପୁତ୍ର ଏଷୌ? ସେ କହିଲା, ହଁ, ମୁଁ ସେହି ।
ଆଦି ପୁସ୍ତକ 27 : 25 (ORV)
ସେତେବେଳେ ଇସ୍‍ହାକ କହିଲେ, ତାହା ମୋʼ ପାଖକୁ ଆଣ; ମୁଁ ଆପଣା ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୋହର ପ୍ରାଣ ତୁମ୍ଭକୁ ଆଶୀର୍ବାଦ କରିବ। ତହିଁରେ ସେ ନିକଟକୁ ଆଣି ଦିଅନ୍ତେ, ଇସ୍‍ହାକ ତାହା ଭୋଜନ କଲେ; ପୁଣି ଦ୍ରାକ୍ଷାରସ ଆଣି ଦିଅନ୍ତେ, ତାହା ପାନ କଲେ ।
ଆଦି ପୁସ୍ତକ 27 : 26 (ORV)
ଅନନ୍ତର ତାହାର ପିତା ଇସ୍‍ହାକ କହିଲେ, ପୁତ୍ର, ଏବେ ମୋʼ ନିକଟକୁ ଆସି ମୋତେ ଚୁମ୍ଵନ କର ।
ଆଦି ପୁସ୍ତକ 27 : 27 (ORV)
ସେତେବେଳେ ସେ ନିକଟକୁ ଯାଇ ଚୁମ୍ଵନ କରନ୍ତେ, ଇସ୍‍ହାକ ତାହାର ବସ୍ତ୍ରର ଗନ୍ଧ ପାଇ ତାଙ୍କୁ ଆଶୀର୍ବାଦ କରି କହିଲେ, ଦେଖ, ସଦାପ୍ରଭୁଙ୍କ ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋʼ ପୁତ୍ରର ସୁଗନ୍ଧି;
ଆଦି ପୁସ୍ତକ 27 : 28 (ORV)
ପରମେଶ୍ଵର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ (ଫଳ) ଓ ପ୍ରଚୁର ଶସ୍ୟ ଓ ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ;
ଆଦି ପୁସ୍ତକ 27 : 29 (ORV)
ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ; ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ; ଯେ ତୁମ୍ଭକୁ ଅଭିଶାପ ଦିଏ, ସେ ଅଭିଶପ୍ତ ହେଉ, ପୁଣି ଯେ ତୁମ୍ଭକୁ ଆଶୀର୍ବାଦ କରେ, ସେ ଆଶୀର୍ବାଦ ପ୍ରାପ୍ତ ହେଉ ।
ଆଦି ପୁସ୍ତକ 27 : 30 (ORV)
ଏହି ପ୍ରକାରେ ଇସ୍‍ହାକ ଯାକୁବକୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସ୍‍ହାକଙ୍କ ନିକଟରୁ ବାହାର ହେବାମାତ୍ରେ ତାହାର ଭ୍ରାତା ଏଷୌ ମୃଗୟାରୁ ଆସିଲା ।
ଆଦି ପୁସ୍ତକ 27 : 31 (ORV)
ପୁଣି ସେ ମଧ୍ୟ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, ପିତଃ, ଆପଣ ଉଠି ପୁତ୍ରର ଆନୀତ ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରୁ ଆପଣଙ୍କ ପ୍ରାଣ ମୋତେ ଆଶୀର୍ବାଦ କରୁ ।
ଆଦି ପୁସ୍ତକ 27 : 32 (ORV)
ତହିଁରେ ତାହାର ପିତା ଇସ୍‍ହାକ କହିଲେ, ତୁମ୍ଭେ କିଏ? ସେ କହିଲା, ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏଷୌ ।
ଆଦି ପୁସ୍ତକ 27 : 33 (ORV)
ସେତେବେଳେ ଇସ୍‍ହାକ ଅତିଶୟ କମ୍ପିତ ହୋଇ କହିଲେ, ତେବେ ଯେ ମୋʼ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ ।
ଆଦି ପୁସ୍ତକ 27 : 34 (ORV)
ଏଷୌ ପିତାର ଏହି କଥା ଶୁଣିବାମାତ୍ରେ ଅତ୍ୟ; ବ୍ୟାକୁଳ ଚିତ୍ତରେ ମହାଚିତ୍କାର କଲା, ପୁଣି ଆପଣା ପିତାଙ୍କୁ କହିଲା, ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ ।
ଆଦି ପୁସ୍ତକ 27 : 35 (ORV)
ତହିଁରେ ଇସ୍‍ହାକ କହିଲେ, ତୁମ୍ଭର ଭ୍ରାତା ଆସି ବଞ୍ଚନା କରି ତୁମ୍ଭର (ପ୍ରାପ୍ତବ୍ୟ) ଆଶୀର୍ବାଦ ହରଣ କଲା ।
ଆଦି ପୁସ୍ତକ 27 : 36 (ORV)
ତହିଁରେ ଏଷୌ କହିଲା, ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନା କଲା, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ, ଏବେ ମୋର (ପ୍ରାପ୍ତବ୍ୟ) ଆଶୀର୍ବାଦ ହିଁ ହରଣ କଲା । ସେ ପୁନର୍ବାର କହିଲା, ଆପଣ କି ମୋʼ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖି ନାହାନ୍ତି?
ଆଦି ପୁସ୍ତକ 27 : 37 (ORV)
ତହୁଁ ଇସ୍‍ହାକ ଏଷୌକୁ କହିଲେ, ଦେଖ, ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷାରସ ଦ୍ଵାରା ତାହାକୁ ସବଳ କଲି; ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କଅଣ କରିପାରେ?
ଆଦି ପୁସ୍ତକ 27 : 38 (ORV)
ତହିଁରେ ଏଷୌ ପୁନର୍ବାର ଆପଣା ପିତାଙ୍କୁ କହିଲା, ପିତଃ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତଃ, ମୋତେ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ । ଏହା କହି ଏଷୌ ଉଚ୍ଚସ୍ଵରରେ କାନ୍ଦିବାକୁ ଲାଗିଲା ।
ଆଦି ପୁସ୍ତକ 27 : 39 (ORV)
ତହୁଁ ତାହାର ପିତା ଇସ୍‍ହାକ ଉତ୍ତର ଦେଇ କହିଲେ, ଦେଖ, ତୁମ୍ଭର ବସତି ପୃଥିବୀର ଉର୍ବରତାବିହୀନ ଓ ଉପରିସ୍ଥ ଆକାଶର କାକର-ବିହୀନ ହେବ ।
ଆଦି ପୁସ୍ତକ 27 : 40 (ORV)
ତୁମ୍ଭେ ଖଡ଼୍‍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ତାଇବ, ସେତେବେଳେ ଆପଣା କାନ୍ଧରୁ ତାହାର ଯୁଆଳି ପକାଇ ଦେବ ।
ଆଦି ପୁସ୍ତକ 27 : 41 (ORV)
ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହେତୁରୁ ଏଷୌ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, ମୋହର ପିତୃଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି ।
ଆଦି ପୁସ୍ତକ 27 : 42 (ORV)
ମାତ୍ର ଜ୍ୟେଷ୍ଠ ପୁତ୍ର ଏଷୌର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା; ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବକୁ ଡକାଇ କହିଲା, ଦେଖ, ତୁମ୍ଭର ଭ୍ରାତା ଏଷୌ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି ।
ଆଦି ପୁସ୍ତକ 27 : 43 (ORV)
ଏଣୁକରି, ପୁତ୍ର, ମୋହର କଥା ଶୁଣ; ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ ।
ଆଦି ପୁସ୍ତକ 27 : 44 (ORV)
ପୁଣି ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ତ କ୍ରୋଧ ନିବୃତ୍ତ ନ ହୁଏ, ସେପର୍ଯ୍ୟନ୍ତ କିଛି କାଳ ସେଠାରେ ଥାଅ;
ଆଦି ପୁସ୍ତକ 27 : 45 (ORV)
ଅନନ୍ତର ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ୍ତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ, ତାହା ସେ ପାସୋରି ଗଲେ, ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି; ଏକଦିନରେ ତୁମ୍ଭ ଦୁଇଜଣଙ୍କୁ କାହିଁକି ହରାଇବି?
ଆଦି ପୁସ୍ତକ 27 : 46 (ORV)
ଅନନ୍ତର ରିବିକା ଇସ୍‍ହାକଙ୍କୁ କହିଲା, ଏହି ହିତ୍ତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି; ଯେବେ ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତ୍ତୀୟ କନ୍ୟାକୁ, ଅର୍ଥାତ୍, ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ?

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46

BG:

Opacity:

Color:


Size:


Font: