ଆଦି ପୁସ୍ତକ 21 : 1 (ORV)
ଅନନ୍ତର ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ଵାବଧାନ କଲେ; ପୁଣି ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ ।
ଆଦି ପୁସ୍ତକ 21 : 2 (ORV)
ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ଵରଙ୍କ ଦ୍ଵାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ ।
ଆଦି ପୁସ୍ତକ 21 : 3 (ORV)
ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍‍ହାକ (ହାସ୍ୟ) ରଖିଲେ ।
ଆଦି ପୁସ୍ତକ 21 : 4 (ORV)
ପୁଣି ଅବ୍ରହାମ ପରମେଶ୍ଵରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍‍ହାକକୁ ଆଠ ଦିନ ବୟସରେ ସୁନ୍ନତ କଲେ ।
ଆଦି ପୁସ୍ତକ 21 : 5 (ORV)
ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍‍ହାକ ଜାତ ହେଲା ।
ଆଦି ପୁସ୍ତକ 21 : 6 (ORV)
ଆଉ ସାରା କହିଲେ, ପରମେଶ୍ଵର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ ।
ଆଦି ପୁସ୍ତକ 21 : 7 (ORV)
ସେ ଆହୁରି କହିଲେ, ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏକଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି ।
ଆଦି ପୁସ୍ତକ 21 : 8 (ORV)
ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି ଯେଉଁ ଦିନ ଇସ୍‍ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ ।
ଆଦି ପୁସ୍ତକ 21 : 9 (ORV)
ଅନନ୍ତର ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି ।
ଆଦି ପୁସ୍ତକ 21 : 10 (ORV)
ଏହେତୁ ସେ ଅବ୍ରହାମଙ୍କୁ କହିଲା, ତୁମ୍ଭେ ଏହି ଦାସୀକି ଓ ଏହାର ପୁତ୍ରକୁ ଦୂର କରି ଦିଅ; କାରଣ ଏହି ଦାସୀପୁତ୍ର ମୋହର ପୁତ୍ର ଇସ୍‍ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ ।
ଆଦି ପୁସ୍ତକ 21 : 11 (ORV)
ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ ।
ଆଦି ପୁସ୍ତକ 21 : 12 (ORV)
ସେତେବେଳେ ପରମେଶ୍ଵର ଅବ୍ରହାମଙ୍କୁ କହିଲେ, ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍‍ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ ।
ଆଦି ପୁସ୍ତକ 21 : 13 (ORV)
ଆଉ ଏହି ଦାସୀପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା ।
ଆଦି ପୁସ୍ତକ 21 : 14 (ORV)
ଅନନ୍ତର ଅବ୍ରହାମ ପ୍ରଭାତରେ ଉଠି ରୋଟୀ ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକକୁ ସମର୍ପଣ କରି ତାହାକୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା ।
ଆଦି ପୁସ୍ତକ 21 : 15 (ORV)
ପୁଣି କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକକୁ ଛାଡ଼ି ଦେଲା ।
ଆଦି ପୁସ୍ତକ 21 : 16 (ORV)
ପୁଣି ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, ବାଳକର ମରଣ ମୁଁ ଦେଖିବି ନାହିଁ । ପୁଣି ସେ ତାହା ଆଗରେ ବସି ଉଚ୍ଚ ସ୍ଵରରେ ରୋଦନ କଲା ।
ଆଦି ପୁସ୍ତକ 21 : 17 (ORV)
ସେତେବେଳେ ପରମେଶ୍ଵର ବାଳକର ରବ ଶୁଣିଲେ; ପୁଣି ପରମେଶ୍ଵରଙ୍କ ଦୂତ ଆକାଶରୁ ଡାକି ହାଗାରକୁ କହିଲେ, ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ଵର ତାହାର ରବ ଶୁଣିଅଛନ୍ତି ।
ଆଦି ପୁସ୍ତକ 21 : 18 (ORV)
ତୁମ୍ଭେ ଠିଆ ହୋଇ ବାଳକକୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା ।
ଆଦି ପୁସ୍ତକ 21 : 19 (ORV)
ସେତେବେଳେ ପରମେଶ୍ଵର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା ।
ଆଦି ପୁସ୍ତକ 21 : 20 (ORV)
ଅନନ୍ତର ପରମେଶ୍ଵର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା ।
ଆଦି ପୁସ୍ତକ 21 : 21 (ORV)
ସେ ପାରଣ୍ ନାମକ ପ୍ରାନ୍ତରରେ ବସତି କଲା; ତହିଁ ଉତ୍ତାରେ ତାହାର ମାତା ଏକ ମିସର ଦେଶୀୟା କନ୍ୟା ସଙ୍ଗେ ତାହାର ବିବାହ ଦେଲା ।
ଆଦି ପୁସ୍ତକ 21 : 22 (ORV)
ଏହି ସମୟରେ ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, ପରମେଶ୍ଵର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି ।
ଆଦି ପୁସ୍ତକ 21 : 23 (ORV)
ଏଣୁକରି ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ଵାସଘାତକତା କରିବ ନାହିଁ; ପୁଣି ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ଵରଙ୍କ ଶପଥ କରି ଏହି କଥା କୁହ ।
ଆଦି ପୁସ୍ତକ 21 : 24 (ORV)
ତହିଁରେ ଅବ୍ରହାମ କହିଲେ, ମୁଁ ଶପଥ କରିବି ।
ଆଦି ପୁସ୍ତକ 21 : 25 (ORV)
ଆଉ ଅବିମେଲକଙ୍କର ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ ।
ଆଦି ପୁସ୍ତକ 21 : 26 (ORV)
ତହିଁରେ ଅବିମେଲକ କହିଲେ, ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ ।
ଆଦି ପୁସ୍ତକ 21 : 27 (ORV)
ଅନନ୍ତର ଅବ୍ରହାମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି ଦୁହେଁ ଗୋଟିଏ ନିୟମ ସ୍ଥିର କଲେ ।
ଆଦି ପୁସ୍ତକ 21 : 28 (ORV)
ଆଉ ଅବ୍ରହାମ ପଲରୁ ସାତଗୋଟା ମେଷବତ୍ସା ପୃଥକ କରି ରଖିଲେ ।
ଆଦି ପୁସ୍ତକ 21 : 29 (ORV)
ତହିଁରେ ଅବିମେଲକ ଅବ୍ରହାମଙ୍କୁ ପଚାରିଲେ, ତୁମ୍ଭେ କି ଅଭିପ୍ରାୟରେ ଏହି ସାତଗୋଟା ମେଷବତ୍ସା ପୃଥକ କରି ରଖିଲ?
ଆଦି ପୁସ୍ତକ 21 : 30 (ORV)
ଅବ୍ରହାମ କହିଲେ, ମୁଁ ଯେ ଏହି କୂପ ଖୋଳିଅଛି, ତହିଁର ପ୍ରମାଣ ନିମନ୍ତେ ମୋʼଠାରୁ ଏହି ସାତଗୋଟା ମେଷବତ୍ସା ନେବାକୁ ହେବ ।
ଆଦି ପୁସ୍ତକ 21 : 31 (ORV)
ଏଣୁ ସେହି ସ୍ଥାନର ନାମ ବେର୍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ ।
ଆଦି ପୁସ୍ତକ 21 : 32 (ORV)
ଏହିରୂପେ ସେମାନେ ବେର୍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ ।
ଆଦି ପୁସ୍ତକ 21 : 33 (ORV)
ଅନନ୍ତର ଅବ୍ରହାମ ସେହି ବେର୍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନ; ପରମେଶ୍ଵର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ ।
ଆଦି ପୁସ୍ତକ 21 : 34 (ORV)
ପୁଣି ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ କାଳ ପ୍ରବାସ କଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34

BG:

Opacity:

Color:


Size:


Font: