ଆଦି ପୁସ୍ତକ 17 : 1 (ORV)
ଅବ୍ରାମଙ୍କର ଅନେଶ୍ଵତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ ।
ଆଦି ପୁସ୍ତକ 17 : 2 (ORV)
ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରି ତୁମ୍ଭକୁ ଅତିଶୟ ବୃଦ୍ଧି କରିବା ।
ଆଦି ପୁସ୍ତକ 17 : 3 (ORV)
ତହିଁରେ ଅବ୍ରାମ ମୁହଁ ମାଡ଼ି ପଡ଼ନ୍ତେ, ପରମେଶ୍ଵର ତାଙ୍କ ସହିତ ଆଳାପ କରି କହିଲେ,
ଆଦି ପୁସ୍ତକ 17 : 4 (ORV)
ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ ।
ଆଦି ପୁସ୍ତକ 17 : 5 (ORV)
ପୁଣି ତୁମ୍ଭ ନାମ ଅବ୍ରାମ (ମହାପିତା) ଆଉ ରହିବ ନାହିଁ, ମାତ୍ର ଅବ୍ରହାମ (ବହୁଲୋକର ପିତା) ହେବ । ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ ।
ଆଦି ପୁସ୍ତକ 17 : 6 (ORV)
ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀ ଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ ।
ଆଦି ପୁସ୍ତକ 17 : 7 (ORV)
ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳ ସ୍ଥାୟୀ ହେବ । ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ଵର ହେବା ।
ଆଦି ପୁସ୍ତକ 17 : 8 (ORV)
ପୁଣି ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ।
ଆଦି ପୁସ୍ତକ 17 : 9 (ORV)
ପରମେଶ୍ଵର ଅବ୍ରହାମଙ୍କୁ ଆହୁରି କହିଲେ, ତୁମ୍ଭେ ଆମ୍ଭର ନିୟମ ପାଳନ କରିବ; ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବେ ।
ଆଦି ପୁସ୍ତକ 17 : 10 (ORV)
ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ସହିତ କୃତ ଆମ୍ଭର ଯେଉଁ ନିୟମ ତୁମ୍ଭେମାନେ ପାଳନ କରିବ ତାହା ଏହି, ତୁମ୍ଭମାନଙ୍କର ପ୍ରତ୍ୟେକ ପୁରୁଷ ସୁନ୍ନତ୍ ହେବ ।
ଆଦି ପୁସ୍ତକ 17 : 11 (ORV)
ତୁମ୍ଭେମାନେ ଆପଣା ଆପଣାର ଲିଙ୍ଗାଗ୍ର ଚର୍ମ ଛେଦନ କରିବ; ଆଉ ତାହା ତୁମ୍ଭମାନଙ୍କ ସହିତ ଆମ୍ଭ ନିୟମର ଚିହ୍ନ ହେବ ।
ଆଦି ପୁସ୍ତକ 17 : 12 (ORV)
ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ । ପୁଣି ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ ।
ଆଦି ପୁସ୍ତକ 17 : 13 (ORV)
ପୁଣି ତୁମ୍ଭର ଗୃହଜାତ ଅଥବା ମୂଲ୍ୟକ୍ରୀତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ; ତହିଁରେ ଅନନ୍ତକାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ ।
ଆଦି ପୁସ୍ତକ 17 : 14 (ORV)
ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମର ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ୍ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ଆମ୍ଭର ନିୟମ ଲଙ୍ଘନ କଲା ।
ଆଦି ପୁସ୍ତକ 17 : 15 (ORV)
ତହିଁ ଉତ୍ତାରୁ ପରମେଶ୍ଵର ଅବ୍ରହାମଙ୍କୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକି ଆଉ ସାରୀ (କୁଳୀନା) ବୋଲି ଡାକ ନାହିଁ; ତାହାର ନାମ ସାରା (ରାଣୀ) ହେଲା ।
ଆଦି ପୁସ୍ତକ 17 : 16 (ORV)
ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା; ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ତାହାଠାରୁ ନାନାଦେଶୀୟ ରାଜଗଣ ଉତ୍ପନ୍ନ ହେବେ ।
ଆଦି ପୁସ୍ତକ 17 : 17 (ORV)
ସେତେବେଳେ ଅବ୍ରହାମ ମୁହଁ ମାଡ଼ି ପଡ଼ି ହସିଲେ, ପୁଣି ମନେ ମନେ କହିଲେ, ପୁରୁଷର ଶହେ ବର୍ଷ ବୟସରେ କି ସନ୍ତାନ ଜାତ ହେବ? ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ?
ଆଦି ପୁସ୍ତକ 17 : 18 (ORV)
ତହିଁରେ ଅବ୍ରହାମ ପରମେଶ୍ଵରଙ୍କୁ କହିଲେ, ଇଶ୍ମାଏଲ ତୁମ୍ଭ ଛାମୁରେ ବଞ୍ଚି ଥାଉ ।
ଆଦି ପୁସ୍ତକ 17 : 19 (ORV)
ସେତେବେଳେ ପରମେଶ୍ଵର କହିଲେ, ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି ତୁମ୍ଭେ ତାହାର ନାମ ଇସ୍‍ହାକ ରଖିବ, ପୁଣି ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ ।
ଆଦି ପୁସ୍ତକ 17 : 20 (ORV)
ପୁଣି ଇଶ୍ମାଏଲ ବିଷୟରେ ତୁମ୍ଭର ପ୍ରାର୍ଥନା ଶୁଣିଲୁ; ଦେଖ, ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ପୁଣି ବହୁ ପ୍ରଜାବ; କରି ତାହାର ବଂଶ ଅତିଶୟ ବୃଦ୍ଧି କରିବା । ତାହାଠାରୁ ଦ୍ଵାଦଶ ରାଜା ଜାତ ହେବେ ଓ ଆମ୍ଭେ ତାହାକୁ ବଡ଼ ଗୋଷ୍ଠୀ କରିବା ।
ଆଦି ପୁସ୍ତକ 17 : 21 (ORV)
ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍‍ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା ।
ଆଦି ପୁସ୍ତକ 17 : 22 (ORV)
ଏପ୍ରକାରେ କଥାବାର୍ତ୍ତା ଶେଷ କରି ପରମେଶ୍ଵର ଅବ୍ରହାମଙ୍କ ନିକଟରୁ ଊର୍ଦ୍ଧ୍ଵଗମନ କଲେ ।
ଆଦି ପୁସ୍ତକ 17 : 23 (ORV)
ଏଥିଉତ୍ତାରୁ ଅବ୍ରହାମ ଆପଣା ପୁତ୍ର ଇଶ୍ମାଏଲକୁ ଓ ଆପଣା ଗୃହଜାତ ଓ ମୂଲ୍ୟକ୍ରୀତ ସମସ୍ତ ଲୋକଙ୍କୁ, ଅର୍ଥାତ୍ ଅବ୍ରହାମଙ୍କର ଗୃହସ୍ଥିତ ପ୍ରତ୍ୟେକ ପୁରୁଷକୁ ଘେନି ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେହି ଦିନ ସମସ୍ତଙ୍କ ଲିଙ୍ଗାଗ୍ର ଚର୍ମ ଛେଦନ କଲେ ।
ଆଦି ପୁସ୍ତକ 17 : 24 (ORV)
ଅବ୍ରହାମଙ୍କର ଅନେଶ୍ଵତ ବର୍ଷ ବୟସରେ ତାଙ୍କର ଲିଙ୍ଗାଗ୍ର ଚର୍ମର ଛେଦନ ହେଲା ।
ଆଦି ପୁସ୍ତକ 17 : 25 (ORV)
ପୁଣି ତାଙ୍କର ପୁତ୍ର ଇଶ୍ମାଏଲର ତେର ବର୍ଷ ବୟସରେ ଲିଙ୍ଗାଗ୍ର ଚର୍ମର ଛେଦନ ହେଲା ।
ଆଦି ପୁସ୍ତକ 17 : 26 (ORV)
ଏହିରୂପେ ଏକ ଦିନରେ ଅବ୍ରହାମଙ୍କର ଓ ତାଙ୍କ ପୁତ୍ର ଇଶ୍ମାଏଲର ସୁନ୍ନତ ହେଲା ।
ଆଦି ପୁସ୍ତକ 17 : 27 (ORV)
ପୁଣି ତାଙ୍କ ଗୃହଜାତ ଓ ବିଦେଶୀୟମାନଙ୍କ ନିକଟରୁ ମୂଲ୍ୟକ୍ରୀତ ତାଙ୍କ ଗୃହସ୍ଥ ସମସ୍ତ ପୁରୁଷର ସୁନ୍ନତ ହେଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: