ଆଦି ପୁସ୍ତକ 15 : 1 (ORV)
ସେହି ଘଟଣା ଉତ୍ତାରେ ଦର୍ଶନ ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଅବ୍ରାମଙ୍କ ନିକଟରେ ଉପସ୍ଥିତ ହେଲା, ହେ ଅବ୍ରାମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢ଼ାଲ ଓ ମହାପୁରସ୍କାରସ୍ଵରୂପ ।
ଆଦି ପୁସ୍ତକ 15 : 2 (ORV)
ତହିଁରେ ଅବ୍ରାମ ଉତ୍ତର କଲେ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ମୋତେ କଅଣ ଦେବ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି ଦମ୍ମେସକୀୟ ଇଲୀୟେଜର ମୋʼ ଗୃହର ଧନାଧିକାରୀ ଅଟେ ।
ଆଦି ପୁସ୍ତକ 15 : 3 (ORV)
ପୁଣି ଅବ୍ରାମ କହିଲେ, ଦେଖ, ତୁମ୍ଭେ ମୋତେ ସନ୍ତାନ ଦେଲ ନାହିଁ, ଏଣୁ ମୋʼ ଗୃହଜାତ କୌଣସି ଲୋକ ମୋହର ଉତ୍ତରାଧିକାରୀ ହେବ ।
ଆଦି ପୁସ୍ତକ 15 : 4 (ORV)
ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ, ସେହି ବ୍ୟକ୍ତି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ; ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ ।
ଆଦି ପୁସ୍ତକ 15 : 5 (ORV)
ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶକୁ ଦୃଷ୍ଟି କରି ଯେବେ ତାରାସମୂହ ଗଣିପାର, ତେବେ ଗଣି କୁହ । ସେ ଆହୁରି କହିଲେ, ଏହି ପ୍ରକାର ତୁମ୍ଭର ବଂଶ ହେବ। ।
ଆଦି ପୁସ୍ତକ 15 : 6 (ORV)
ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ଵାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ ।
ଆଦି ପୁସ୍ତକ 15 : 7 (ORV)
ଅନନ୍ତର ସେ ତାଙ୍କୁ କହିଲେ, ଯେ ତୁମ୍ଭର ଅଧିକାର ନିମନ୍ତେ ଏହି ଦେଶ ଦେବା ପାଇଁ କଲଦୀୟମାନଙ୍କ ଊରଠାରୁ ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ ।
ଆଦି ପୁସ୍ତକ 15 : 8 (ORV)
ତହୁଁ ସେ କହିଲେ, ହେ ପ୍ରଭୋ, ସଦାପ୍ରଭୋ, ମୁଁ ଯେ ଏ ଦେଶର ଅଧିକାରୀ ହେବି, ତାହା କିରୂପେ ଜାଣିବି?
ଆଦି ପୁସ୍ତକ 15 : 9 (ORV)
ସେ କହିଲେ, ତୁମ୍ଭେ ତିନି ବର୍ଷର ଗୋଟିଏ ଗାଭୀ ଓ ତିନି ବର୍ଷର ଗୋଟିଏ ଛାଗୀ ଓ ତିନି ବର୍ଷର ଗୋଟିଏ ମେଷ ଓ ଗୋଟିଏ ଘୁଘୁ ଓ ଗୋଟିଏ କପୋତ ଛୁଆ ଆମ୍ଭ ନିକଟକୁ ଆଣ ।
ଆଦି ପୁସ୍ତକ 15 : 10 (ORV)
ତହିଁରେ ସେ ସେହି ସବୁ ତାହାଙ୍କ ନିକଟକୁ ଆଣି ଦୁଇ ଖଣ୍ତ କରି ଖଣ୍ତକ ଆଗରେ ଅନ୍ୟ ଖଣ୍ତ ରଖିଲେ; ମାତ୍ର ପକ୍ଷୀମାନଙ୍କୁ ଦୁଇ ଖଣ୍ତ କଲେ ନାହିଁ ।
ଆଦି ପୁସ୍ତକ 15 : 11 (ORV)
ଅନନ୍ତର ହିଂସ୍ରକ ପକ୍ଷୀଗଣ ସେହି ମୃତ ଶବମାନଙ୍କ ଉପରେ ପଡ଼ନ୍ତେ, ଅବ୍ରାମ ସେମାନଙ୍କୁ ଅଡ଼ାଇ ଦେଲେ ।
ଆଦି ପୁସ୍ତକ 15 : 12 (ORV)
ପୁଣି ସୂର୍ଯ୍ୟାସ୍ତ ସମୟରେ ଅବ୍ରାମ ଅତି ନିଦ୍ରିତ ହୋଇ ଘୋର ଅନ୍ଧକାରରେ ଭୟଗ୍ରସ୍ତ ହେଲେ ।
ଆଦି ପୁସ୍ତକ 15 : 13 (ORV)
ସେତେବେଳେ ସେ ଅବ୍ରାମଙ୍କୁ କହିଲେ, ତୁମ୍ଭର ସନ୍ତାନଗଣ ଚାରିଶହ ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଳେଶ ଭୋଗ କରିବେ; ଏହା ନିଶ୍ଚିତ ଜାଣିବ;
ଆଦି ପୁସ୍ତକ 15 : 14 (ORV)
ମାତ୍ର ସେମାନେ ଯେଉଁ ଦେଶୀୟ ଲୋକମାନଙ୍କର ଦାସ୍ୟକର୍ମ କରିବେ, ଆମ୍ଭେ ସେମାନଙ୍କର ବିଚାର କରିବା; ତହିଁ ଉତ୍ତାରେ ସେମାନେ ବହୁତ ଧନ ଘେନି ସେହି ଦେଶରୁ ବାହାର ହେବେ ।
ଆଦି ପୁସ୍ତକ 15 : 15 (ORV)
ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ ।
ଆଦି ପୁସ୍ତକ 15 : 16 (ORV)
ପୁଣି ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ; ଯେହେତୁ ଇମୋରୀୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ।
ଆଦି ପୁସ୍ତକ 15 : 17 (ORV)
ଆଉ ଯହୁଁ ସୂର୍ଯ୍ୟ ଅସ୍ତଗତ ଓ ଅନ୍ଧକାର ହେଲା, ଦେଖ, ସଧୂମ ଚୁଲ୍ଲୀ ଓ ପ୍ରଜ୍ଜଳିତ ଦିହୁଡ଼ି ସେହି ଦୁଇ ଖଣ୍ତ ଶ୍ରେଣୀର ମଧ୍ୟ ଦେଇ ଚାଲିଗଲା ।
ଆଦି ପୁସ୍ତକ 15 : 18 (ORV)
ପୁଣି ସେହିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ନିୟମ ସ୍ଥିର କରି କହିଲେ, ଆମ୍ଭେ ଏହି ମିସରୀୟ ନଦୀଠାରୁ ଫରାତ ନାମକ ମହାନଦୀ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭ ବଂଶକୁ ଦେଲୁ,
ଆଦି ପୁସ୍ତକ 15 : 19 (ORV)
ଅର୍ଥାତ୍, କେନୀୟମାନଙ୍କର ଓ କନଜୀୟମାନଙ୍କର ଓ କଦ୍ମୋନୀୟମାନଙ୍କର
ଆଦି ପୁସ୍ତକ 15 : 20 (ORV)
ଓ ହିତ୍ତୀୟମାନଙ୍କର ଓ ପିରିଜୀୟମାନଙ୍କର ଓ ରଫାୟୀୟମାନଙ୍କର
ଆଦି ପୁସ୍ତକ 15 : 21 (ORV)
ଓ ଇମୋରୀୟମାନଙ୍କର ଓ କିଣାନୀୟମାନଙ୍କର ଓ ଗିର୍ଗାଶୀୟମାନଙ୍କର ଓ ଯିବୁଷୀୟମାନଙ୍କର ଦେଶ ଦେଲୁ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21

BG:

Opacity:

Color:


Size:


Font: