ଆଦି ପୁସ୍ତକ 11 : 1 (ORV)
ପୂର୍ବେ ସମୁଦାୟ ପୃଥିବୀରେ ଏକ ଭାଷା ଓ ଏକ ରୂପ ଉଚ୍ଚାରଣ ଥିଲା ।
ଆଦି ପୁସ୍ତକ 11 : 2 (ORV)
ଆଉ ଘଟଣା କ୍ରମେ ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ଶିନୀୟର ଦେଶରେ ଏକ ପ୍ରାନ୍ତର ପାଇ ସେଠାରେ ବସତି କଲେ ।
ଆଦି ପୁସ୍ତକ 11 : 3 (ORV)
ଅନନ୍ତର ସେମାନେ ପରସ୍ପର କହିଲେ, ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ । ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ଵରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ଵରୂପ ହେଲା ।
ଆଦି ପୁସ୍ତକ 11 : 4 (ORV)
ପୁଣି ସେମାନେ କହିଲେ, ଆସ, ଆମ୍ଭେମାନେ ଆପଣାମାନଙ୍କ ପାଇଁ ଗୋଟିଏ ନଗର ଓ ଗଗନସ୍ପର୍ଶୀ ଏକ ଉଚ୍ଚ ଗଡ଼ ନିର୍ମାଣ କରୁ; ତହିଁରେ ଆମ୍ଭମାନଙ୍କର ନାମ ବିଖ୍ୟାତ ହେବ, ପୁଣି ଆମ୍ଭେମାନେ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ ହେବା ନାହିଁ ।
ଆଦି ପୁସ୍ତକ 11 : 5 (ORV)
ଅନନ୍ତର ମନୁଷ୍ୟସନ୍ତାନମାନେ ଯେଉଁ ନଗର ଓ ଗଡ଼ ନିର୍ମାଣ କରୁଥିଲେ, ତାହା ଦେଖିବାକୁ ସଦାପ୍ରଭୁ ଓହ୍ଲାଇ ଆସିଲେ ।
ଆଦି ପୁସ୍ତକ 11 : 6 (ORV)
ପୁଣି ସଦାପ୍ରଭୁ କହିଲେ, ଦେଖ, ଏହି ଲୋକ ସମସ୍ତେ ଏକ ଓ ଏମାନଙ୍କର ଭାଷା ହିଁ ଏକ, ଆଉ ଏବେ ଏମାନେ ଏହି କାର୍ଯ୍ୟରେ ପ୍ରବୃତ୍ତ ହେଉଅଛନ୍ତି; ଏଥିଉତ୍ତାରୁ ଯାହା ଯାହା କରିବାକୁ ମନସ୍ଥ କରନ୍ତି, ତହିଁରୁ ନିବାରିତ ହେବେ ନାହିଁ ।
ଆଦି ପୁସ୍ତକ 11 : 7 (ORV)
ଏଣୁକରି ସେମାନେ ଯେପରି ପରସ୍ପର ଭାଷା ବୁଝି ନ ପାରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ଓହ୍ଲାଇ ଯାଇ ସେ ସ୍ଥାନରେ ସେମାନଙ୍କ ଭାଷାର ଭେଦ ଜନ୍ମାଉ ।
ଆଦି ପୁସ୍ତକ 11 : 8 (ORV)
ଏହିରୂପେ ସଦାପ୍ରଭୁ ସେସ୍ଥାନରୁ ସେମାନଙ୍କୁ ପୃଥିବୀର ସବୁଆଡ଼େ ଛିନ୍ନଭିନ୍ନ କଲେ; ଏଣୁ ସେମାନେ ନଗର ନିର୍ମାଣ କରିବାରୁ ନିବୃତ୍ତ ହେଲେ ।
ଆଦି ପୁସ୍ତକ 11 : 9 (ORV)
ଏନିମନ୍ତେ ସେହି ନଗରର ନାମ ବାବିଲ (ଭେଦ) ହେଲା; ଯେହେତୁ ସଦାପ୍ରଭୁ ସେ ସ୍ଥାନରେ ସମସ୍ତ ପୃଥିବୀର ଭାଷାଭେଦ ଜନ୍ମାଇଲେ, ପୁଣି ସେ ସ୍ଥାନରୁ ସେମାନଙ୍କୁ ସମୁଦାୟ ପୃଥିବୀରେ ଛିନ୍ନଭିନ୍ନ କଲେ ।
ଆଦି ପୁସ୍ତକ 11 : 10 (ORV)
ଶେମର ବଂଶାବଳୀ ଏହି । ଜଳପ୍ଳାବନର ଦୁଇ ବର୍ଷ ଉତ୍ତାରେ ଶେମ ଶହେ ବର୍ଷ ବୟସରେ ଅର୍ଫକ୍ଷଦକୁ ଜାତ କଲା ।
ଆଦି ପୁସ୍ତକ 11 : 11 (ORV)
ଅର୍ଫକ୍ଷଦ ଜନ୍ମିଲା ଉତ୍ତାରେ ଶେମ ପାଞ୍ଚଶହ ବର୍ଷ ବଞ୍ଚି ଆଉ ସନ୍ତାନସନ୍ତତି ଜାତ କଲା ।
ଆଦି ପୁସ୍ତକ 11 : 12 (ORV)
ପୁଣି ଅର୍ଫକ୍ଷଦ ପଞ୍ଚତିରିଶ ବର୍ଷ ବୟସରେ ଶେଲହକୁ ଜାତ କଲା ।
ଆଦି ପୁସ୍ତକ 11 : 13 (ORV)
ଶେଲହର ଜନ୍ମ ଉତ୍ତାରେ ଅର୍ଫକ୍ଷଦ ଚାରିଶହ ତିନି ବର୍ଷ ଜୀବିତ ରହି ଆଉ ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 14 (ORV)
ପୁଣି ଶେଲହ ତିରିଶ ବର୍ଷ ବୟସରେ ଏବରକୁ ଜାତ କଲା ।
ଆଦି ପୁସ୍ତକ 11 : 15 (ORV)
ଏବରର ଜନ୍ମ ଉତ୍ତାରେ ଶେଲହ ଚାରିଶହ ତିନି ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 16 (ORV)
ପୁଣି ଏବର ଚୌତ୍ରିଶ ବର୍ଷ ବୟସରେ ପେଲଗକୁ ଜାତ କଲା ।
ଆଦି ପୁସ୍ତକ 11 : 17 (ORV)
ପେଲଗର ଜନ୍ମ ଉତ୍ତାରେ ଏବର ଚାରିଶହ ତିରିଶ ବର୍ଷ ବଞ୍ଚି ଆହୁରି ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 18 (ORV)
ପେଲଗ ତିରିଶ ବର୍ଷ ବୟସରେ ରୀୟୂକୁ ଜାତ କଲା ।
ଆଦି ପୁସ୍ତକ 11 : 19 (ORV)
ରୀୟୂର ଜନ୍ମ ଉତ୍ତାରେ ପେଲଗ ଦୁଇଶହ ନଅ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 20 (ORV)
ରୀୟୂ ବତିଶ ବର୍ଷ ବୟସରେ ସରୁଗକୁ ଜାତ କଲା ।
ଆଦି ପୁସ୍ତକ 11 : 21 (ORV)
ସରୁଗର ଜନ୍ମ ଉତ୍ତାରେ ରୀୟୂ ଦୁଇଶହ ସାତ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 22 (ORV)
ପୁଣି ସରୁଗ ତିରିଶ ବର୍ଷ ବୟସରେ ନାହୋରକୁ ଜାତ କଲା ।
ଆଦି ପୁସ୍ତକ 11 : 23 (ORV)
ନାହୋରର ଜନ୍ମ ଉତ୍ତାରେ ସରୁଗ ଦୁଇଶହ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 24 (ORV)
ପୁଣି ନାହୋର ଊନତ୍ରିଂଶ ବର୍ଷ ବୟସରେ ତେରହକୁ ଜାତ କଲା ।
ଆଦି ପୁସ୍ତକ 11 : 25 (ORV)
ତେରହର ଜନ୍ମ ଉତ୍ତାରେ ନାହୋର ଶହେ ଊଣାଇଶ ବର୍ଷ ବଞ୍ଚି ଆଉ ପୁତ୍ରକନ୍ୟା ଜାତ କଲା ।
ଆଦି ପୁସ୍ତକ 11 : 26 (ORV)
ପୁଣି ତେରହକୁ ସତୁରି ବର୍ଷ ବୟସ ହେଲା । ସେ ଅବ୍ରାମ ଓ ନାହୋର ଓ ହାରଣ, ଏମାନଙ୍କୁ ଜାତ କଲା ।
ଆଦି ପୁସ୍ତକ 11 : 27 (ORV)
ତେରହର ବଂଶାବଳୀ । ତେରହ ଅବ୍ରାମ ଓ ନାହୋର ଓ ହାରଣକୁ ଜାତ କଲା । ପୁଣି ସେହି ହାରଣ ଲୋଟକୁ ଜାତ କଲା;
ଆଦି ପୁସ୍ତକ 11 : 28 (ORV)
ମାତ୍ର ହାରଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟମାନଙ୍କ ଊର ନାମକ ଆପଣା ଜନ୍ମଦେଶରେ ମଲା ।
ଆଦି ପୁସ୍ତକ 11 : 29 (ORV)
ଅନନ୍ତର ଅବ୍ରାମ ଓ ନାହୋର ବିବାହ କଲେ; ଅବ୍ରାମଙ୍କ ଭାର୍ଯ୍ୟାଙ୍କର ନାମ ସାରୀ ଓ ନାହୋରର ଭାର୍ଯ୍ୟାର ନାମ ମିଲ୍‍କା, ସେ ହାରଣର କନ୍ୟା ଥିଲା; ସେହି ହାରଣ ମିଲ୍‍କା ଓ ଯିସ୍କାର ପିତା ।
ଆଦି ପୁସ୍ତକ 11 : 30 (ORV)
ସେହି ସାରୀ ବନ୍ଧ୍ୟା ଥିଲେ, ତାଙ୍କର କୌଣସି ସନ୍ତାନ ନ ଥିଲା ।
ଆଦି ପୁସ୍ତକ 11 : 31 (ORV)
ଅନନ୍ତର ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂକୁ ସଙ୍ଗରେ ନେଲା; ଆଉ ସେସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ ।
ଆଦି ପୁସ୍ତକ 11 : 32 (ORV)
ପୁଣି ତେରହ ହାରଣ ନଗରରେ ଥାଇ ଦୁଇଶହ ପାଞ୍ଚ ବର୍ଷ ବୟସରେ ମଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32

BG:

Opacity:

Color:


Size:


Font: