ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ
1. କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ ।
2. ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହୁଞ୍ଚାଇ ଦେବେନ୍ତ ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ଓ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ଵ କରିବେ।
3. ପୁଣି, ଯେଉଁ ଦିନ ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଦୁଃଖ ଓ କ୍ଳେଶରୁ ଓ ଯେଉଁ କଠୋର ଦାସତ୍ଵରେ ତୁମ୍ଭକୁ ଦାସ୍ୟ କର୍ମ କରିବାକୁ ହେଲା, ତହିଁରୁ ବିଶ୍ରାମ ଦେବେ,
4. ସେଦିନ ତୁମ୍ଭେ ବାବିଲ-ରାଜ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, ଉପଦ୍ରବକାରୀ କିପରି ଶେଷ ହୋଇଅଛି! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି!
5. ଯେଉଁମାନେ କୋପରେ ନାନା ଗୋଷ୍ଠୀକି ଅନବରତ ଆଘାତ କଲେ ଓ ନାନା ଦେଶୀୟ ଲୋକଙ୍କୁ କ୍ରୋଧରେ ଶାସନ କରି ଅନିବାରିତ ରୂପେ ତାଡ଼ନା କଲେ,
6. ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଓ ଶାସନକର୍ତ୍ତା-ମାନଙ୍କ ରାଜଦଣ୍ତ ଭାଙ୍ଗି ପକାଇ ଅଛନ୍ତି।
7. ସମୁଦାୟ ପୃଥିବୀ ଶା; ଓ ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି ।
8. ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ ।
9. ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି ।
10. ସେସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ, ତୁମ୍ଭେ ମଧ୍ୟ କʼଣ ଆମ୍ଭମାନଙ୍କ ପରି କ୍ଷୀଣବଳ ହେଲ? ତୁମ୍ଭେ କʼଣ ଆମ୍ଭମାନଙ୍କର ସମାନ ହେଲ?
11. ତୁମ୍ଭର ଐଶ୍ଵର୍ଯ୍ୟ ଓ ତୁମ୍ଭ ନେବଲ ଯନ୍ତ୍ରର ସ୍ଵର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) ଓ କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି ।
12. ହେ ଲୁଶିଫର! ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ଵର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ!
13. ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ଵର୍ଗାରୋହଣ କରିବା, ଆମ୍ଭେ ପରମେଶ୍ଵରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ଵରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର⇧ ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
14. ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ଵକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା ।
15. ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରା; ସୀମାକୁ ଅବରୋହିତ ହେବ ।
16. ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକି କମ୍ପାନ୍ଵିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;
17. ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?
18. ଗୋଷ୍ଠୀବର୍ଗର ରାଜଗଣ, ସେମାନଙ୍କର ସମସ୍ତେ ହିଁ, ସମ୍ଭ୍ରମରେ ଆପଣା ଆପଣା ଗୃହରେ ଶୟନ କରୁଅଛନ୍ତି ।
19. ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ଼୍‍ଗବିଦ୍ଧ ଓ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ଵାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ ।
20. ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ, କାରଣ ତୁମ୍ଭେ ଆପଣା ଦେଶ ଉଚ୍ଛିନ୍ନ କରିଅଛ, ତୁମ୍ଭେ ଆପଣା ଲୋକମାନଙ୍କୁ ବଧ କରିଅଛ, କୁକ୍ରିୟା-କାରୀମାନଙ୍କ ବଂଶର ନାମ ଅନ; କାଳ ଉଲ୍ଲିଖିତ ହେବ ନାହିଁ ।
21. ତାହାର ସନ୍ତାନଗଣ ଉଠି ଯେପରି ପୃଥିବୀ ଅଧିକାର ନ କରନ୍ତି ଓ ଜଗତକୁ ନଗରରେ ପରିପୂର୍ଣ୍ଣ ନ କରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପିତୃପୁରୁଷଗଣର ଅପରାଧ ସକାଶୁ ସେମାନଙ୍କ ପାଇଁ ହତ୍ୟାସ୍ଥାନ ପ୍ରସ୍ତୁତ କର ।
22. ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା, ସଦାପ୍ରଭୁ କହନ୍ତି, ଆମ୍ଭେ ବାବିଲରୁ ନାମ ଓ ଅବଶିଷ୍ଟାଂଶ, ପୁତ୍ର ଓ ପୌତ୍ର, ଉଚ୍ଛିନ୍ନ କରିବା,,
23. ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡ଼ୁ ଦ୍ଵାରା ତାହାକୁ ଝାଡ଼ି ପକାଇବା ।
24. ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଓ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେପରି ସ୍ଥିର ହେବ;
25. ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଓ ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ଓ ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ ।
26. ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଓ ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି ।
27. କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ଓ ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?
28. ଯେଉଁ ବର୍ଷରେ ଆହସ୍ ରାଜାଙ୍କର ମୃତ୍ୟୁ ହେଲା, ସେହି ବର୍ଷର ଏହି ଭାରୋକ୍ତି ।
29. ହେ ପଲେଷ୍ଟୀୟେ, ଯେଉଁ ଦଣ୍ତ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଓ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ ।
30. ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଓ ଦୀନହୀନମାନେ ନିରାପଦରେ ଶୟନ କରିବେ; ପୁଣି, ଆମ୍ଭେ ଦୁର୍ଭିକ୍ଷ ଦ୍ଵାରା ତୁମ୍ଭର ମୂଳ ନଷ୍ଟ କରିବା ଓ ତୁମ୍ଭର ଅବଶିଷ୍ଟାଂଶ ସଂହାରିତ ହେବ ।
31. ହେ ନଗର-ଦ୍ଵାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି ଓ କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ ।
32. ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି ।

Notes

No Verse Added

Total 66 Chapters, Current Chapter 14 of Total Chapters 66
ଯିଶାଇୟ 14:23
1. କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ସେମାନଙ୍କୁ ସେମାନଙ୍କ ଦେଶରେ ସ୍ଥାପନ କରିବେ, ତହିଁରେ ବିଦେଶୀ ଲୋକ ସେମାନଙ୍କ ସଙ୍ଗେ ସଂଯୁକ୍ତ ହେବ, ସେମାନେ ଯାକୁବ ବଂଶ ପ୍ରତି ଆସକ୍ତ ହେବେ
2. ପୁଣି, ନାନା ଗୋଷ୍ଠୀୟ ଲୋକମାନେ ସେମାନଙ୍କୁ ନେଇ ସେମାନଙ୍କ ନିଜ ସ୍ଥାନରେ ପହୁଞ୍ଚାଇ ଦେବେନ୍ତ ଆଉ, ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ଦେଶରେ ସେମାନଙ୍କୁ ଦାସଦାସୀ ରୂପେ ଅଧିକାର କରିବେ; ପୁଣି, ସେମାନେ ଯେଉଁମାନଙ୍କର ବନ୍ଦୀ ହୋଇଥିଲେ, ସେମାନଙ୍କୁ ବନ୍ଦୀ କରି ନେବେ ସେମାନେ ଆପଣା ଉପଦ୍ରବକାରୀମାନଙ୍କ ଉପରେ କର୍ତ୍ତୃତ୍ଵ କରିବେ।
3. ପୁଣି, ଯେଉଁ ଦିନ ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଦୁଃଖ କ୍ଳେଶରୁ ଯେଉଁ କଠୋର ଦାସତ୍ଵରେ ତୁମ୍ଭକୁ ଦାସ୍ୟ କର୍ମ କରିବାକୁ ହେଲା, ତହିଁରୁ ବିଶ୍ରାମ ଦେବେ,
4. ସେଦିନ ତୁମ୍ଭେ ବାବିଲ-ରାଜ ବିରୁଦ୍ଧରେ ଏହି ଦୃଷ୍ଟାନ୍ତ କଥା ନେଇ କହିବ, ଯଥା, ଉପଦ୍ରବକାରୀ କିପରି ଶେଷ ହୋଇଅଛି! ସୁବର୍ଣ୍ଣ ନଗରୀ କିପରି ଶେଷ ହୋଇଅଛି!
5. ଯେଉଁମାନେ କୋପରେ ନାନା ଗୋଷ୍ଠୀକି ଅନବରତ ଆଘାତ କଲେ ନାନା ଦେଶୀୟ ଲୋକଙ୍କୁ କ୍ରୋଧରେ ଶାସନ କରି ଅନିବାରିତ ରୂପେ ତାଡ଼ନା କଲେ,
6. ସଦାପ୍ରଭୁ ସେହି ଦୁଷ୍ଟମାନଙ୍କର ଯଷ୍ଟି ଶାସନକର୍ତ୍ତା-ମାନଙ୍କ ରାଜଦଣ୍ତ ଭାଙ୍ଗି ପକାଇ ଅଛନ୍ତି।
7. ସମୁଦାୟ ପୃଥିବୀ ଶା; ସୁସ୍ଥିର ହୋଇଅଛି; ସେମାନେ ଆନନ୍ଦରେ ଗାନ କରୁଅଛନ୍ତି
8. ହଁ, ଦେବଦାରୁ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ
9. ତୁମ୍ଭ ଆଗମନ ସମୟରେ ତୁମ୍ଭ ସଙ୍ଗେ ସାକ୍ଷାତ କରିବା ପାଇଁ ଅଧଃସ୍ଥ ପାତାଳ ଚାଳିତ ହୁଏ; ତାହା ତୁମ୍ଭ ନିମନ୍ତେ ମୃତମାନଙ୍କୁ, ପୃଥିବୀର ପ୍ରଧାନମାନଙ୍କୁ ହିଁ ଜଗାଏ; ତାହା ଗୋଷ୍ଠୀବର୍ଗର ରାଜାସକଳକୁ ସେମାନଙ୍କ ସିଂହାସନରୁ ଉଠାଇଅଛି
10. ସେସମସ୍ତେ ଉତ୍ତର ଦେଇ ତୁମ୍ଭକୁ କହିବେ, ତୁମ୍ଭେ ମଧ୍ୟ କʼଣ ଆମ୍ଭମାନଙ୍କ ପରି କ୍ଷୀଣବଳ ହେଲ? ତୁମ୍ଭେ କʼଣ ଆମ୍ଭମାନଙ୍କର ସମାନ ହେଲ?
11. ତୁମ୍ଭର ଐଶ୍ଵର୍ଯ୍ୟ ତୁମ୍ଭ ନେବଲ ଯନ୍ତ୍ରର ସ୍ଵର ପାତାଳ ପର୍ଯ୍ୟନ୍ତ ଅବରୋହିତ ହୋଇଅଛି; କୀଟ ତୁମ୍ଭ ତଳେ ପ୍ରସାରିତ (ବିଛଣା) କୃମି ତୁମ୍ଭର ଆଚ୍ଛାଦନ ହୋଇଅଛି
12. ହେ ଲୁଶିଫର! ପ୍ରତ୍ୟୁଷର ପୁତ୍ର! ତୁମ୍ଭେ କିପରି ସ୍ଵର୍ଗରୁ ପତିତ ହେଲ! ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ!
13. ପୁଣି, ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ଵର୍ଗାରୋହଣ କରିବା, ଆମ୍ଭେ ପରମେଶ୍ଵରଙ୍କ ନକ୍ଷତ୍ରଗଣର ଊର୍ଦ୍ଧ୍ଵରେ ଆପଣା ସିଂହାସନ ଉଚ୍ଚୀକୃତ କରିବା; ଆମ୍ଭେ ଉତ୍ତର ଦିଗର⇧ ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା;
14. ଆମ୍ଭେ ମେଘମାଳର ଉଚ୍ଚସ୍ଥଳୀର ଊର୍ଦ୍ଧ୍ଵକୁ ଆରୋହଣ କରିବା; ଆମ୍ଭେ ସର୍ବୋପରିସ୍ଥଙ୍କର ତୁଲ୍ୟ ହେବା
15. ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରା; ସୀମାକୁ ଅବରୋହିତ ହେବ
16. ଯେଉଁମାନେ ତୁମ୍ଭକୁ ଦେଖନ୍ତି, ସେମାନେ ସୂକ୍ଷ୍ମ ରୂପେ ନିରୀକ୍ଷଣ କରି ତୁମ୍ଭ ବିଷୟ ବିବେଚନା କରି କହିବେ, ଯେ ପୃଥିବୀକି କମ୍ପାନ୍ଵିତ କଲା, ଯେ ରାଜ୍ୟସମୂହକୁ ଥରହର କରାଇଲା;
17. ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?
18. ଗୋଷ୍ଠୀବର୍ଗର ରାଜଗଣ, ସେମାନଙ୍କର ସମସ୍ତେ ହିଁ, ସମ୍ଭ୍ରମରେ ଆପଣା ଆପଣା ଗୃହରେ ଶୟନ କରୁଅଛନ୍ତି
19. ମାତ୍ର ତୁମ୍ଭେ ଘୃଣିତ ଶାଖା ତୁଲ୍ୟ, ଖଡ଼୍‍ଗବିଦ୍ଧ ଗର୍ତ୍ତର ପ୍ରସ୍ତର ମଧ୍ୟରେ ନିକ୍ଷିପ୍ତ ହତ ଲୋକ ଦ୍ଵାରା ଆଚ୍ଛାଦିତ ହୋଇ, ଆପଣା କବରଠାରୁ ଦୂରରେ ନିକ୍ଷିପ୍ତ ହୋଇଅଛ; ତୁମ୍ଭେ ପଦଦଳିତ ଶବ ତୁଲ୍ୟ ହୋଇଅଛ
20. ତୁମ୍ଭେ ସେମାନଙ୍କ ସଙ୍ଗେ କବରସ୍ଥ ହେବ ନାହିଁ, କାରଣ ତୁମ୍ଭେ ଆପଣା ଦେଶ ଉଚ୍ଛିନ୍ନ କରିଅଛ, ତୁମ୍ଭେ ଆପଣା ଲୋକମାନଙ୍କୁ ବଧ କରିଅଛ, କୁକ୍ରିୟା-କାରୀମାନଙ୍କ ବଂଶର ନାମ ଅନ; କାଳ ଉଲ୍ଲିଖିତ ହେବ ନାହିଁ
21. ତାହାର ସନ୍ତାନଗଣ ଉଠି ଯେପରି ପୃଥିବୀ ଅଧିକାର କରନ୍ତି ଜଗତକୁ ନଗରରେ ପରିପୂର୍ଣ୍ଣ କରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପିତୃପୁରୁଷଗଣର ଅପରାଧ ସକାଶୁ ସେମାନଙ୍କ ପାଇଁ ହତ୍ୟାସ୍ଥାନ ପ୍ରସ୍ତୁତ କର
22. ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଉଠିବା, ସଦାପ୍ରଭୁ କହନ୍ତି, ଆମ୍ଭେ ବାବିଲରୁ ନାମ ଅବଶିଷ୍ଟାଂଶ, ପୁତ୍ର ପୌତ୍ର, ଉଚ୍ଛିନ୍ନ କରିବା,,
23. ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଜଳାଶୟ କରିବା ଆମ୍ଭେ ସଂହାରରୂପ ଝାଡ଼ୁ ଦ୍ଵାରା ତାହାକୁ ଝାଡ଼ି ପକାଇବା
24. ସୈନ୍ୟାଧିପତି ସଦାପ୍ରଭୁ ଶପଥ କରି କହିଅଛନ୍ତି, ଆମ୍ଭେ ଯାହା ଭାବିଅଛୁ, ନିଶ୍ଚୟ ତଦ୍ରୂପ ଘଟିବ ଆମ୍ଭେ ଯେପରି ମନ୍ତ୍ରଣା କରିଅଛୁ, ସେପରି ସ୍ଥିର ହେବ;
25. ଆମ୍ଭେ ଆପଣା ଦେଶରେ ଅଶୂରୀୟକୁ ଭଗ୍ନ କରିବା ଆପଣା ପର୍ବତ ଉପରେ ତାହାକୁ ପଦ ତଳେ ଦଳିତ କରିବା; ତେବେ ଲୋକମାନଙ୍କଠାରୁ ତାହାର ଯୁଆଳି ସେମାନଙ୍କ ସ୍କନ୍ଧରୁ ତାହାର ଭାର ଦୂରୀକୃତ ହେବ
26. ସମୁଦାୟ ପୃଥିବୀ ବିଷୟରେ ଏହି ମନ୍ତ୍ରଣା ସ୍ଥିର ହୋଇଅଛି ଏହି ହସ୍ତ ସମସ୍ତ ଗୋଷ୍ଠୀ ଉପରେ ବିସ୍ତୀର୍ଣ୍ଣ ହୋଇଅଛି
27. କାରଣ ସୈନ୍ୟାଧିପତି ସଦାପ୍ରଭୁ ମନ୍ତ୍ରଣା କରିଅଛନ୍ତି, ଆଉ ତାହା କିଏ ଅନ୍ୟଥା କରିବ? ତାହାଙ୍କର ହସ୍ତ ବିସ୍ତାରିତ ହୋଇଅଛି, ଆଉ କିଏ ତାହା ଫେରାଇବ?
28. ଯେଉଁ ବର୍ଷରେ ଆହସ୍ ରାଜାଙ୍କର ମୃତ୍ୟୁ ହେଲା, ସେହି ବର୍ଷର ଏହି ଭାରୋକ୍ତି
29. ହେ ପଲେଷ୍ଟୀୟେ, ଯେଉଁ ଦଣ୍ତ ତୁମ୍ଭକୁ ପ୍ରହାର କଲା, ତାହା ଭଗ୍ନ ହୋଇଅଛି ବୋଲି ତୁମ୍ଭେ ସମସ୍ତେ ଆନନ୍ଦ କର ନାହିଁ; କାରଣ ସର୍ପର ମୂଳରୁ କାଳସର୍ପ ଉତ୍ପନ୍ନ ହେବ ଅଗ୍ନିମୟ ଉଡ଼ନ୍ତା ସର୍ପ ତାହାର ଫଳ ହେବ
30. ପୁଣି, ଦରିଦ୍ରର ପ୍ରଥମଜାତ ସନ୍ତାନ ଭୋଜନ କରିବ ଦୀନହୀନମାନେ ନିରାପଦରେ ଶୟନ କରିବେ; ପୁଣି, ଆମ୍ଭେ ଦୁର୍ଭିକ୍ଷ ଦ୍ଵାରା ତୁମ୍ଭର ମୂଳ ନଷ୍ଟ କରିବା ତୁମ୍ଭର ଅବଶିଷ୍ଟାଂଶ ସଂହାରିତ ହେବ
31. ହେ ନଗର-ଦ୍ଵାର, ହାହାକାର କର; ହେ ନଗର, କ୍ରନ୍ଦନ କର; ହେ ପଲେଷ୍ଟୀୟେ, ତୁମ୍ଭର ସମୁଦାୟ ତରଳି ଯାଇଅଛି; କାରଣ ଉତ୍ତର ଦିଗରୁ ଧୂମ ଆସୁଅଛି କେହି ଆପଣା ନିରୂପିତ ସମୟରେ ଦୂରରେ ଠିଆ ହେଉ ନାହିଁ
32. ଆଉ, ଏହି ଗୋଷ୍ଠୀର ଦୂତଗଣକୁ କି ଉତ୍ତର ଦିଆଯିବ? ଏହି ଯେ, ସଦାପ୍ରଭୁ ସିୟୋନର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ତହିଁ ମଧ୍ୟରେ ତାହାଙ୍କର ଦୁଃଖଗ୍ରସ୍ତ ଲୋକମାନେ ଆଶ୍ରୟ ନିଅନ୍ତି
Total 66 Chapters, Current Chapter 14 of Total Chapters 66
×

Alert

×

oriya Letters Keypad References