ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହିଜିକଲ
1. ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ଆଡ଼େ ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
3. ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ଵଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା-ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
4. ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ ।
5. ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର (ଦେଶକୁ) ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ ।
6. କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ ।
7. ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ ।
8. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, ଦେଖ, ଯିହୁଦା-ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ;
9. ଏଥିପାଇଁ ଦେଖ, ଆମ୍ଭେ ନଗରସମୂହଠାରୁ ମୋୟାବର ପାର୍ଶ୍ଵ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ଵରୂପ ବୈତ୍-ଯିଶୀମୋତ୍ ବାଲ୍-ମୀୟୋନ୍ ଓ କିରୀୟାଥୟିମ୍ ଆଡ଼େ,
10. ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
11. ଆମ୍ଭେ ମୋୟାବ ଉପରେ ଦଣ୍ତାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।
12. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ଵାରା ଯିହୁଦା-ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟ; ଅପରାଧ କରିଅଛି,
13. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍‍ଠାରୁ ତାହା ଧ୍ଵଂସସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ଼୍‍ଗରେ ପତିତ ହେବେ ।
14. ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ଵାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।
15. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି;
16. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା ।
17. ପୁଣି, ଆମ୍ଭେ ପ୍ରଚଣ୍ତ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ ।

Notes

No Verse Added

Total 48 Chapters, Current Chapter 25 of Total Chapters 48
ଯିହିଜିକଲ 25:24
1. ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା,
2. ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ଆଡ଼େ ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର;
3. ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଇସ୍ରାଏଲ ଦେଶ ଧ୍ଵଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା-ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;
4. ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ତୁମ୍ଭର ଦୁଗ୍ଧ ପାନ କରିବେ
5. ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଅମ୍ମୋନ-ସନ୍ତାନଗଣର (ଦେଶକୁ) ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ
6. କାରଣ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ
7. ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଲୁଟଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ
8. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ସେୟୀର କହୁଅଛନ୍ତି, ଦେଖ, ଯିହୁଦା-ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ;
9. ଏଥିପାଇଁ ଦେଖ, ଆମ୍ଭେ ନଗରସମୂହଠାରୁ ମୋୟାବର ପାର୍ଶ୍ଵ ମୁକ୍ତ କରିବା, ଅର୍ଥାତ୍, ତାହାର ସୀମାନ୍ତବର୍ତ୍ତୀ ଦେଶର ଗୌରବ ସ୍ଵରୂପ ବୈତ୍-ଯିଶୀମୋତ୍ ବାଲ୍-ମୀୟୋନ୍ କିରୀୟାଥୟିମ୍ ଆଡ଼େ,
10. ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;
11. ଆମ୍ଭେ ମୋୟାବ ଉପରେ ଦଣ୍ତାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
12. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ଵାରା ଯିହୁଦା-ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟ; ଅପରାଧ କରିଅଛି,
13. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ତହିଁ ମଧ୍ୟରୁ ମନୁଷ୍ୟ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍‍ଠାରୁ ତାହା ଧ୍ଵଂସସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ଼୍‍ଗରେ ପତିତ ହେବେ
14. ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ଵାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି
15. ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି;
16. ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ସମୁଦ୍ର ତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା
17. ପୁଣି, ଆମ୍ଭେ ପ୍ରଚଣ୍ତ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ
Total 48 Chapters, Current Chapter 25 of Total Chapters 48
×

Alert

×

oriya Letters Keypad References