ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ରାଜାବଳୀ
1. ଅନନ୍ତର ଶଲୋମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ ।
2. କାରଣ ସେ ଲିବାନୋନ-ଅରଣ୍ୟ-ଗୃହ ନିର୍ମାଣ କଲେ; ତହିଁର ଦୀର୍ଘତା ଏକ ଶହ ହାତ ଓ ତହିଁର ପ୍ରସ୍ଥ ପଚାଶ ହାତ ଓ ତହିଁର ଉଚ୍ଚତା ତିରିଶ ହାତ, ଚାରି ଧାଡ଼ି ଏରସ କାଷ୍ଠର ସ୍ତମ୍ଭ ଉପରେ ଏରସ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ ।
3. ଆଉ ସ୍ତମ୍ଭମାନର ଉପରିସ୍ଥିତ ପଞ୍ଚଚାଳିଶ କଡ଼ି ଉପରେ ଏରସ କାଷ୍ଠର ଛାତ କଲେ; ଧାଡ଼ିକେ ପନ୍ଦର ଲେଖାଏଁ ।
4. ପୁଣି ତିନି ଧାଡ଼ି ଖିଡ଼ିକି ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା ।
5. ଖିଡ଼ିକିର ସମସ୍ତ ଦ୍ଵାର ଓ ଚୌକାଠ ଚାରି ଚୌରସ ଥିଲା ଓ ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା ।
6. ଆହୁରି ସେ ସ୍ତମ୍ଭଶ୍ରେଣୀର ବରଣ୍ତା କଲେ; ତହିଁର ଦୀର୍ଘତା ପଚାଶ ହାତ, ପ୍ରସ୍ଥ ତିରିଶ ହାତ; ତହିଁ ସମ୍ମୁଖରେ ଆଉ ଏକ ବରଣ୍ତା କଲେ ଓ ତହିଁ ସମ୍ମୁଖରେ ସ୍ତମ୍ଭ ଓ ମୋଟ କଡ଼ିମାନ ଦେଲେ ।
7. ପୁଣି ସେ ବିଚାରାର୍ଥେ ସିଂହାସନର ବରଣ୍ତା, ଅର୍ଥାତ୍, ବିଚାର-ବରଣ୍ତା କଲେ; ଆଉ ଚଟାଣକୁ ଚଟାଣ ଏରସ କାଷ୍ଠରେ ଆଚ୍ଛାଦିତ କଲେ ।
8. ଆଉ ତାଙ୍କର ବାସଗୃହ, ବରଣ୍ତାଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟ ପରି ଥିଲା । ଆଉ ଶଲୋମନ ଆପଣା ଭାର୍ଯ୍ୟା ଫାରୋର କନ୍ୟା ନିମନ୍ତେ ସେହି ବରଣ୍ତା ପରି ଏକ ଗୃହ ମଧ୍ୟ ନିର୍ମାଣ କଲେ ।
9. ଏହିସବୁ ଭିତ୍ତିମୂଳ ଅବଧି ମୁଣ୍ତାଳି ପର୍ଯ୍ୟନ୍ତ ଭିତରେ ଓ ବାହାରେ ଖୋଦିତ ପ୍ରସ୍ତରର ପରିମାଣାନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ଵାରା ନିର୍ମିତ ହେଲା । ପୁଣି ବାହାରେ ବୃହତ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହିରୂପ ହେଲା ।
10. ଆଉ ଦଶ ହାତ ଓ ଆଠ ହାତର ବଡ଼ ବଡ଼ ଓ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା ।
11. ପୁଣି ଉପରେ ପରିମାଣାନୁସାରେ ବହୁମୂଲ୍ୟ ଓ ଖୋଦିତ ପ୍ରସ୍ତର ଓ ଏରସ କାଷ୍ଠ ଥିଲା ।
12. ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଓ ଗୃହ-ବରଣ୍ତାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଓ ଏକ ଧାଡ଼ି ଏରସ-କଡ଼ି ଥିଲା ।
13. ଅନନ୍ତର ଶଲୋମନ ରାଜା ଲୋକ ପଠାଇ ହୀରମ୍କୁ ସୋରରୁ ଅଣାଇଲେ ।
14. ସେ ନପ୍ତାଲି-ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତାହାର ପିତା ସୋର ନଗରସ୍ଥ ଏକ କାଂସ୍ୟକାର ଥିଲା; ପୁଣି ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ଓ ବୁଦ୍ଧି ଓ ବିଦ୍ୟାରେ ପରିପୂର୍ଣ୍ଣ ଥିଲା । ପୁଣି ସେ ଶଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା ।
15. ଆଉ ସେ ଅଠର ହାତ ଉଚ୍ଚ ଓ ବାର ହାତ ପରିଧିରେ ଦୁଇ ପିତ୍ତଳ ସ୍ତମ୍ଭ ନିର୍ମାଣ କଲା ।
16. ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା; ଏକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଓ ଅନ୍ୟ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା ।
17. ସ୍ତମ୍ଭ-ମଥାନର ସେହି ମୁଣ୍ତାଳି ନିମନ୍ତେ ଜାଲିକାର୍ଯ୍ୟର ଜାଲି ଓ ଜଞ୍ଜିର କାର୍ଯ୍ୟର ମାଳା ଥିଲା, ଏକ ମୁଣ୍ତାଳି ପାଇଁ ସାତ ଓ ଅନ୍ୟ ମୁଣ୍ତାଳି ପାଇଁ ସାତ ।
18. ଏହିପରି ସେ ସ୍ତମ୍ଭ ନିର୍ମାଣ କଲା; ସ୍ତମ୍ଭ-ମଥାନରେ ଥିବା ମୁଣ୍ତାଳିର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲିକାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ ଦୁଇ ଧାଡ଼ି ଡାଳିମ୍ଵ ଥିଲା ଓ ସେ ଅନ୍ୟ ମୁଣ୍ତାଳି ନିମନ୍ତେ ତଦ୍ରୂପ କଲା ।
19. ପୁଣି ବରଣ୍ତା ଭିତର ସ୍ତମ୍ଭ-ମଥାନର ମୁଣ୍ତାଳି ଚାରି ହାତ ଶୋଷଣପୁଷ୍ପ-କର୍ମବିଶିଷ୍ଟ ଥିଲା ।
20. ଆଉ ଦୁଇ ସ୍ତମ୍ଭର ଉପରିଭାଗରେ ମଧ୍ୟ ମୁଣ୍ତାଳି ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା; ପୁଣି ଅନ୍ୟ ମୁଣ୍ତାଳି ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ ଦୁଇ ଶହ ଡାଳିମ୍ଵ ଥିଲା ।
21. ଆହୁରି ସେ ମନ୍ଦିରର ବରଣ୍ତାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍ (ସେ ସ୍ଥିର କରିବେ) ଦେଲା ଓ ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍ (ତହିଁରେ ବଳ) ଦେଲା ।
22. ପୁଣି ସେହି ସ୍ତମ୍ଭ-ମଥାନ ଉପରେ ଶୋଷଣପୁଷ୍ପ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା ।
23. ଅନନ୍ତର ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲା, ତାହା ଏକ ଫନ୍ଦରୁ ଅନ୍ୟ ଫନ୍ଦ ଯାଏ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ ଓ ତହିଁର ପରିଧି ତିରିଶ ହାତ ପରିମିତ ଥିଲା ।
24. ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା, ତାହା ହାତକେ ଦଶ ଲେଖାଏଁ ସମୁଦ୍ରରୂପ ପାତ୍ରକୁ ବେଷ୍ଟନ କରି ରହିଲା; ପାତ୍ର ଢଳା ହେବା ବେଳେ ଏହି କଳିକାମାନ ଦୁଇ ଧାଡ଼ିରେ ଢଳା ଯାଇଥିଲା ।
25. ଏହି ପାତ୍ର ଦ୍ଵାଦଶ ଗୋରୁ ଉପରେ ସ୍ଥାପିତ ଥିଲା, ସେମାନଙ୍କ ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ସେମାନଙ୍କ ଉପରେ ସମୁଦ୍ରରୂପ ପାତ୍ର ସ୍ଥାପିତ ଥିଲା ଓ ସେସମସ୍ତର ପଶ୍ଚାତ୍ଭାଗ ଭିତରକୁ ଥିଲା ।
26. ସେହି ପାତ୍ର ଚାରି ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, ଶୋଷଣପୁଷ୍ପ ତୁଲ୍ୟ ଥିଲା; ତହିଁରେ ଦୁଇ ହଜାର ମହଣ ଧରିଲା ।
27. ପୁଣି ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ ଓ ପ୍ରସ୍ଥ ଚାରି ହାତ ଓ ଉଚ୍ଚତା ତିନି ହାତ ଥିଲା ।
28. ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହିସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା;
29. ପୁଣି ବିଟର ମଧ୍ୟବର୍ତ୍ତା ସେହିସବୁ ମଧ୍ୟଦେଶରେ ସିଂହ ଓ ଗୋରୁ ଓ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି ସିଂହ ଓ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା ।
30. ଆହୁରି ପ୍ରତ୍ୟେକ ବୈଠିର ପିତ୍ତଳମୟ ଚାରି ଚକ୍ର ଓ ପିତ୍ତଳର ଅଖ ଥିଲା ଓ ଚାରିକୋଣରେ ସ୍ଥାପିତ ଅବଲମ୍ଵନ ଥିଲା; ସେହିସବୁ ଢଳାକର୍ମର ଅବଲମ୍ଵନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ଓ ପ୍ରତ୍ୟେକର ପାର୍ଶ୍ଵରେ ମାଳା ଥିଲା ।
31. ପୁଣି ତହିଁର ମୁଣ୍ତାଳି ମଧ୍ୟରେ ଓ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଓ ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ଓ ତହିଁର ମଧ୍ୟଦେଶସବୁ ଗୋଲାକାର ନୋହି ଚତୁଷ୍କୋଣ ଥିଲା ।
32. ପୁଣି ମଧ୍ୟଦେଶ ତଳେ ଚାରିଚକ୍ର ଓ ଚକ୍ରର ଅଖ ବୈଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା ।
33. ଆଉ ସେହିସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ ଓ ନେମି ଓ ନାଭି ଓ ଅରସବୁ ଢଳାକର୍ମର ଥିଲା ।
34. ପୁଣି ପ୍ରତ୍ୟେକ ବୈଠିକିର ଚାରିକୋଣରେ ଚାରି ଅବଲମ୍ଵନ ଥିଲା, ସେହି ଅବଲମ୍ଵନ ବୈଠିକି ଦେହରେ ନିର୍ମିତ ଥିଲା ।
35. ଆଉ ବୈଠିକି ମୁଣ୍ତରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବେଢ଼ ଥିଲା; ପୁଣି ବୈଠିକି ଉପରିସ୍ଥ ଅବଲମ୍ଵନ ଓ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା ।
36. ପୁଣି ସେ ତହିଁର ଅବଲମ୍ଵନ ପ୍ରଦେଶରେ ଓ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ ଓ ସିଂହ ଓ ଖର୍ଜ୍ଜୁର ବୃକ୍ଷ ଖୋଳି ଚତୁର୍ଦ୍ଦିଗରେ ମାଳା ଦେଲା ।
37. ଏହିରୂପେ ସେ ଏକ ଛାଞ୍ଚ ଓ ଏକ ପରିମାଣ ଓ ଏକ ଆକାରରେ ସେହି ଦଶ ବୈଠିକିଯାକ ନିର୍ମାଣ କଲା ।
38. ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି ଦଶ ବୈଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା ।
39. ପୁଣି ସେ ଗୃହର ଦକ୍ଷିଣ ପାର୍ଶ୍ଵରେ ପାଞ୍ଚ ଓ ଗୃହର ବାମ ପାର୍ଶ୍ଵରେ ପାଞ୍ଚ ବୈଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ଵରେ ପୂର୍ବଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା ।
40. ପୁଣି ହୀରମ୍ ଏହିସବୁ ପ୍ରକ୍ଷାଳନ-ପାତ୍ର ଓ କରଚୁଲି ଓ କୁଣ୍ତ ନିର୍ମାଣ କଲା । ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ହୀରମ୍ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା, ସେସକଳ ସମାପ୍ତ କଲା;
41. ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଓ ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ;
42. ଆଉ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ଵ; ଅର୍ଥାତ୍, ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ଵ;
43. ଆଉ ଦଶ ବୈଠିକି ଓ ସେହିସବୁ ବୈଠିକି ଉପରେ ଦଶ ପ୍ରକ୍ଷାଳନ-ପାତ୍ର
44. ଓ ଏକ ସମୁଦ୍ରରୂପ ପାତ୍ର ଓ ସେହି ସମୁଦ୍ର ପାତ୍ର ତଳେ ବାର ଗୋରୁ
45. ଓ ହାଣ୍ତି ଓ କରଚୁଲି ଓ କୁଣ୍ତ, ଏହି ଯେସକଳ ପାତ୍ର ହୀରମ୍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ଵଳ ପିତ୍ତଳର ଥିଲା ।
46. ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ ।
47. ଆଉ ଅତ୍ୟ; ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ ।
48. ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍, ସ୍ଵର୍ଣ୍ଣବେଦି ଓ ଦର୍ଶନୀୟ ରୋଟୀ ସ୍ଥାପନାର୍ଥେ ସ୍ଵର୍ଣ୍ଣର ମେଜ;
49. ପୁଣି ଗର୍ଭାଗାର ସମ୍ମୁଖର ଦକ୍ଷିଣରେ ପାଞ୍ଚ ଓ ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ ଓ ସୁବର୍ଣ୍ଣର ପୁଷ୍ପ ଓ ପ୍ରଦୀପ ଓ ଚିମୁଟା
50. ଓ ନିର୍ମଳ ସୁବର୍ଣ୍ଣର ପାତ୍ର ଓ କତୁରୀ ଓ କୁଣ୍ତ ଓ ଚମସ ଓ ଅଙ୍ଗାରଧାନୀ; ପୁଣି ଅନ୍ତରାଗାରର, ଅର୍ଥାତ୍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବିଜା କଲେ ।
51. ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ । ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍, ରୂପା ଓ ସୁନା ଓ ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ତାରରେ ରଖିଲେ ।

Notes

No Verse Added

Total 22 Chapters, Current Chapter 7 of Total Chapters 22
ପ୍ରଥମ ରାଜାବଳୀ 7:50
1. ଅନନ୍ତର ଶଲୋମନ ତେର ବର୍ଷ ଆପଣା ଗୃହ ନିର୍ମାଣ କରିବାରେ ଲାଗି ଆପଣାର ସମୁଦାୟ ଗୃହ ସମାପ୍ତ କଲେ
2. କାରଣ ସେ ଲିବାନୋନ-ଅରଣ୍ୟ-ଗୃହ ନିର୍ମାଣ କଲେ; ତହିଁର ଦୀର୍ଘତା ଏକ ଶହ ହାତ ତହିଁର ପ୍ରସ୍ଥ ପଚାଶ ହାତ ତହିଁର ଉଚ୍ଚତା ତିରିଶ ହାତ, ଚାରି ଧାଡ଼ି ଏରସ କାଷ୍ଠର ସ୍ତମ୍ଭ ଉପରେ ଏରସ କାଷ୍ଠର କଡ଼ି ଦେଇ ତାହା ନିର୍ମାଣ କଲେ
3. ଆଉ ସ୍ତମ୍ଭମାନର ଉପରିସ୍ଥିତ ପଞ୍ଚଚାଳିଶ କଡ଼ି ଉପରେ ଏରସ କାଷ୍ଠର ଛାତ କଲେ; ଧାଡ଼ିକେ ପନ୍ଦର ଲେଖାଏଁ
4. ପୁଣି ତିନି ଧାଡ଼ି ଖିଡ଼ିକି ଥିଲା ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା
5. ଖିଡ଼ିକିର ସମସ୍ତ ଦ୍ଵାର ଚୌକାଠ ଚାରି ଚୌରସ ଥିଲା ତିନି ଧାଡ଼ିର ଆଲୁଅ ସମ୍ମୁଖାସମ୍ମୁଖୀ ଥିଲା
6. ଆହୁରି ସେ ସ୍ତମ୍ଭଶ୍ରେଣୀର ବରଣ୍ତା କଲେ; ତହିଁର ଦୀର୍ଘତା ପଚାଶ ହାତ, ପ୍ରସ୍ଥ ତିରିଶ ହାତ; ତହିଁ ସମ୍ମୁଖରେ ଆଉ ଏକ ବରଣ୍ତା କଲେ ତହିଁ ସମ୍ମୁଖରେ ସ୍ତମ୍ଭ ମୋଟ କଡ଼ିମାନ ଦେଲେ
7. ପୁଣି ସେ ବିଚାରାର୍ଥେ ସିଂହାସନର ବରଣ୍ତା, ଅର୍ଥାତ୍, ବିଚାର-ବରଣ୍ତା କଲେ; ଆଉ ଚଟାଣକୁ ଚଟାଣ ଏରସ କାଷ୍ଠରେ ଆଚ୍ଛାଦିତ କଲେ
8. ଆଉ ତାଙ୍କର ବାସଗୃହ, ବରଣ୍ତାଭିତର ଅନ୍ୟ ପ୍ରାଙ୍ଗଣର କାର୍ଯ୍ୟ ପରି ଥିଲା ଆଉ ଶଲୋମନ ଆପଣା ଭାର୍ଯ୍ୟା ଫାରୋର କନ୍ୟା ନିମନ୍ତେ ସେହି ବରଣ୍ତା ପରି ଏକ ଗୃହ ମଧ୍ୟ ନିର୍ମାଣ କଲେ
9. ଏହିସବୁ ଭିତ୍ତିମୂଳ ଅବଧି ମୁଣ୍ତାଳି ପର୍ଯ୍ୟନ୍ତ ଭିତରେ ବାହାରେ ଖୋଦିତ ପ୍ରସ୍ତରର ପରିମାଣାନୁସାରେ କରତରେ ଚିରା ବହୁମୂଲ୍ୟ ପ୍ରସ୍ତର ଦ୍ଵାରା ନିର୍ମିତ ହେଲା ପୁଣି ବାହାରେ ବୃହତ ପ୍ରାଙ୍ଗଣ ପର୍ଯ୍ୟନ୍ତ ସେହିରୂପ ହେଲା
10. ଆଉ ଦଶ ହାତ ଆଠ ହାତର ବଡ଼ ବଡ଼ ବହୁମୂଲ୍ୟ ପ୍ରସ୍ତରରେ ଭିତ୍ତିମୂଳ ହେଲା
11. ପୁଣି ଉପରେ ପରିମାଣାନୁସାରେ ବହୁମୂଲ୍ୟ ଖୋଦିତ ପ୍ରସ୍ତର ଏରସ କାଷ୍ଠ ଥିଲା
12. ଆଉ ଯେପରି ସଦାପ୍ରଭୁଙ୍କ ଗୃହର ଭିତର ପ୍ରାଙ୍ଗଣ ଗୃହ-ବରଣ୍ତାରେ, ସେପରି ବୃହତ ପ୍ରାଙ୍ଗଣର ଚତୁର୍ଦ୍ଦିଗରେ ତିନି ଧାଡ଼ି ଖୋଦିତ ପ୍ରସ୍ତର ଏକ ଧାଡ଼ି ଏରସ-କଡ଼ି ଥିଲା
13. ଅନନ୍ତର ଶଲୋମନ ରାଜା ଲୋକ ପଠାଇ ହୀରମ୍କୁ ସୋରରୁ ଅଣାଇଲେ
14. ସେ ନପ୍ତାଲି-ବଂଶୀୟ ଏକ ବିଧବା ସ୍ତ୍ରୀର ପୁତ୍ର, ତାହାର ପିତା ସୋର ନଗରସ୍ଥ ଏକ କାଂସ୍ୟକାର ଥିଲା; ପୁଣି ସେ ପିତ୍ତଳର ସମସ୍ତ କାର୍ଯ୍ୟ କରିବାକୁ ଜ୍ଞାନ ବୁଦ୍ଧି ବିଦ୍ୟାରେ ପରିପୂର୍ଣ୍ଣ ଥିଲା ପୁଣି ସେ ଶଲୋମନ ରାଜାଙ୍କ ନିକଟକୁ ଆସି ତାଙ୍କର ସମସ୍ତ କାର୍ଯ୍ୟ କଲା
15. ଆଉ ସେ ଅଠର ହାତ ଉଚ୍ଚ ବାର ହାତ ପରିଧିରେ ଦୁଇ ପିତ୍ତଳ ସ୍ତମ୍ଭ ନିର୍ମାଣ କଲା
16. ପୁଣି ସେ ଦୁଇ ସ୍ତମ୍ଭର ମଥାନରେ ଦେବା ପାଇଁ ଢଳା ପିତ୍ତଳର ଦୁଇ ମୁଣ୍ତାଳି କଲା; ଏକ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଅନ୍ୟ ମୁଣ୍ତାଳିର ଉଚ୍ଚତା ପାଞ୍ଚ ହାତ ଥିଲା
17. ସ୍ତମ୍ଭ-ମଥାନର ସେହି ମୁଣ୍ତାଳି ନିମନ୍ତେ ଜାଲିକାର୍ଯ୍ୟର ଜାଲି ଜଞ୍ଜିର କାର୍ଯ୍ୟର ମାଳା ଥିଲା, ଏକ ମୁଣ୍ତାଳି ପାଇଁ ସାତ ଅନ୍ୟ ମୁଣ୍ତାଳି ପାଇଁ ସାତ
18. ଏହିପରି ସେ ସ୍ତମ୍ଭ ନିର୍ମାଣ କଲା; ସ୍ତମ୍ଭ-ମଥାନରେ ଥିବା ମୁଣ୍ତାଳିର ଆଚ୍ଛାଦନାର୍ଥକ ପ୍ରତ୍ୟେକ ଜାଲିକାର୍ଯ୍ୟ ଉପରେ ଚତୁର୍ଦ୍ଦିଗରେ ଦୁଇ ଧାଡ଼ି ଡାଳିମ୍ଵ ଥିଲା ସେ ଅନ୍ୟ ମୁଣ୍ତାଳି ନିମନ୍ତେ ତଦ୍ରୂପ କଲା
19. ପୁଣି ବରଣ୍ତା ଭିତର ସ୍ତମ୍ଭ-ମଥାନର ମୁଣ୍ତାଳି ଚାରି ହାତ ଶୋଷଣପୁଷ୍ପ-କର୍ମବିଶିଷ୍ଟ ଥିଲା
20. ଆଉ ଦୁଇ ସ୍ତମ୍ଭର ଉପରିଭାଗରେ ମଧ୍ୟ ମୁଣ୍ତାଳି ଥିଲା, ତାହା ଜାଲିକର୍ମ ସନ୍ନିକଟ ଗର୍ଭ ପାଖରେ ଥିଲା; ପୁଣି ଅନ୍ୟ ମୁଣ୍ତାଳି ଉପରେ ଚତୁର୍ଦ୍ଦିଗରେ ଧାଡ଼ି ଧାଡ଼ି ହୋଇ ଦୁଇ ଶହ ଡାଳିମ୍ଵ ଥିଲା
21. ଆହୁରି ସେ ମନ୍ଦିରର ବରଣ୍ତାରେ ସେହି ସ୍ତମ୍ଭମାନ ସ୍ଥାପନ କଲା; ଆଉ ସେ ଦକ୍ଷିଣ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ଯାଖୀନ୍ (ସେ ସ୍ଥିର କରିବେ) ଦେଲା ସେ ବାମ ସ୍ତମ୍ଭ ସ୍ଥାପନ କରି ତହିଁର ନାମ ବୋୟସ୍ (ତହିଁରେ ବଳ) ଦେଲା
22. ପୁଣି ସେହି ସ୍ତମ୍ଭ-ମଥାନ ଉପରେ ଶୋଷଣପୁଷ୍ପ-କର୍ମ ଥିଲା; ଏହିରୂପେ ସ୍ତମ୍ଭ କାର୍ଯ୍ୟ ସମାପ୍ତ ହେଲା
23. ଅନନ୍ତର ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ର ରୂପ ପାତ୍ର ନିର୍ମାଣ କଲା, ତାହା ଏକ ଫନ୍ଦରୁ ଅନ୍ୟ ଫନ୍ଦ ଯାଏ ଦଶ ହାତ ତହିଁର ଉଚ୍ଚତା ପାଞ୍ଚ ହାତ ତହିଁର ପରିଧି ତିରିଶ ହାତ ପରିମିତ ଥିଲା
24. ଆଉ ଫନ୍ଦ ତଳେ ଚତୁର୍ଦ୍ଦିଗରେ କଳିକାମାନ ପରିବେଷ୍ଟିତ ଥିଲା, ତାହା ହାତକେ ଦଶ ଲେଖାଏଁ ସମୁଦ୍ରରୂପ ପାତ୍ରକୁ ବେଷ୍ଟନ କରି ରହିଲା; ପାତ୍ର ଢଳା ହେବା ବେଳେ ଏହି କଳିକାମାନ ଦୁଇ ଧାଡ଼ିରେ ଢଳା ଯାଇଥିଲା
25. ଏହି ପାତ୍ର ଦ୍ଵାଦଶ ଗୋରୁ ଉପରେ ସ୍ଥାପିତ ଥିଲା, ସେମାନଙ୍କ ତିନିର ମୁଖ ଉତ୍ତରକୁ ତିନିର ମୁଖ ପଶ୍ଚିମକୁ ତିନିର ମୁଖ ଦକ୍ଷିଣକୁ ତିନିର ମୁଖ ପୂର୍ବକୁ ଥିଲା; ସେମାନଙ୍କ ଉପରେ ସମୁଦ୍ରରୂପ ପାତ୍ର ସ୍ଥାପିତ ଥିଲା ସେସମସ୍ତର ପଶ୍ଚାତ୍ଭାଗ ଭିତରକୁ ଥିଲା
26. ସେହି ପାତ୍ର ଚାରି ଅଙ୍ଗୁଳି ମୋଟ, ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ, ଶୋଷଣପୁଷ୍ପ ତୁଲ୍ୟ ଥିଲା; ତହିଁରେ ଦୁଇ ହଜାର ମହଣ ଧରିଲା
27. ପୁଣି ସେ ଦଶ ପିତ୍ତଳ ବଇଠି କଲା; ପ୍ରତ୍ୟେକ ବଇଠିର ଦୈର୍ଘ୍ୟ ଚାରି ହାତ ପ୍ରସ୍ଥ ଚାରି ହାତ ଉଚ୍ଚତା ତିନି ହାତ ଥିଲା
28. ସେସବୁ ବଇଠିର ଗଠନ ଏହିରୂପ, ଯଥା, ସେସବୁର ମଧ୍ୟଦେଶ ଥିଲା; ସେହିସବୁ ମଧ୍ୟଦେଶ ବିଟମାନର ମଧ୍ୟରେ ଥିଲା;
29. ପୁଣି ବିଟର ମଧ୍ୟବର୍ତ୍ତା ସେହିସବୁ ମଧ୍ୟଦେଶରେ ସିଂହ ଗୋରୁ କିରୂବମାନେ ଥିଲେ; ଆଉ ବିଟ ଉପରେ ଏକ ବଇଠି ଥିଲା; ପୁଣି ସିଂହ ଗୋରୁମାନଙ୍କ ତଳେ ସୂକ୍ଷ୍ମ କାର୍ଯ୍ୟର ମାଳା ଥିଲା
30. ଆହୁରି ପ୍ରତ୍ୟେକ ବୈଠିର ପିତ୍ତଳମୟ ଚାରି ଚକ୍ର ପିତ୍ତଳର ଅଖ ଥିଲା ଚାରିକୋଣରେ ସ୍ଥାପିତ ଅବଲମ୍ଵନ ଥିଲା; ସେହିସବୁ ଢଳାକର୍ମର ଅବଲମ୍ଵନ ପ୍ରକ୍ଷାଳନ-ପାତ୍ର ତଳେ ଥିଲା ପ୍ରତ୍ୟେକର ପାର୍ଶ୍ଵରେ ମାଳା ଥିଲା
31. ପୁଣି ତହିଁର ମୁଣ୍ତାଳି ମଧ୍ୟରେ ତାହା ଉପରେ ତହିଁର ମୁଖ ଏକ ହସ୍ତ, ଆଉ ତହିଁର ମୁଖ ବଇଠିର କର୍ମାନୁସାରେ ଗୋଲାକାର ଦେଢ଼ ହସ୍ତ ପରିମିତ; ମଧ୍ୟ ତହିଁର ମୁଖ ଉପରେ ଶିଳ୍ପକାର୍ଯ୍ୟ ତହିଁର ମଧ୍ୟଦେଶସବୁ ଗୋଲାକାର ନୋହି ଚତୁଷ୍କୋଣ ଥିଲା
32. ପୁଣି ମଧ୍ୟଦେଶ ତଳେ ଚାରିଚକ୍ର ଚକ୍ରର ଅଖ ବୈଠିକିରେ ସଂଯୁକ୍ତ ଥିଲା; ଆଉ ପ୍ରତ୍ୟେକ ଚକ୍ର ଦେଢ଼ ହସ୍ତ ଉଚ୍ଚ ଥିଲା
33. ଆଉ ସେହିସବୁ ଚକ୍ରର କର୍ମ ରଥଚକ୍ରର କର୍ମ ତୁଲ୍ୟ ଥିଲା; ତହିଁର ଅଖ ନେମି ନାଭି ଅରସବୁ ଢଳାକର୍ମର ଥିଲା
34. ପୁଣି ପ୍ରତ୍ୟେକ ବୈଠିକିର ଚାରିକୋଣରେ ଚାରି ଅବଲମ୍ଵନ ଥିଲା, ସେହି ଅବଲମ୍ଵନ ବୈଠିକି ଦେହରେ ନିର୍ମିତ ଥିଲା
35. ଆଉ ବୈଠିକି ମୁଣ୍ତରେ ଅର୍ଦ୍ଧ ହସ୍ତ ଉଚ୍ଚ ଏକ ଗୋଲାକାର ବେଢ଼ ଥିଲା; ପୁଣି ବୈଠିକି ଉପରିସ୍ଥ ଅବଲମ୍ଵନ ମଧ୍ୟଦେଶ ତହିଁ ସଙ୍ଗେ ନିର୍ମିତ ଥିଲା
36. ପୁଣି ସେ ତହିଁର ଅବଲମ୍ଵନ ପ୍ରଦେଶରେ ତହିଁର ମଧ୍ୟଦେଶରେ ପ୍ରତ୍ୟେକର ପରିମାଣାନୁଯାୟୀ କିରୂବ ସିଂହ ଖର୍ଜ୍ଜୁର ବୃକ୍ଷ ଖୋଳି ଚତୁର୍ଦ୍ଦିଗରେ ମାଳା ଦେଲା
37. ଏହିରୂପେ ସେ ଏକ ଛାଞ୍ଚ ଏକ ପରିମାଣ ଏକ ଆକାରରେ ସେହି ଦଶ ବୈଠିକିଯାକ ନିର୍ମାଣ କଲା
38. ଏଉତ୍ତାରେ ସେ ପିତ୍ତଳର ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; ଏକ ଏକ ପାତ୍ର ଚାଳିଶ ମହଣ ଧରେ; ପ୍ରତ୍ୟେକ ପାତ୍ର ଚାରି ହସ୍ତ ପରିମିତ; ପୁଣି ଦଶ ବୈଠିକିର ପ୍ରତ୍ୟେକର ଉପରେ ଏକ ଏକ ପ୍ରକ୍ଷାଳନ-ପାତ୍ର ରହିଲା
39. ପୁଣି ସେ ଗୃହର ଦକ୍ଷିଣ ପାର୍ଶ୍ଵରେ ପାଞ୍ଚ ଗୃହର ବାମ ପାର୍ଶ୍ଵରେ ପାଞ୍ଚ ବୈଠିକି ରଖିଲା; ଆଉ ଗୃହର ଦକ୍ଷିଣ ପାର୍ଶ୍ଵରେ ପୂର୍ବଦିଗରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲା
40. ପୁଣି ହୀରମ୍ ଏହିସବୁ ପ୍ରକ୍ଷାଳନ-ପାତ୍ର କରଚୁଲି କୁଣ୍ତ ନିର୍ମାଣ କଲା ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ହୀରମ୍ ଯେ ଯେ କର୍ମରେ ପ୍ରବୃତ୍ତ ହୋଇଥିଲା, ସେସକଳ ସମାପ୍ତ କଲା;
41. ଦୁଇ ସ୍ତମ୍ଭ ସେହି ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ;
42. ଆଉ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ଵ; ଅର୍ଥାତ୍, ସ୍ତମ୍ଭ ଉପରିସ୍ଥ ମୁଣ୍ତାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ଵ;
43. ଆଉ ଦଶ ବୈଠିକି ସେହିସବୁ ବୈଠିକି ଉପରେ ଦଶ ପ୍ରକ୍ଷାଳନ-ପାତ୍ର
44. ଏକ ସମୁଦ୍ରରୂପ ପାତ୍ର ସେହି ସମୁଦ୍ର ପାତ୍ର ତଳେ ବାର ଗୋରୁ
45. ହାଣ୍ତି କରଚୁଲି କୁଣ୍ତ, ଏହି ଯେସକଳ ପାତ୍ର ହୀରମ୍ ଶଲୋମନ ରାଜାଙ୍କ ପାଇଁ ସଦାପ୍ରଭୁଙ୍କ ଗୃହରେ ନିର୍ମାଣ କଲା, ତାହାସବୁ ଉଜ୍ଜ୍ଵଳ ପିତ୍ତଳର ଥିଲା
46. ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ସର୍ତ୍ତନ ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ
47. ଆଉ ଅତ୍ୟ; ବାହୁଲ୍ୟ ହେତୁ ଶଲୋମନ ସେହିସବୁ ପାତ୍ର ତୌଲ କଲେ ନାହିଁ; ପିତ୍ତଳର ଓଜନ ଜଣାଗଲା ନାହିଁ
48. ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ ନିର୍ମାଣ କରାଇଲେ; ଅର୍ଥାତ୍, ସ୍ଵର୍ଣ୍ଣବେଦି ଦର୍ଶନୀୟ ରୋଟୀ ସ୍ଥାପନାର୍ଥେ ସ୍ଵର୍ଣ୍ଣର ମେଜ;
49. ପୁଣି ଗର୍ଭାଗାର ସମ୍ମୁଖର ଦକ୍ଷିଣରେ ପାଞ୍ଚ ବାମରେ ପାଞ୍ଚ ନିର୍ମଳ ସୁବର୍ଣ୍ଣର ଦୀପବୃକ୍ଷ ସୁବର୍ଣ୍ଣର ପୁଷ୍ପ ପ୍ରଦୀପ ଚିମୁଟା
50. ନିର୍ମଳ ସୁବର୍ଣ୍ଣର ପାତ୍ର କତୁରୀ କୁଣ୍ତ ଚମସ ଅଙ୍ଗାରଧାନୀ; ପୁଣି ଅନ୍ତରାଗାରର, ଅର୍ଥାତ୍, ମହାପବିତ୍ର ସ୍ଥାନର କବାଟ ପାଇଁ ଗୃହର, ଅର୍ଥାତ୍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବିଜା କଲେ
51. ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍, ରୂପା ସୁନା ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ତାରରେ ରଖିଲେ
Total 22 Chapters, Current Chapter 7 of Total Chapters 22
×

Alert

×

oriya Letters Keypad References