Oriya ବାଇବଲ |
ପରମଗୀତ total 8 ଅଧ୍ୟାୟଗୁଡ଼ିକ
ପରମଗୀତ ଅଧ୍ୟାୟ 1
1 ଶଲୋମନଙ୍କର ପରମ ଗୀତ ।
2 ସେ ଆପଣା ମୁଖ-ଚୁମ୍ଵନରେ ମୋତେ ଚୁମ୍ଵନ କରନ୍ତୁ; କାରଣ ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା ଉତ୍ତମ ।
3 ତୁମ୍ଭ ସୁଗନ୍ଧି ତୈଳର ସୁବାସ ଉତ୍ତମ; ତୁମ୍ଭ ନାମ ଢଳା ସୁଗନ୍ଧି ତୈଳ ସ୍ଵରୂପ; ତେଣୁ କୁମାରୀଗଣ ତୁମ୍ଭକୁ ପ୍ରେମ କରନ୍ତି ।
4 ମୋତେ ଆକର୍ଷଣ କର; ଆମ୍ଭେମାନେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା । ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି ।
ପରମଗୀତ ଅଧ୍ୟାୟ 1
5 ଆଗୋ ଯିରୂଶାଲମର କନ୍ୟାଗଣ, ମୁଁ କେଦାରର ତମ୍ଵୁ ତୁଲ୍ୟ, ଶଲୋମନଙ୍କର ଯବନିକା ତୁଲ୍ୟ କୃଷ୍ଣବର୍ଣ୍ଣା, ତଥାପି ସୁନ୍ଦରୀ ।
6 ମୁଁ କୃଷ୍ଣବର୍ଣ୍ଣା, ସୂର୍ଯ୍ୟ ମୋତେ ବିବର୍ଣ୍ଣା କରିଅଛି ବୋଲି ମୋʼ ପ୍ରତି କୁଦୃଷ୍ଟି କର ନାହିଁ । ମୋʼ ମାତାର ସନ୍ତାନଗଣ ମୋʼ ପ୍ରତି କୁପିତ ହେଲେ, ସେମାନେ ମୋତେ ଦ୍ରାକ୍ଷାକ୍ଷେତ୍ରସମୂହର ରକ୍ଷିକା କଲେ; ମାତ୍ର ମୁଁ ନିଜ ଦ୍ରାକ୍ଷାକ୍ଷେତ୍ର ରକ୍ଷା କରି ନାହିଁ ।
7 ହେ ମୋʼ ପ୍ରାଣର ପ୍ରିୟତମ, ତୁମ୍ଭେ କେଉଁଠାରେ ଆପଣା ପଲ ଚରାଉଅଛ, ମଧ୍ୟାହ୍ନ କାଳେ ଯେଉଁଠାରେ ଶୟନ କରାଉଅଛ, ତାହା ମୋତେ ଜଣାଅ; କାରଣ ତୁମ୍ଭ ସଖାଗଣର ପଲ ନିକଟରେ ମୁଁ କାହିଁକି ଆବରକ ବସ୍ତ୍ର ପରିଧାନକାରିଣୀ ତୁଲ୍ୟ ହେବି?
ପରମଗୀତ ଅଧ୍ୟାୟ 1
8 ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ଯେବେ ତୁମ୍ଭେ ନ ଜାଣ, ତେବେ ତୁମ୍ଭେ ପଲର ପଦଚିହ୍ନ ଧରି ଗମନ କର ପ.ଗୀ.୫:୯ ଓ ମେଷପାଳମାନଙ୍କ ତମ୍ଵୁ ନିକଟରେ ଆପଣା ଛେଳିଛୁଆମାନଙ୍କୁ ଚରାଅ ।
9 ଆଗୋ ମୋହର ପ୍ରିୟେ, ମୁଁ ଫାରୋର ରଥର ଅଶ୍ଵିନୀ ସଙ୍ଗେ ତୁମ୍ଭର ଉପମା ଦେଇଅଛି ।
10 ତୁମ୍ଭର ଗଣ୍ତଯୁଗଳ ବେଣୀରେ, ତୁମ୍ଭ ଗଳଦେଶ ରନିହାରରେ ସୁଶୋଭିତ ।
11 ଆମ୍ଭେମାନେ ତୁମ୍ଭ ପାଇଁ ରୂପା ଭୁଣ୍ତିଲଗା ସୁବର୍ଣ୍ଣ ବେଣୀ ପ୍ରସ୍ତୁତ କରିବା ।
ପରମଗୀତ ଅଧ୍ୟାୟ 1
12 ରାଜା ଭୋଜନାସନରେ ଉପବିଷ୍ଟ ଥିବା ବେଳେ ମୋʼ ଜଟାମାଂସୀର ସୁବାସ ବ୍ୟାପ୍ତ ହେଲା ।
13 ମୋହର ପ୍ରିୟତମ ମୋʼ ବକ୍ଷସ୍ଥଳ ମଧ୍ୟରେ ଥିବା ଗନ୍ଧରସ ବୃକ୍ଷର ଥୋପା ତୁଲ୍ୟ ମୋʼ ପ୍ରତି ଅଟନ୍ତି ।
14 ମୋʼ ପ୍ରିୟତମ ମୋʼ ପ୍ରତି ଐନ୍ଗଦୀର ଦ୍ରାକ୍ଷାକ୍ଷେତ୍ରସ୍ଥ ମେହେନ୍ଦିପୁଷ୍ପ ଥୋପା ତୁଲ୍ୟ ଅଟନ୍ତି ।
15 ଆଗୋ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ, ଦେଖ, ତୁମ୍ଭେ ସୁନ୍ଦରୀ ଅଟ; ତୁମ୍ଭର ନେତ୍ରଯୁଗଳ କପୋତ ତୁଲ୍ୟ ।
ପରମଗୀତ ଅଧ୍ୟାୟ 1
16 ଦେଖ, ହେ ମୋହର ପ୍ରିୟତମ, ତୁମ୍ଭେ ସୁନ୍ଦର, ହଁ, ତୁମ୍ଭେ ମନୋହର; ଆହୁରି, ଆମ୍ଭମାନଙ୍କ ଆସନ ହରିଦ୍ବର୍ଣ୍ଣ ।
17 ଏରସ କାଷ୍ଠ ଆମ୍ଭମାନଙ୍କ ଗୃହର କଡ଼ି