Oriya ବାଇବଲ |

ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ

ଗୀତସଂହିତା

ଗୀତସଂହିତା ଅଧ୍ୟାୟ 33
ଗୀତସଂହିତା ଅଧ୍ୟାୟ 33

1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ-ଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ ।

2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶ-ତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର ।

3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ଉଚ୍ଚଧ୍ଵନିରେ ମନୋହର ବାଦ୍ୟ କର ।

4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ଵସ୍ତତାରେ ସାଧିତ ।

ଗୀତସଂହିତା ଅଧ୍ୟାୟ 33

5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;

6 ଗଗନମଣ୍ତଳ ସଦାପ୍ରଭୁଙ୍କ ବାକ୍ୟରେ,ଣଣଏବ୍ରୀ ୧୧:୩ ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ଵାସରେ ନିର୍ମିତ ।

7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି; ସେ ବାରିଧିସମୂହକୁ ଭଣ୍ତାରରେ ସଞ୍ଚୟ କରନ୍ତି ।

8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ; ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ ।

ଗୀତସଂହିତା ଅଧ୍ୟାୟ 33

9 ସେ କହିବାମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା- ମାତ୍ରେ ସ୍ଥିତି ହେଲା ।

10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି; ସେ ଜନବୃନ୍ଦର ସଙ୍କଳ୍ପସବୁ ବିଫଳ କରନ୍ତି ।

11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ; ତାହାଙ୍କ ଚିତ୍ତର ସଙ୍କଳ୍ପ-ସବୁ ପୁରୁଷାନୁକ୍ରମେ ଥାଏ ।

12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ଵର, ସେ ଧନ୍ୟ; ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ ।

ଗୀତସଂହିତା ଅଧ୍ୟାୟ 33

13 ସଦାପ୍ରଭୁ ସ୍ଵର୍ଗରୁ ଦୃଷ୍ଟିପାତ କରନ୍ତି; ସେ ସମସ୍ତ ମନୁଷ୍ୟ-ସନ୍ତାନକୁ ନିରୀକ୍ଷଣ କରନ୍ତିନ୍ତ

14 ସେ ଆପଣା ନିବାସ-ସ୍ଥାନରୁ ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;

15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମସବୁ ଆଲୋଚନା କରନ୍ତି ।

16 କୌଣସି ରାଜା ଅପାର ସୈନ୍ୟ ଦ୍ଵାରା ତ୍ରାଣ ପାଏ ନାହିଁ; କୌଣସି ବୀର ମହାଶକ୍ତି ଦ୍ଵାରା ଉଦ୍ଧାର ପାଏ ନାହିଁ ।

ଗୀତସଂହିତା ଅଧ୍ୟାୟ 33

17 ରକ୍ଷାର୍ଥେ ଅଶ୍ଵ ମିଥ୍ୟା; କିଅବା ସେ ଆପଣା ମହାବଳ ଦ୍ଵାରା କାହାକୁ ରକ୍ଷା କରି ପାରିବ ନାହିଁ ।

18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି,

19 ସେମାନଙ୍କ ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ ।

20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି; ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ ।

ଗୀତସଂହିତା ଅଧ୍ୟାୟ 33

21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ଵାସ କରିଅଛୁ ।

22 ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ ।