Oriya ବାଇବଲ |

ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ

ଗୀତସଂହିତା

ଗୀତସଂହିତା ଅଧ୍ୟାୟ 26
ଗୀତସଂହିତା ଅଧ୍ୟାୟ 26

1 ଦାଉଦଙ୍କର ଗୀତ । ହେ ସଦାପ୍ରଭୋ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି ।

2 ହେ ସଦାପ୍ରଭୋ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର ।

3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋʼ ଦୃଷ୍ଟି-ଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି ।

4 ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ ।

ଗୀତସଂହିତା ଅଧ୍ୟାୟ 26

5 ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, ପୁଣି ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ ।

6 ହେ ସଦାପ୍ରଭୋ, ଯେପରି ମୁଁ ଧନ୍ୟବାଦ-ସ୍ଵର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସକଳ ବର୍ଣ୍ଣନା କରିବି,

7 ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି ।

8 ହେ ସଦାପ୍ରଭୋ, ମୁଁ ତୁମ୍ଭର ନିବାସ-ଗୃହକୁ ଓ ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ ।

ଗୀତସଂହିତା ଅଧ୍ୟାୟ 26

9 ପାପୀମାନଙ୍କ ସଙ୍ଗେ ମୋʼ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋʼ ଜୀବନକୁ ସଂଗ୍ରହ କର ନାହିଁ ।

10 ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, ପୁଣି ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ ।

11 ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; ମୋତେ ମୁକ୍ତ କର ଓ ମୋʼ ପ୍ରତି ସଦୟ ହୁଅ ।

12 ମୋʼ ଚରଣ ସମଭୂମିରେ ଠିଆ ହେଉଅଛି; ମୁଁ ମଣ୍ତଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି ।

ଗୀତସଂହିତା ଅଧ୍ୟାୟ 26