Oriya ବାଇବଲ |
ଗୀତସଂହିତା total 150 ଅଧ୍ୟାୟଗୁଡ଼ିକ
ଗୀତସଂହିତା
ଗୀତସଂହିତା ଅଧ୍ୟାୟ 114
ଗୀତସଂହିତା ଅଧ୍ୟାୟ 114
1 ଯେତେବେଳେ ଇସ୍ରାଏଲ ମିସରରୁ ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ;
2 ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା,
3 ସମୁଦ୍ର ତାହା ଦେଖି ପଳାଇଲାନ୍ତ ଯର୍ଦ୍ଦନ ଉଜାଣି ବହିଲା ।
4 ପର୍ବତଗଣ ମେଷ ପରି ଓ ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ ।
5 ତୁମ୍ଭର କʼଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ? ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ?
ଗୀତସଂହିତା ଅଧ୍ୟାୟ 114
6 ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ?
7 ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, ଯାକୁବର ପରମେଶ୍ଵରଙ୍କ ଛାମୁରେ କମ୍ପିତ ହୁଅ;
8 ସେ ଶୈଳକୁ ଜଳାଶୟ, ଚକ୍ମକି ପ୍ରସ୍ତରକୁ ନିର୍ଝର କଲେ ।