Oriya ବାଇବଲ |

ନିହିମିୟା total 13 ଅଧ୍ୟାୟଗୁଡ଼ିକ

ନିହିମିୟା

ନିହିମିୟା ଅଧ୍ୟାୟ 10
ନିହିମିୟା ଅଧ୍ୟାୟ 10

1 ମୋହରାଙ୍କନକାରୀମାନଙ୍କ ନାମ ଏହି, ଯଥା, ହଖଲୀୟର ପୁତ୍ର ନିହିମୀୟା ଶାସନକର୍ତ୍ତା ଓ ସିଦିକୀୟ;

2 ସରାୟ, ଅସରୀୟ, ଯିରିମୀୟ;

3 ପଶ୍ହୂର, ଅମରୀୟ, ମଲକୀୟ;

4 ହଟୁଶ୍, ଶବନୀୟ, ମଲ୍ଲୂକ୍;

5 ହାରିମ୍, ମରେମୋତ୍, ଓବଦୀୟ;

6 ଦାନିୟେଲ, ଗିନ୍ନଥୋନ, ବାଋକ୍;

7 ମଶୁଲ୍ଲମ୍, ଅବୀୟ, ମୀୟାମୀନ ।

ନିହିମିୟା ଅଧ୍ୟାୟ 10

8 ମାସୀୟ, ବିଲ୍ଗୟ, ଶମୟୀୟ; ଏମାନେ ଯାଜକ ଥିଲେ ।

9 ଆଉ, ଲେବୀୟଗଣ, ଯଥା, ଅସନୀୟର ପୁତ୍ର ଯେଶୂୟ; ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କଦ୍ମିୟେଲ ।

10 ପୁଣି, ସେମାନଙ୍କର ଭ୍ରାତୃଗଣ, ଶବନୀୟ, ହୋଦୀୟ, କଲିଟ, ପଲାୟ, ହାନନ୍;

11 ମୀଖା, ରହୋବ, ହଶବୀୟ;

12 ସକ୍କୁର, ଶେରେବୀୟ, ଶବନୀୟ;

13 ହୋଦୀୟ, ବାନି, ବନୀନୁ ।

ନିହିମିୟା ଅଧ୍ୟାୟ 10

14 ଲୋକମାନଙ୍କର ପ୍ରଧାନବର୍ଗ, ଯଥା, ପରିୟୋଶ୍, ପହତ୍-ମୋୟାବ, ଏଲମ୍; ସତ୍ତୂ, ବାନି;

15 ବୁନ୍ନି, ଅସ୍ଗଦ୍, ବେବୟ;

16 ଅଦୋନୀୟ, ବିଗ୍ବୟ, ଆଦୀନ;

17 ଆଟେର, ହିଜିକୀୟ, ଅସୂର;

18 ହୋଦୀୟ, ହଶୁମ, ବେତ୍ସୟ,

19 ହାରୀଫ୍, ଅନାଥୋତ୍, ନୋବୟ;

20 ମଗ୍ପୀୟସ୍, ମଶୁଲ୍ଲମ୍, ହେଷୀର;

ନିହିମିୟା ଅଧ୍ୟାୟ 10

21 ମଶେଷବେଲ୍, ସାଦୋକ୍, ଯଦ୍ଦୁୟ;

22 ପଲାଟୀୟ, ହାନ୍ନ, ଅନାୟ;

23 ହୋଶେୟ, ହନାନୀୟ, ହଶୂବ;

24 ହଲୋହେସ୍, ପିଲହ, ଶୋବେକ;

25 ରହୂମ୍, ହଶବ୍ନା, ମାସେୟ,

26 ପୁଣି, ଅହୀୟ, ହାନନ୍, ଅନାନ୍;

27 ମଲ୍ଲୂକ୍, ହାରିମ୍, ବାନା ।

28 ପୁଣି, ଲୋକମାନଙ୍କର ଅବଶିଷ୍ଟାଂଶ, ଯାଜକମାନେ, ଲେବୀୟମାନେ, ଦ୍ଵାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେସମସ୍ତ ଲୋକ ନାନା ଦେଶସ୍ଥ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କରି ପରମେଶ୍ଵରଙ୍କ ବ୍ୟବସ୍ଥାର ପକ୍ଷ ହୋଇଥିଲେ, ସେମାନେ, ସେମାନଙ୍କର ଭାର୍ଯ୍ୟାଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ;

ନିହିମିୟା ଅଧ୍ୟାୟ 10

29 ସେମାନେ ଆପଣାମାନଙ୍କ ଭ୍ରାତୃଗଣ, ଆପଣା-ମାନଙ୍କ କୁଳୀନଗଣ ପ୍ରତି ଆସକ୍ତ ହୋଇ ପରମେଶ୍ଵରଙ୍କ ଦାସ ମୋଶାଙ୍କ ଦ୍ଵାରା ଦତ୍ତ ପରମେଶ୍ଵରଙ୍କ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପ୍ରଭୁ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ଓ ଶାସନ ଓ ବିଧି ମନୋଯୋଗପୂର୍ବକ ପାଳିବା ପାଇଁ ଶପଥ ଓ ପ୍ରତିଜ୍ଞା କଲେ;

30 ଆଉ କହିଲେ, ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ, କିଅବା ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ;

ନିହିମିୟା ଅଧ୍ୟାୟ 10

31 ଆଉ, ଦେଶସ୍ଥ ଲୋକମାନେ ବିଶ୍ରାମବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମଦିନରେ କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ; ଆଉ, ସପ୍ତମ ବର୍ଷ ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ ।

32 ଆହୁରି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ସେବାକାର୍ଯ୍ୟ ନିମନ୍ତେ,

33 ଅର୍ଥାତ୍, ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ-ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମବାରର, ଅମାବାସ୍ୟାର ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହର ସମସ୍ତ କାର୍ଯ୍ୟ ନିମନ୍ତେ ପ୍ରତି ବର୍ଷ ଏକ ଏକ ଶେକଲର ତୃତୀୟାଂଶ ଦାନ କରିବା ଭାର⇧ ଆପଣାମାନଙ୍କ ଉପରେ ନେବାର ବିଧାନ କଲୁ ।

ନିହିମିୟା ଅଧ୍ୟାୟ 10

34 ପୁଣି, ବ୍ୟବସ୍ଥାର ଲିଖନାନୁସାରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଯଜ୍ଞବେଦି ଉପରେ ଜ୍ଵଳାଇବା ସକାଶେ ଆମ୍ଭମାନଙ୍କ ପିତୃବଂଶାନୁସାରେ ବର୍ଷକୁ ବର୍ଷ ନିରୂପିତ ସମୟରେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହକୁ କାଷ୍ଠ ଆଣିବା ନିମନ୍ତେ ଆମ୍ଭେମାନେ, ଅର୍ଥାତ୍ ଯାଜକମାନେ, ଲେବୀୟମାନେ ଓ ଲୋକମାନେ କାଷ୍ଠଦାନ ବିଷୟରେ ଗୁଲିବାଣ୍ଟ କଲୁ ।

35 ଆହୁରି, ଆମ୍ଭମାନଙ୍କ ଭୂମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ,

ନିହିମିୟା ଅଧ୍ୟାୟ 10

36 ମଧ୍ୟ ବ୍ୟବସ୍ଥାର ଲିଖନାନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଓ ଆମ୍ଭମାନଙ୍କ ଗୋପଲ ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ,

37 ପୁଣି, ଆମ୍ଭମାନଙ୍କ ଚକ୍ଟା ମଇଦାର ଅଗ୍ରୀମାଂଶ ଓ ଆମ୍ଭମାନଙ୍କ ଉତ୍ତୋଳନୀୟ ଉପହାର ଓ ସର୍ବପ୍ରକାର ବୃକ୍ଷର ଫଳ, ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହର କୋଠରିକି ଆଣିବା ପାଇଁ, ଆଉ ଭୂମିଜାତ ଦ୍ରବ୍ୟର ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ; କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷି-ନଗରରେ ଦଶମାଂଶ ଆଦାୟ କରନ୍ତି ।

ନିହିମିୟା ଅଧ୍ୟାୟ 10

38 ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କର ସନ୍ତାନ-ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ; ଆଉ, ଲେବୀୟମାନେ ପରମେଶ୍ଵରଙ୍କ ଗୃହସ୍ଥିତ ଭଣ୍ତାର-କୋଠରିକି ଦଶମାଂଶର ଦଶମାଂଶ ଆଣିବେ ।

39 କାରଣ ପବିତ୍ର ସ୍ଥାନର ପାତ୍ରସବୁ ଓ ପରିଚାରକ-ଯାଜକମାନେ, ଆଉ ଦ୍ଵାରପାଳ ଓ ଗାୟକମାନେ ଯେଉଁସବୁ କୋଠରିରେ ଥାʼନ୍ତି, ସେଠାକୁ ଇସ୍ରାଏଲ-ସନ୍ତାନଗଣ ଓ ଲେବୀୟ ସନ୍ତାନଗଣ ଶସ୍ୟର, ଦ୍ରାକ୍ଷାରସର ଓ ତୈଳର ଉତ୍ତୋଳନୀୟ ଉପହାର ଆଣିବେ; ପୁଣି, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ଵରଙ୍କ ଗୃହ ପରିତ୍ୟାଗ କରିବୁ ନାହିଁ ।

ନିହିମିୟା ଅଧ୍ୟାୟ 10