Oriya ବାଇବଲ |

ଯିହିଜିକଲ total 48 ଅଧ୍ୟାୟଗୁଡ଼ିକ

ଯିହିଜିକଲ

ଯିହିଜିକଲ ଅଧ୍ୟାୟ 15
ଯିହିଜିକଲ ଅଧ୍ୟାୟ 15

1 ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା,

2 ହେ ମନୁଷ୍ୟ-ସନ୍ତାନ, ଦ୍ରାକ୍ଷାଲତାର ଗଛ, ବନସ୍ଥ ବୃକ୍ଷଗଣ ମଧ୍ୟରେ ସ୍ଥିତ ଦ୍ରାକ୍ଷାଲତାର ଶାଖା, ଅନ୍ୟ ସକଳ ଗଛ ଅପେକ୍ଷା କାହିଁରେ ଅଧିକ?

3 କୌଣସି କାର୍ଯ୍ୟ ନିମନ୍ତେ କି ତହିଁରୁ କାଠ ନିଆଯିବ? ଅବା କୌଣସି ପାତ୍ର ଟଙ୍ଗାଇବା ନିମନ୍ତେ କି ଲୋକେ ତହିଁରୁ ମେଖ କରିବେ?

4 ଦେଖ, ଜାଳ ହେବା ପାଇଁ ତାହା ଅଗ୍ନିରେ ପକାଗଲା; ଅଗ୍ନି ତାହାର ଦୁଇ ମୁଣ୍ତ ଗ୍ରାସ କଲା ଓ ତହିଁର ମଧ୍ୟଭାଗ ଦଗ୍ଧ ହେଲା; ତାହା କି କୌଣସି କାର୍ଯ୍ୟକୁ ଆସିବ?

ଯିହିଜିକଲ ଅଧ୍ୟାୟ 15

5 ଦେଖ, ଅବିକଳ ଥିବା ବେଳେ ତାହା କୌଣସି କାର୍ଯ୍ୟର ଯୋଗ୍ୟ ନୋହିଲା; ଅଗ୍ନି ଗ୍ରାସ କଲା ଉତ୍ତାରେ ଓ ତାହା ଦଗ୍ଧ ହେଲା ଉତ୍ତାରେ ତାହା କି କୌଣସି କାର୍ଯ୍ୟର ଅଧିକ ଅଯୋଗ୍ୟ ନୋହିବ?

6 ଏହେତୁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଯେପରି ବନସ୍ଥ ଗଛସବୁର ମଧ୍ୟସ୍ଥିତ ଦ୍ରାକ୍ଷାଲତାକୁ ଅଗ୍ନିରେ ଜାଳ ହେବା ପାଇଁ ନିରୂପଣ କରିଅଛୁ, ସେପରି ଆମ୍ଭେ ଯିରୂଶାଲମ ନିବାସୀମାନଙ୍କୁ ନିରୂପଣ କରିବା ।

7 ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ସେମାନେ ଅଗ୍ନିରୁ ବାହାରି ଯିବେ, ମାତ୍ର ଅଗ୍ନି ସେମାନଙ୍କୁ ଗ୍ରାସ କରିବ; ପୁଣି, ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିଲେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବହ ।

ଯିହିଜିକଲ ଅଧ୍ୟାୟ 15

8 ଆଉ, ଆମ୍ଭେ ଦେଶକୁ ଧ୍ଵଂସସ୍ଥାନ କରିବା, କାରଣ ସେମାନେ ସତ୍ୟ ଲଘଂନ କରିଅଛନ୍ତି, ଏହା ପ୍ରଭୁ ସଦାପ୍ରଭୁ କହନ୍ତି ।