ଯିହିଜିକଲ ଅଧ୍ୟାୟ 1
22 ପୁଣି, ସେହି ଜୀବିତ ପ୍ରାଣୀର ମସ୍ତକ ଉପରେ ଶୂନ୍ୟର ଏକ ଆକୃତି ଥିଲା, ତାହା ଭୟଙ୍କର ସ୍ପଟିକ ତୁଲ୍ୟ ଆଭାବିଶିଷ୍ଟ ହୋଇ ସେମାନଙ୍କ ମସ୍ତକର ଊର୍ଦ୍ଧ୍ଵରେ ବିସ୍ତାରିତ ଥିଲା ।
23 ଆଉ, ସେହି ଶୂନ୍ୟର ତଳେ ସେମାନଙ୍କର ପକ୍ଷସବୁ ଏକଆରେକର ଆଡ଼େ ପ୍ରସାରିତ ହୋଇ ସମାନ ଥିଲା; ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ଏପାଖରେ ଦୁଇ ଓ ପ୍ରତ୍ୟେକର ଗାତ୍ର ଆଚ୍ଛାଦନ କରିବା ପାଇଁ ସେପାଖରେ ଦୁଇ ପକ୍ଷ ଥିଲା ।
24 ଆଉ, ସେମାନେ ଗମନ କରିବା ବେଳେ ମୁଁ ସେମାନଙ୍କ ପକ୍ଷର ଶଦ୍ଦ ଶୁଣିଲି, ତାହା ମହା ଜଳରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନଙ୍କର ରବ ତୁଲ୍ୟ, ସୈନ୍ୟଦଳର ଶଦ୍ଦ ତୁଲ୍ୟ କୋଳାହଳ ଶଦ୍ଦ; ସେମାନେ ଠିଆ ହେବା ବେଳେ ଆପଣା ଆପଣା ପକ୍ଷ ସଙ୍କୋଚ କଲେ ।
11