Oriya ବାଇବଲ |

ଯାତ୍ରା ପୁସ୍ତକ total 40 ଅଧ୍ୟାୟଗୁଡ଼ିକ

ଯାତ୍ରା ପୁସ୍ତକ

ଯାତ୍ରା ପୁସ୍ତକ ଅଧ୍ୟାୟ 28
ଯାତ୍ରା ପୁସ୍ତକ ଅଧ୍ୟାୟ 28

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ, ତାହା ସଙ୍ଗେ ତାହାର ପୁତ୍ରଗଣକୁ, ଅର୍ଥାତ୍, ହାରୋଣ, ନାଦବ୍ ଓ ଅବୀହୂ, ଇଲୀୟାଜରଓ ଈଥାମରକୁ ଆପଣା ନିକଟକୁ ଆଣିବ ।

2 ତୁମ୍ଭର ଭ୍ରାତା ହାରୋଣର ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ ।

3 ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ, ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର; ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ହାରୋଣକୁ ପ୍ରତିଷ୍ଠା କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

4 ଅର୍ଥାତ୍, ବୁକୁପଟା ଓ ଏଫୋଦ ଓ ଚୋଗା ଓ ବୁଟାଦାର ଜାମା ଓ ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ ।

5 ସେମାନେ ସୁବର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ ।

6 ପୁଣି ସେମାନେ ସେହି ସ୍ଵର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ଵାରା ଏଫୋଦବସ୍ତ୍ର ପ୍ରସ୍ତୁତ କରିବେ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

7 ତହିଁର ଦୁଇ ମୁଣ୍ତରେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି ରହିବ; ଏହିରୂପେ ତାହା ଯୁକ୍ତ ହେବ ।

8 ପୁଣି ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ରାନୁସାରେ ହେବ; ଅର୍ଥାତ୍, ସ୍ଵର୍ଣ୍ଣରେ, ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ହେବ ।

9 ଅନନ୍ତର ତୁମ୍ଭେ ଦୁଇ ଗୋମେଦକ ମଣିଘେନି ତହିଁ ଉପରେ ଇସ୍ରାଏଲ-ପୁତ୍ରମାନଙ୍କ ନାମ ଖୋଳିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

10 ଅର୍ଥାତ୍, ସେମାନଙ୍କ ବଂଶାବଳୀ ଅନୁସାରେ ଛଅ ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅ ନାମ ଅନ୍ୟ ମଣି ଉପରେ ଖୋଳିବ ।

11 ଶିଳ୍ପକର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି ଦୁଇ ମଣି ଉପରେ ଇସ୍ରାଏଲ-ପୁତ୍ରଗଣର ନାମ ଖୋଳିବ, ପୁଣି ତାହା ଦୁଇ ସ୍ଵର୍ଣ୍ଣାଧାରରେ ବନ୍ଦ କରିବ ।

12 ପୁଣି ଇସ୍ରାଏଲ-ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି ଦୁଇ ମଣି ଏଫୋଦର ଦୁଇ ସ୍କନ୍ଧପଟିରେ ଦେବ; ତହିଁରେ ହାରୋଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଦୁଇ ସ୍କନ୍ଧରେ ସେମାନଙ୍କ ନାମ ବହିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

13 ଆଉ ତୁମ୍ଭେ ଦୁଇ ସ୍ଵର୍ଣ୍ଣାଧାର କରିବ

14 ଓ ନିର୍ମଳ ସୁବର୍ଣ୍ଣ ଦ୍ଵାରା ଦୁଇ ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି ଦୁଇ ଆଧାରରେ ଲଗାଇବ ।

15 ପୁଣି ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍, ଏଫୋଦର କର୍ମାନୁସାରେ ସ୍ଵର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ଵାରା ତାହା ପ୍ରସ୍ତୁତ କରିବ ।

16 ତାହା ଚତୁଷ୍କୋଣ ଓ ଦୋହରା ହେବ; ତହିଁର ଦୈର୍ଘ୍ୟ ଏକ ଚାଖଣ୍ତ ଓ ପ୍ରସ୍ଥ ଏକ ଚାଖଣ୍ତ ହେବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

17 ପୁଣି ତାହାକୁ ଚାରି ମଣିପଂକ୍ତିରେ ଖଚିତ କରିବ, ତହିଁର ପ୍ରଥମ ପଂକ୍ତିରେ ଚୂଣୀ ଓ ପୀତମଣି ଓ ମରକତ;

18 ଦ୍ଵିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକା; ଓ ହୀରକ

19 ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା

20 ପୁଣି ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ; ଏହି ସମସ୍ତ ସ୍ଵର୍ଣ୍ଣରେ ସ୍ଵ ସ୍ଵ ପଂକ୍ତିରେ ବସାଯିବ ।

21 ଏହି ମଣି ଇସ୍ରାଏଲ-ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ଵାଦଶ ହେବ; ମୁଦ୍ରାନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ଵାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

22 ତୁମ୍ଭେ ନିର୍ମଳ ସ୍ଵର୍ଣ୍ଣ ଦ୍ଵାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା ଦୁଇ ଜଞ୍ଜିର ନିର୍ମାଣ କରିବ ।

23 ପୁଣି ବୁକୁପଟା ଉପରେ ସ୍ଵର୍ଣ୍ଣର ଦୁଇ କଡ଼ା କରିବ ଓ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲଗାଇବ ।

24 ଆଉ ବୁକୁପଟାର ଦୁଇ ପ୍ରାନ୍ତସ୍ଥିତ ଦୁଇ କଡ଼ା ମଧ୍ୟରେ ସେହି ଦୁଇ ମୋଡ଼ା ସ୍ଵର୍ଣ୍ଣ ଜଞ୍ଜିର ଲଗାଇବ ।

25 ପୁଣି ମୋଡ଼ା ଜଞ୍ଜିରର ଦୁଇ ମୁଣ୍ତ ଦୁଇ ଆଧାରରେ ବନ୍ଦ କରି ଏଫୋଦବସ୍ତ୍ରର ସମ୍ମୁଖସ୍ଥ ଦୁଇ ସ୍କନ୍ଧପଟି ଉପରେ ରଖିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

26 ତୁମ୍ଭେ ସ୍ଵର୍ଣ୍ଣର ଦୁଇ କଡ଼ା ନିର୍ମାଣ କରି ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ ।

27 ଆହୁରି ଦୁଇ ସ୍ଵର୍ଣ୍ଣକଡ଼ା କରି ଏଫୋଦବସ୍ତ୍ରର ଦୁଇ ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ାସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିବ ।

28 ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ଵାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

29 ଯେଉଁ ସମୟରେ ହାରୋଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ-ପୁତ୍ରଗଣର ନାମସକଳ ଆପଣା ହୃଦୟ ଉପରେ ବହନ କରିବ ।

30 ସେହି ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରୀମ୍ ଓ ତୁମ୍ମୀମ୍ (ଦୀପ୍ତି ଓ ସିଦ୍ଧି) ରଖିବ; ତହିଁରେ ହାରୋଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରୋଣର ହୃଦୟ ଉପରେ ତାହା ରହିବ, ପୁଣି ହାରୋଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ-ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

31 ତୁମ୍ଭେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳ ବର୍ଣ୍ଣ କରିବ।

32 ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ ଏକ ଛିଦ୍ର ରହିବ; ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦ୍ଦିଗରେ ବୁଣାକର୍ମ ହେବ, ତହିଁରେ ତାହା ଛିଣ୍ତିଯିବ ନାହିଁ ।

33 ପୁଣି ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣର ଡାଳିମ୍ଵ କରିବ; ଆଉ ଚାରିଦିଗରେ ତହିଁ ମଧ୍ୟେ ମଧ୍ୟେ ସ୍ଵର୍ଣ୍ଣ ଘଣ୍ଟି ରହିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

34 ସେହି ଚୋଗାର ଅଞ୍ଚଳର ଚତୁର୍ଦ୍ଦିଗରେ ଗୋଟିଏ ସ୍ଵର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ଵ, ପୁଣି ଗୋଟିଏ ସ୍ଵର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ଵ ରହିବ ।

35 ଆଉ ହାରୋଣ ସେବା କରିବା ସମୟରେ ତାହା ପିନ୍ଧିବ; ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶଦ୍ଦ ଶୁଣାଯିବ; ତାହାହେଲେ ସେ ମରିବ ନାହିଁ ।

36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୁଦ୍ରା ନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହି କଥା ଖୋଳିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

37 ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ ।

38 ତାହା ହାରୋଣର କପାଳ ଉପରେ ରହିବ, ତହିଁରେ ପବିତ୍ର ଦ୍ରବ୍ୟ-ଘଟିତ ଅପରାଧ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ପବିତ୍ରୀକୃତ ପବିତ୍ର ଦାନାଦି ସକଳ ଦ୍ରବ୍ୟ ସମ୍ଵନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରୋଣ ବହିବଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି କଟିବନ୍ଧନ ସୂଚିକର୍ମ ଦ୍ଵାରା ଚିତ୍ର ବିଚିତ୍ର କରିବ ।

40 ଆଉ ହାରୋଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ, ଆଉ ସେମାନଙ୍କର ଶ୍ରୀ ଓ ଶୋଭା ନିମନ୍ତେ ଶିରୋଭୂଷଣ କରିବ ।

41 ପୁଣି ତୁମ୍ଭ ଭ୍ରାତା ହାରୋଣର ଓ ତାହାର ପୁତ୍ରଗଣର ଦେହରେ ତାହା ସବୁ ପରିଧାନ କରାଇବ; ପୁଣି ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବ, ତହିଁରେ ସେମାନେ ଆମ୍ଭର ଯାଜକକର୍ମ କରିବେ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28

42 ତୁମ୍ଭେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ ।

43 ପୁଣି ଯେତେବେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ଵୁରେ ପ୍ରବେଶ କରିବେ, କିଅବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦିର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି, ଏନିମନ୍ତେ ସେମାନେ ଏହି ବସ୍ତ୍ର ପରିଧାନ କରିବେ; ଏହା ହାରୋଣର ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ ।

ଯାତ୍ରା ପୁସ୍ତକ ଅଧ୍ୟାୟ 28