ଏଷ୍ଟର ବିବରଣ ଅଧ୍ୟାୟ 6
4 ତହୁଁ ରାଜା ପଚାରିଲା, ପ୍ରାଙ୍ଗଣରେ କିଏ କିଛି? ଏହି ସମୟରେ ହାମନ୍ ଆପଣା ପ୍ରସ୍ତୁତ ଫାଶୀକାଠରେ ମର୍ଦ୍ଦଖୟକୁ ଫାଶୀ ଦେବା ପାଇଁ ରାଜାକୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲା ।
5 ତେଣୁ ରାଜାର ଦାସମାନେ ତାହାକୁ କହିଲେ, ଦେଖନ୍ତୁ, ହାମନ୍ ପ୍ରାଙ୍ଗଣରେ ଠିଆ ହୋଇଅଛି । ତେବେ ରାଜା କହିଲା, ସେ ଭିତରକୁ ଆସୁ ।
6 ତହିଁରେ ହାମନ୍ ଭିତରକୁ ଆସନ୍ତେ, ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଅଣ କରାଯିବ? ହାମନ୍ ମନେ ମନେ ଭାଳିଲା, ରାଜା ମୋʼ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ?
5