ପ୍ରଥମ ଶାମୁୟେଲ ଅଧ୍ୟାୟ 7
1 ଅନନ୍ତର କିରୀୟଥ୍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି ସଦାପ୍ରଭୁଙ୍କ ସିନ୍ଦୁକ-ରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ ।
2 ସିନ୍ଦୁକ କିରୀୟଥ୍-ଯିୟାରୀମରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ-ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ ।
3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ-ବଂଶକୁ କହିଲେ, ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ ।
4