Oriya ବାଇବଲ |

ପ୍ରଥମ ବଂଶାବଳୀ total 29 ଅଧ୍ୟାୟଗୁଡ଼ିକ

ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 6
ପ୍ରଥମ ବଂଶାବଳୀ ଅଧ୍ୟାୟ 6

1 ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି ।

2 କହାତର ପୁତ୍ର ଅମ୍ରାମ୍, ଯିଷ୍ହର୍ ଓ ହିବ୍ରୋଣ୍ ଓ ଉଷୀୟେଲ୍ ।

3 ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ । ପୁଣି ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର ।

4 ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବିଶୂୟକୁ ଜାତ କଲା;

5 ପୁଣି ଅବିଶୂୟ ବୁକ୍କିକି ଜାତ କଲା ଓ ବୁକ୍କି ଉଷିକି ଜାତ କଲା;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

6 ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍କୁ ଜାତ କଲା;

7 ମରାୟୋତ୍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା ।

8 ଆଉ ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ୍ ଅହୀମାସ୍କୁ ଜାତ କଲା;

9 ଅହୀମାସ୍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍କୁ ଜାତ କଲା;

10 ଆଉ ଯୋହାନନ୍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

11 ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା;

12 ପୁଣି ଅହୀଟୂବ୍ ସାଦୋକକୁ ଜାତ କଲା ଓ ସାଦୋକ୍ ଶଲ୍ଲୁମ୍କୁ ଜାତ କଲା;

13 ଶଲ୍ଲୁମ୍ ହିଲ୍‍କୀୟକୁ ଜାତ କଲା ଓ ହିଲ୍‍କୀୟ ଅସରୀୟକୁ ଜାତ କଲା;

14 ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋସାଦକ୍କୁ ଜାତ କଲା ।

15 ପୁଣି ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ଵାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋସାଦକ୍ ବନ୍ଦୀ ହୋଇ ଗଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

16 ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି ।

17 ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ଶିମୀୟି ।

18 କହାତ୍ର ପୁତ୍ର ଅମ୍ରାମ୍ ଓ ଯିଷ୍ହର୍ ଓ ହିବ୍ରୋଣ ଓ ଉଷୀୟେଲ ।

19 ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ ।

20 ଗେର୍ଶୋମ୍ର (ସନ୍ତାନ); ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଯହତ୍, ତାହାର ପୁତ୍ର ସିମ୍ମ;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

21 ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ ।

22 କହାତ୍ର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ୍, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର;

23 ତାହାର ପୁତ୍ର ଇଲ୍‍କାନା, ତାହାର ପୁତ୍ର ଅବୀୟାସପ୍, ତାହାର ପୁତ୍ର ଅସୀର;

24 ତାହାର ପୁତ୍ର ତହତ୍, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ୍ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

25 ଇଲ୍‍କାନାର ସନ୍ତାନ ଅମାସୟ ଓ ଅହୀମୋତ୍ ।

26 ଇଲ୍‍କାନା; ଇଲ୍‍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହାତ୍;

27 ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍‍କାନା ।

28 ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ଵିତୀୟ ଅବୀୟ ।

29 ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

30 ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ ।

31 (ନିୟମ) ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ।

32 ପୁଣି ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ଵୁରୂପ ଆବାସ ସମ୍ମୁଖରେ ଗାନ ଦ୍ଵାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ଵ ସ୍ଵ ପଦରେ ସେବା କଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

33 ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ୍ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର;

34 ସେ ଇଲ୍‍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲର ପୁତ୍ର, ସେ ତୋହର ପୁତ୍ର;

35 ସେ ସୂଫର ପୁତ୍ର, ସେ ଇଲ୍‍କାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାସୟର ପୁତ୍ର;

36 ସେ ଇଲ୍‍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

37 ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;

38 ସେ ଯିଷ୍ହରିର ପୁତ୍ର, ସେ କହାତ୍ର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର ।

39 ହେମନର ଭ୍ରାତା ଆସଫ୍ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ୍ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ରନ୍ତଣ ଦ୍ଵି.ବଂ.୫:୧୨

40 ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍‍କୀୟର ପୁତ୍ର;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

41 ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର;

42 ସେ ଏଥନର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟର ପୁତ୍ର ।

43 ସେ ଯହତ୍ର ପୁତ୍ର, ସେ ଗେର୍ଶୋମ୍ର ପୁତ୍ର, ସେ ଲେବୀର ପୁତ୍ର ।

44 ବାମଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;

45 ସେ ହଶବୀୟର ପୁତ୍ର, ସେ ଅମତ୍ସୀୟର ପୁତ୍ର, ସେ ହିଲ୍‍କୀୟର ପୁତ୍ର;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

46 ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର;

47 ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର ।

48 ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ଵରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ ।

49 ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ଵରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

50 ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପିନହସ୍, ତାହାର ପୁତ୍ର ଅବୀଶୂୟ ପ୍ର.ବଂ.୬:୪-୮

51 ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;

52 ତାହାର ପୁତ୍ର ମରାୟୋତ୍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍;

53 ତାହାର ପୁତ୍ର ସାଦୋକ୍, ତାହାର ପୁତ୍ର ଅହୀମାସ୍ ।

54 ଆଉ ସେମାନଙ୍କ ସ୍ଵ ସ୍ଵ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ । ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା,

ପ୍ରଥମ ବଂଶାବଳୀ ଅଧ୍ୟାୟ 6

55 ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା ।

56 ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଦିଆଗଲା ।

57 ପୁଣି ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ-ନଗରସବୁ, ହିବ୍ରୋଣ; ଲିବ୍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି;

58 ହିଲେନ୍, ତହିଁର ତଳିଭୂମି, ଦବୀର୍, ତହିଁର ତଳିଭୂମି;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

59 ଆଶନ୍, ତହିଁର ତଳିଭୂମି ଓ ବୈଥ୍ଶେମଶ୍, ତହିଁର ତଳିଭୂମି;

60 ପୁଣି ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍, ତହିଁର ତଳିଭୂମି ଓ ଅନାଥୋତ୍, ତହିଁର ତଳିଭୂମି ଦିଆଗଲା । ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା ।

61 ପୁଣି କହାତ୍ର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ଵାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧବଂଶ, ଅର୍ଥାତ୍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

62 ଆଉ ଗେର୍ଶୋମ୍ର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର୍-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା ।

63 ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ଵାରା ରୁବେନ୍-ବଂଶଠାରୁ ଓ ଗାଦ୍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା ।

64 ପୁଣି ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

65 ସେମାନେ ଗୁଲିବାଣ୍ଟ ଦ୍ଵାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ୍-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ ।

66 ପୁଣି କହାତ୍ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ଵ ସ୍ଵ ସୀମାସ୍ଥ ନଗର ପାଇଲେ ।

67 ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍; ତଳିଭୂମି ସହିତ ଗେଷର୍;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

68 ତଳିଭୂମି ସହିତ ଯକମୀୟାମ୍ ଓ ତଳିଭୂମି ସହିତ ବୈଥୋରୋଣ;

69 ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାତ୍ରିମ୍ମୋନ୍;

70 ପୁଣି ମନଃଶିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲୀୟମ୍, ଏହିସବୁ ନଗର କହାତ୍-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକି ଦେଲେ ।

71 ଗେର୍ଶୋମ୍ର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍ ଓ ତଳିଭୂମି ସହିତ ଅଷ୍ଟାରୋତ୍;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

72 ଆଉ ଇଷାଖରଠାରୁ ତଳିଭୂମି ସହିତ କାଦେଶ୍, ତଳିଭୂମି ସହିତ ଦାବରତ୍

73 ଓ ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍;

74 ଆଉ ଆଶେର୍-ବଂଶଠାରୁ ତଳିଭୂମି ସହିତ ମଶାଲ୍ ଓ ତଳିଭୂମି ସହିତ ଅବ୍ଦୋନ୍

75 ଓ ତଳିଭୂମି ସହିତ ହୁକ୍କୋକ୍ ଓ ତଳିଭୂମି ସହିତ ରହୋବ୍;

76 ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍ ଓ ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

77 ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା ।

78 ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର୍ ଓ ତଳିଭୂମି ସହିତ ଯହସ୍

79 ଓ ତଳିଭୂମି ସହିତ କଦେମୋତ୍ ଓ ତଳିଭୂମି ସହିତ ମେଫାତ୍;

80 ଆଉ ଗାଦ୍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍, ତଳିଭୂମି ସହିତ ମହନୟିମ୍

ପ୍ରଥମ ବଂଶାବଳୀ ଅଧ୍ୟାୟ 6

81 ଓ ତଳିଭୂମି ସହିତ ହିଷ୍ବୋନ୍ ଓ ତଳିଭୂମି ସହିତ ଯାସେର୍ ଦିଆଗଲା ।