Oriya ବାଇବଲ |

ପ୍ରଥମ ବଂଶାବଳୀ total 29 ଅଧ୍ୟାୟଗୁଡ଼ିକ

ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 11
ପ୍ରଥମ ବଂଶାବଳୀ ଅଧ୍ୟାୟ 11

1 ଅନନ୍ତର ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ ।

2 ଗତ କାଳରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ-ଲୋକଙ୍କର ଅଗ୍ରଣୀ ହେବ ।

3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ କତିକି ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

4 ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍, ଯିବୂଷକୁ ଗଲେ; ସେସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ ।

5 ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଏସ୍ଥାନକୁ ଆସି ପାରିବ ନାହିଁ । ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା ।

6 ଆଉ ଦାଉଦ କହିଲେ, ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ । ତହିଁରେ ସରୁୟାର ପୁତ୍ର ଯୋୟାବ୍ ପ୍ରଥମେ ଗଲା ଓ ପ୍ରଧାନ କରାଗଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

7 ପୁଣି ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ ।

8 ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍, ମିଲ୍ଲୋଠାରୁ ଚତୁର୍ଦିଗରେ ନଗର ନିର୍ମାଣ କଲେ; ପୁଣି ଯୋୟାବ୍ ନଗରର ଅବଶିଷ୍ଟ ସ୍ଥାନ ପୁନର୍ନିର୍ମାଣ କଲେ ।

9 ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାଙ୍କର ସହାୟ ଥିଲେ ।

10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

11 ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍ମୋନୀୟର ପୁତ୍ର ଯାଶ୍ବୀୟାମ୍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକା ବେଳେ ସେମାନଙ୍କୁ ବଧ କରିଥିଲା ।

12 ପୁଣି ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା ।

13 ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ତେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;

ପ୍ରଥମ ବଂଶାବଳୀ ଅଧ୍ୟାୟ 11

14 ଏଥିରେ ସେମାନେ ସେହି ଭୂମିଖଣ୍ତ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁ ମହାଜୟ ଦ୍ଵାରା ସେମାନଙ୍କୁ ଉଦ୍ଧାର କଲେ ।

15 ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍, ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଗଲେ । ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ ।

16 ପୁଣି ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

17 ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥଲିହିମ-ନଗରଦ୍ଵାର-ନିକଟସ୍ଥ କୂପଜଳ ପାନ କରିବାକୁ ମୋତେ ଦିଅନ୍ତା କି!

18 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ଵାର-ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,

19 ମୋʼ ପରମେଶ୍ଵର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି । ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

20 ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା ।

21 ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା ।

22 ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

23 ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତ୍କାୟ ଏକ ମିସ୍ରୀୟ ପୁରୁଷକୁ ବଧ କଲା; ସେହି ମିସ୍ରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି ବନାୟ ଏକ ଯଷ୍ଟି ନେଇ ଯାଇ ସେହି ମିସ୍ରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା ।

24 ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା ।

25 ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ ।

ପ୍ରଥମ ବଂଶାବଳୀ ଅଧ୍ୟାୟ 11

26 ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;

27 ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍,

28 ତକୋୟୀୟ ଇକ୍କେଶର ପୁତ୍ର ଇରା, ଅନାଥୋତୀୟ ଅବୀୟେସର;

29 ହୁଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;

30 ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍;

31 ବିନ୍ୟାମୀନ-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;

ପ୍ରଥମ ବଂଶାବଳୀ ଅଧ୍ୟାୟ 11

32 ଗାଶ୍ ନଦୀ ତୀର ନିବାସୀ ହୂରୟ, ଅର୍ବ୍ବତୀୟ ଅବୀୟେଲ;

33 ବାହାରୁମୀୟ ଅସ୍ମାବତ୍, ଶାଲବେନୀୟ ଇଲୀୟହବ;

34 ଗିଷୋନୀୟ ହାଷେମ୍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;

35 ହରାରୀୟ ସାଖରର ପୁତ୍ର ଅହୀୟାମ୍, ଊରର ପୁତ୍ର ଇଲୀଫାଲ;

36 ମଖେରାତୀୟ ହେଫର୍, ପଲୋନୀୟ ଅହୀୟ;

37 କର୍ମିଲୀୟ ହିଷ୍ରୟ, ଇଷ୍ବୟର ପୁତ୍ର ନାରୟ;

ପ୍ରଥମ ବଂଶାବଳୀ ଅଧ୍ୟାୟ 11

38 ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;

39 ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;

40 ଯିତ୍ରୀୟ ଗାରେବ୍;

41 ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍,

42 ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;

43 ମାଖାର ପୁତ୍ର ହାନନ୍, ମିନିୀୟ ଯୋଶାଫଟ୍;

ପ୍ରଥମ ବଂଶାବଳୀ ଅଧ୍ୟାୟ 11

44 ଅଷ୍ଟାରୋତୀୟ ଉଷୀୟ; ଅରୋୟେରୀୟ ହୋଥମ୍ର ପୁତ୍ର ଶାମ୍ ଓ ଯିୟୀୟେଲ୍;

45 ଶିମ୍ରିର ପୁତ୍ର ଯିଦୀୟେଲ୍ ଓ ତାହାର ଭ୍ରାତା ତୀଷୀୟ ଯୋହା;

46 ମହବୀୟ, ଇଲୀୟେଲ୍, ଇଲ୍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;

47 ଇଲୀୟେଲ୍ ଓ ଓବେଦ୍ ଓ ମସୋବାୟୀୟ ଯାସୀୟେଲ୍ ।