ସିଫନିୟ ଅଧ୍ୟାୟ 2
ଯିହୁଦାର ଶତ୍ରୁମାନଙ୍କ ପ୍ରତି ବିଚାର 1 ହେ ଲଜ୍ଜାହୀନ ଗୋଷ୍ଠୀ, ତୁମ୍ଭେମାନେ ଏକତ୍ର ହୁଅ, ହଁ, ଏକତ୍ର ହୁଅ;
2 ଆଜ୍ଞା ସଫଳ ହେବା ପୂର୍ବେ, ଦିନ ତୁଷ ପରି ଉଡ଼ିଯିବା ପୂର୍ବେ, ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ, ସଦାପ୍ରଭୁଙ୍କ କ୍ରୋଧର ଦିନ ତୁମ୍ଭମାନଙ୍କ ଉପରେ ଆସିବା ପୂର୍ବେ ଏକତ୍ର ହୁଅ।
3 ହେ ଦେଶସ୍ଥ ନମ୍ର ଲୋକମାନେ, ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ, ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ଵେଷଣ କର, ଧର୍ମର ଅନ୍ଵେଷଣ କର, ନମ୍ରତାର ଅନ୍ଵେଷଣ କର; ହୋଇପାରେ, ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମ୍ଭେମାନେ ଗୁପ୍ତ ସ୍ଥାନରେ ରଖାଯିବ।
4