Oriya ବାଇବଲ |

ଯିରିମିୟ total 52 ଅଧ୍ୟାୟଗୁଡ଼ିକ

ଯିରିମିୟ

ଯିରିମିୟ ଅଧ୍ୟାୟ 45
ଯିରିମିୟ ଅଧ୍ୟାୟ 45

ବାରୂକକୁ ଈଶ୍ୱରଙ୍କ ପ୍ରତିଜ୍ଞା 1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ, ନେରୀୟର ପୁତ୍ର ବାରୂକ ଏହି ସମସ୍ତ କଥା ଯିରିମୀୟଙ୍କ ମୁଖରୁ ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମୀୟ ଭବିଷ୍ୟଦ୍‍ବକ୍ତା ତାହାକୁ ଏହି କଥା କହିଲେ,

2 “ହେ ବାରୂକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି;

3 ତୁମ୍ଭେ କହିଲ, ‘ହାୟ, ହାୟ, ମୁଁ ଏବେ ସନ୍ତାପର ପାତ୍ର ! କାରଣ ସଦାପ୍ରଭୁ ମୋ’ ବେଦନାରେ ଦୁଃଖ ଯୋଗ କରିଅଛନ୍ତି; ମୁଁ କାତରୋକ୍ତି କରି କରି କ୍ଳାନ୍ତ ହେଉଅଛି ଓ ମୋର କିଛି ବିଶ୍ରାମ ନାହିଁ।’

ଯିରିମିୟ ଅଧ୍ୟାୟ 45

4 ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ, ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ, ସମୁଦାୟ ଦେଶରେ ଏହା କରିବା।

5 ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ,’ କାରଣ ସଦାପ୍ରଭୁ କହନ୍ତି, ‘ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା; ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ, ସେସକଳ ସ୍ଥାନରେ ଲୁଟ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।’ ”