Oriya ବାଇବଲ |

ପ୍ରଥମ ବଂଶାବଳୀ total 29 ଅଧ୍ୟାୟଗୁଡ଼ିକ

ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 6
ପ୍ରଥମ ବଂଶାବଳୀ ଅଧ୍ୟାୟ 6

ଲେବୀଙ୍କ ବଂଶଧର 1 ଲେବୀର ପୁତ୍ର ଗେର୍ଶୋନ‍, କହାତ ଓ ମରାରି।

2 କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର୍‍ ଓ ହିବ୍ରୋଣ ଓ ଉଷୀୟେଲ।

3 ଅମ୍ରାମ୍‍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ। ପୁଣି, ହାରୋଣର ପୁତ୍ର ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମର।

4 ଇଲୀୟାସର ପୀନହସ୍‍କୁ ଜାତ କଲା, ପୀନହସ୍‍ ଅବୀଶୂୟକୁ ଜାତ କଲା;

5 ପୁଣି, ଅବୀଶୂୟ ବୁକ୍‍କିକୁ ଜାତ କଲା ଓ ବୁକ୍‍କୁ ଉଷିକୁ ଜାତ କଲା;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

6 ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍‍କୁ ଜାତ କଲା;

7 ମରାୟୋତ୍‍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା।

8 ଆଉ ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଅହୀମାସ୍‍କୁ ଜାତ କଲା;

9 ଅହୀମାସ୍‍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍‍କୁ ଜାତ କଲା;

10 ଆଉ ଯୋହାନନ୍‍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

11 ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍‍କୁ ଜାତ କଲା;

12 ପୁଣି, ଅହୀଟୂବ୍‍ ସାଦୋକକୁ ଜାତ କଲା, ସାଦୋକ ଶଲ୍ଲୁମ୍‍କୁ ଜାତ କଲା;

13 ଶଲ୍ଲୁମ୍‍ ହିଲ୍‍କୀୟକୁ ଜାତ କଲା, ହିଲ୍‍କିୟ ଅସରୀୟକୁ ଜାତ କଲା;

14 ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋଷାଦକଙ୍କୁ ଜାତ କଲା।

15 ପୁଣି, ସଦାପ୍ରଭୁ ନବୂଖଦ୍‍ନିତ୍ସରର ହସ୍ତ ଦ୍ୱାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋଷାଦକ ବନ୍ଦୀ ହୋଇ ଗଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

16 ଲେବୀର ପୁତ୍ର ଗେର୍ଶୋମ, କହାତ ଓ ମରାରି ଥିଲେ।

17 ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍‍ନି ଓ ଶିମୀୟି।

18 କହାତର ପୁତ୍ର ଅମ୍ରାମ୍‍, ଯିଷ୍‍ହର୍‍, ହିବ୍ରୋଣ ଓ ଉଷୀୟେଲ।

19 ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ।

20 ଗେର୍ଶୋମର (ସନ୍ତାନ); ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଯହତ୍‍, ତାହାର ପୁତ୍ର ସିମ୍ମ;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

21 ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ।

22 କହାତର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର;

23 ତାହାର ପୁତ୍ର ଇଲ୍‍କାନା, ତାହାର ପୁତ୍ର ଅବୀୟାସଫ, ତାହାର ପୁତ୍ର ଅସୀର;

24 ତାହାର ପୁତ୍ର ତହତ, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ।

25 ଇଲ୍‍କାନାର ସନ୍ତାନ ଅମାସୟ ଓ ଅହୀମୋତ୍‍।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

26 ଇଲ୍‍କାନା; ଇଲ୍‍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହତ୍‍;

27 ତାହାର ପୁତ୍ର ଇଲୀୟାବ୍‍, ତାହାର ପୁତ୍ର ଯିରୋହମ୍‍, ତାହାର ପୁତ୍ର ଇଲ୍‍କାନା।

28 ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ୱିତୀୟ ଅବୀୟ।

29 ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍‍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ;

30 ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

31 (ନିୟମ)ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ ଏହି।

32 ପୁଣି, ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ବୁରୂପ ଆବାସ ସମ୍ମୁଖରେ ଗାନ ଦ୍ୱାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ୱ ସ୍ୱ ପଦରେ ସେବା କଲେ।

33 ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

34 ସେ ଇଲ୍‍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲ୍‍ର ପୁତ୍ର, ସେ ତୋହର ପୁତ୍ର;

35 ସେ ସୂଫର ପୁତ୍ର, ସେ ଇଲ୍‍କାନାର ପୁତ୍ର, ସେ ମାହତ୍‍ର ପୁତ୍ର, ସେ ଅମାସୟର ପୁତ୍ର;

36 ସେ ଇଲ୍‍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର;

37 ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର;

38 ସେ ଯିଷ୍‍ହରିର ପୁତ୍ର, ସେ କହାତର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

39 ହେମନର ଭ୍ରାତା ଆସଫ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ର;

40 ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍‍କୀୟର ପୁତ୍ର;

41 ସେ ଇତ୍‍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର;

42 ସେ ଏଥନ୍‍ର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟିର ପୁତ୍ର।

43 ସେ ଯହତ୍‍ର ପୁତ୍ର, ସେ ଗେର୍ଶୋମର ପୁତ୍ର, ସେ ଲେବୀର ପୁତ୍ର।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

44 ବାମ ଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍‍ କୀଶିର ପୁତ୍ର, ସେ ଅବ୍‍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର;

45 ସେ ହଶବୀୟର ପୁତ୍ର, ସେ ଅମତ୍‍ସୀୟର ପୁତ୍ର, ସେ ହିଲ୍‍କିୟର ପୁତ୍ର;

46 ସେ ଅମ୍‍ସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର;

47 ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର।

48 ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ୱରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

49 ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ୱରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ।

50 ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପୀନହସ୍‍, ତାହାର ପୁତ୍ର ଅବୀଶୂୟ

51 ତାହାର ପୁତ୍ର ବୁକ୍‍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

52 ତାହାର ପୁତ୍ର ମରାୟୋତ୍‍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍‍;

53 ତାହାର ପୁତ୍ର ସାଦୋକ, ତାହାର ପୁତ୍ର ଅହୀମାସ୍‍।

54 ଆଉ ସେମାନଙ୍କ ସ୍ୱ ସ୍ୱ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ। ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା,

55 ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

56 ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଦିଆଗଲା।

57 ପୁଣି, ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ ନଗରସବୁ, ହିବ୍ରୋଣ; ଲିବ୍‍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି;

58 ହିଲେନ୍‍, ତହିଁର ତଳିଭୂମି, ଦବୀର, ତହିଁର ତଳିଭୂମି;

59 ଆଶନ୍‍, ତହିଁର ତଳିଭୂମି ଓ ବେଥ୍-ଶେମଶ, ତହିଁର ତଳିଭୂମି;

60 ପୁଣି, ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍‍, ତହିଁର ତଳିଭୂମି ଓ ଅନାଥୋତ୍‍, ତହିଁର ତଳିଭୂମି ଦିଆଗଲା। ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

61 ପୁଣି, କହାତର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧ ବଂଶ, ଅର୍ଥାତ୍‍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା।

62 ଆଉ ଗେର୍ଶୋମର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା।

63 ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ୱାରା ରୁବେନ୍‍-ବଂଶଠାରୁ ଓ ଗାଦ୍‍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

64 ପୁଣି, ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ।

65 ସେମାନେ ଗୁଲିବାଣ୍ଟ ଦ୍ୱାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍ ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ।

66 ପୁଣି, କହାତ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ୱ ସ୍ୱ ସୀମାସ୍ଥ ନଗର ପାଇଲେ।

67 ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍‍; ତଳିଭୂମି ସହିତ ଗେଷର୍‍;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

68 ତଳିଭୂମି ସହିତ ଯକମୀୟାମ୍‍ ଓ ତଳିଭୂମି ସହିତ ବେଥ୍-ହୋରଣ;

69 ତଳିଭୂମି ସହିତ ଅୟାଲୋନ୍‍ ଓ ତଳିଭୂମି ସହିତ ଗାଥ୍‍-ରିମ୍ମୋନ;

70 ପୁଣି, ମନଃଶିର ଅର୍ଦ୍ଧ ବଂଶଠାରୁ ତଳିଭୂମି ସହିତ ଆନେର୍‍ ଓ ତଳିଭୂମି ସହିତ ବିଲୀୟମ୍‍, ଏହିସବୁ ନଗର କହାତ-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକୁ ଦେଲେ।

71 ଗେର୍ଶୋମର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧ ବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍‍ ଓ ତଳିଭୂମି ସହିତ ଅଷ୍ଟାରୋତ୍‍;

ପ୍ରଥମ ବଂଶାବଳୀ ଅଧ୍ୟାୟ 6

72 ଆଉ ଇଷାଖରର ଗୋଷ୍ଠୀଠାରୁ ତଳିଭୂମି ସହିତ କେଦଶ୍‍, ତଳିଭୂମି ସହିତ ଦାବରତ୍‍;

73 ତଳିଭୂମି ସହିତ ରାମୋତ୍‍ ଓ ତଳିଭୂମି ସହିତ ଆନେମ୍‍;

74 ଆଉ ଆଶେର-ବଂଶଠାରୁ ତଳିଭୂମି ସହିତ ମଶାଲ୍‍, ତଳିଭୂମି ସହିତ ଅବଦୋନ୍‍;

75 ତଳିଭୂମି ସହିତ ହୁକ୍‍କୋକ୍‍ ଓ ତଳିଭୂମି ସହିତ ରହୋବ୍‍;

76 ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍‍, ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା।

ପ୍ରଥମ ବଂଶାବଳୀ ଅଧ୍ୟାୟ 6

77 ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍‍, ତଳିଭୂମି ସହିତ ତାବୋର୍‍ ଦିଆଗଲା।

78 ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍‍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍‍ସର ଓ ତଳିଭୂମି ସହିତ ଯହସ୍‍

79 ଓ ତଳିଭୂମି ସହିତ କଦେମୋତ୍‍ ଓ ତଳିଭୂମି ସହିତ ମେଫାତ୍‍;

80 ଆଉ ଗାଦ୍‍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍‍, ତଳିଭୂମି ସହିତ ମହନୟିମ,

ପ୍ରଥମ ବଂଶାବଳୀ ଅଧ୍ୟାୟ 6

81 ତଳିଭୂମି ସହିତ ହିଷ୍‍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା।