click to open

oriya ବାଇବଲ |

14 ଅଧ୍ୟାୟଗୁଡ଼ିକ

ହୋଶେୟ

ହୋଶେୟ ଅଧ୍ୟାୟ 1
ହୋଶେୟ ଅଧ୍ୟାୟ 1

1. ଯିହୁଦାର ରାଜଗଣ ଉଷୀୟ, ଯୋଥମ, ଆହସ ଓ ହିଜକୀୟର ଅଧିକାର ସମୟରେ ଯୋୟାସର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା ।

2. ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ଵାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରୁଅଛି ।

ହୋଶେୟ ଅଧ୍ୟାୟ 1

3. ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା ।

4. ତହୁଁ ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ କାଳ ଉତ୍ତାରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା ।

5. ପୁଣି, ସେସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା ।

6. ଆଉ, ସେ ସ୍ତ୍ରୀ ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା । ଆଉ, ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭେ ତାହାର ନାମ ଲୋ-ରୁହାମା (ଅଦୟା ପାତ୍ରୀ) ରଖ; କାରଣ ଆମ୍ଭେ କୌଣସିମତେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ ।

ହୋଶେୟ ଅଧ୍ୟାୟ 1

7. ମାତ୍ର ଆମ୍ଭେ ଯିହୁଦା-ବଂଶ ପ୍ରତି ଦୟା କରିବା ଓ ଧନୁ କି ଖଡ଼୍‍ଗ କି ଯୁଦ୍ଧ କି ଅଶ୍ଵଗଣ କିଅବା ଅଶ୍ଵାରୋହୀଗଣ ଦ୍ଵାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କ ଦ୍ଵାରା ଉଦ୍ଧାର କରିବା ।

8. ସେ ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା ।

9. ତହିଁରେ ସଦାପ୍ରଭୁ କହିଲେ, ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ନୋହିବା ।

ହୋଶେୟ ଅଧ୍ୟାୟ 1

10. ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି କୁହା ଯାଇଥିଲା, ସେସ୍ଥଳରେ ସେମାନଙ୍କୁ କୁହାଯିବ ଯେ, ତୁମ୍ଭେମାନେ ଜୀବିତ ପରମେଶ୍ଵରଙ୍କର ସନ୍ତାନଗଣ ଅଟ ।

11. ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ; କାରଣ ଯିଷ୍ରିୟେଲର ଦିନ ମହତ ଦିନ ହେବ ।