ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲେବୀୟ ପୁସ୍ତକ

Notes

No Verse Added

ଲେବୀୟ ପୁସ୍ତକ ଅଧ୍ୟାୟ 13

1. ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, 2. ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠ ରୋଗର ଘା ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ । 3. ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘା ଦେଖିବ; ଆଉ ଯେବେ ଘା ର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘା ଯେବେ ତାହା ଶରୀରର ଚର୍ମଠାରୁ ନୀଚ ଦିଶେ, ତେବେ ତାହା କୁଷ୍ଠ ରୋଗର ଘା ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ । 4. ପୁଣି, ଚିକ୍କଣ ଚିହ୍ନ ଯେବେ ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା ହୋଇଅଛି, ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । 5. ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ତାହାର ଦୃଷ୍ଟିରେ ସେହି ଘା ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ରୁଦ୍ଧ କରି ରଖିବ । 6. ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ 7. ମାତ୍ର ସେ ଶୌଚ ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯେବେ ତାହାର ପାମା ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ । 8. ତହିଁରେ ପାମା ତାହାର ଚର୍ମରେ ବ୍ୟାପିଲା, ଏପରି ଯେବେ ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ । 9. କୌଣସି ମନୁଷ୍ୟଠାରେ କୁଷ୍ଠ ରୋଗର ଘା ହେଲେ, ସେ ଯାଜକ ନିକଟକୁ ଅଣାଯିବ; 10. ତହୁଁ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ, 11. ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି । 12. ଆଉ, ଯେବେ କୁଷ୍ଠ ରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘାʼଯୁକ୍ତ ଲୋକର ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠ ରୋଗରେ ଆଚ୍ଛନ୍ନ ହୋଇଥାଏ, 13. ତେବେ ଯାଜକ ଦେଖିବ; ଆଉ ଦେଖ, ଯେବେ କୁଷ୍ଠ ରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକି ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି । 14. ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ । 15. ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠ ରୋଗ । 16. ଅଥବା ଯେବେ ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ, 17. ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ସେହି ଘା ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘାʼଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି । 18. ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ 19. ଯେବେ ସେହି ବଥସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ; 20. ତହିଁରେ ଯାଜକ ତାହା ଦେଖିବ, ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘାଆ । 21. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । 22. ଆଉ, ଯେବେ ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଘାଆ । 23. ମାତ୍ର ଯେବେ ସେହି ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ । 24. କିଅବା ଯେବେ ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ; 25. ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠ ରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ । 26. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । 27. ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯେବେ ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ । 28. ଆଉ, ଯେବେ ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ । 29. ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା ହେଲେ ଯାଜକ ସେହି ଘା ଦେଖିବ; 30. ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ । 31. ଆଉ, ଯାଜକ ଛଉର ଘାଆ ଦେଖନ୍ତେ, ଯେବେ ଦେଖ, ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ-ଘାʼଯୁକ୍ତ ଲୋକକୁ ସାତ ଦିନ ରୁଦ୍ଧ କରି ରଖିବ । 32. ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, 33. ତେବେ ସେ ଲଣ୍ତା ହେବ, ମାତ୍ର ଛଉ-ସ୍ଥାନ ଲଣ୍ତା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ରୁଦ୍ଧ କରି ରଖିବ । 34. ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ ଦେଖ, ଯେବେ ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ । 35. ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ, 36. ତେବେ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦିବର୍ଣ୍ଣ ଲୋମର ଅନ୍ଵେଷଣ କରିବ ନାହିଁ; ସେ ଅଶୁଚି । 37. ମାତ୍ର ତାହାର ଦୃଷ୍ଟିରେ ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ । 38. ପୁଣି, ଯେବେ କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନମାନ, ଅର୍ଥାତ୍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନମାନ ହୁଏ; 39. ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି । 40. ଆଉ, ଯେବେ କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ । 41. ଆଉ, ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା-କପାଳ; ତଥାପି ସେ ଶୁଚି । 42. ମାତ୍ର ଯେବେ ଚନ୍ଦା-ମୁଣ୍ତରେ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆ ହୁଏ; ତେବେ ତାହା ତାହାର ଚନ୍ଦାମୁଣ୍ତରେ କି ଚନ୍ଦା-କପାଳରେ ଉତ୍ପନ୍ନ କୁଷ୍ଠ ରୋଗ । 43. ତହୁଁ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଶରୀରର ଚର୍ମସ୍ଥିତ କୁଷ୍ଠ ପରି ଚନ୍ଦା-ମୁଣ୍ତ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆର ଫୁଲା ଦେଖାଯାଏ; 44. ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘାଆ ହୋଇଅଛି । 45. ଆଉ, ଯେଉଁ କୁଷ୍ଠୀର ଘାଆ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି “ଅଶୁଚି ଅଶୁଚି” ବୋଲି ଡାକ ପକାଇବ । 46. ତାହାଠାରେ ଯେତେ ଦିନ ଘାଆ ଥିବ, ସେତେ ଦିନ ସେ ଅଶୁଚି ରହିବ; ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେତାହାର ବାସସ୍ଥାନ ହେବ । 47. ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠ ରୋଗର ଦାଗ ହୁଏ, 48. ତାହା ଲୋମବସ୍ତ୍ର ହେଉ କି ମସିନାବସ୍ତ୍ର ହେଉ, ଅବା ଲୋମ କି ମସିନାର ଟାଣୀରେ କି ପଡୀୟାଣରେ ହେଉ; କିଅବା ଚର୍ମରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ହେଉ; 49. ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ କି ଟାଣୀରେ କି ପଡୀୟାଣରେ କିମ୍ଵା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ଶାଗୁଆ ବର୍ଣ୍ଣ କି ରକ୍ତ ବର୍ଣ୍ଣ ହୁଏ, ତେବେ ତାହା କୁଷ୍ଠ ରୋଗର ଦାଗ; ପୁଣି, ତାହା ଯାଜକକୁ ଦେଖାଇ ଦିଆଯିବ । 50. ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯହିଁରେ ସେହି ଦାଗ ଥାଏ, ତାହା ସାତ ଦିନ ରୁଦ୍ଧ କରି ରଖିବ । 51. ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯେବେ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମନିର୍ମିତ ବସ୍ତୁରେ ଯେବେ ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠ; ତାହା ଅଶୁଚି ଅଟେ । 52. ଏଣୁ ବସ୍ତ୍ରରେ ଅବା ଲୋମନିର୍ମିତ କି ମସିନାନିର୍ମିତ ଟାଣୀରେ ବା ପଡୀୟାଣରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠ; ତାହା ଅଗ୍ନିରେ ଦଗ୍ଧ ହେବ । 53. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ; 54. ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ତାହା ରୁଦ୍ଧ କରି ରଖିବ; 55. ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; ଚନ୍ଦା ଭିତରେ କି ବାହାରେ ଥିଲେ ତାହା କ୍ଷୟକାରକ । 56. ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯେବେ ଦେଖ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ । 57. ତଥାପି ଯେବେ ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ । 58. ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯେବେ ସେହି ଦାଗ ଯାଏ, ତେବେ ଦ୍ଵିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ । 59. ଲୋମ କି ମସିନାନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି ।
1. ଅନନ୍ତର ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, .::. 2. ଯେବେ କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠ ରୋଗର ଘା ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ । .::. 3. ତହୁଁ ଯାଜକ ତାହା ଶରୀରର ଚର୍ମସ୍ଥିତ ଘା ଦେଖିବ; ଆଉ ଯେବେ ଘା ର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ପୁଣି ଘା ଯେବେ ତାହା ଶରୀରର ଚର୍ମଠାରୁ ନୀଚ ଦିଶେ, ତେବେ ତାହା କୁଷ୍ଠ ରୋଗର ଘା ଅଟେ; ଆଉ ଯାଜକ ତାହାକୁ ଦେଖିବ ଓ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ । .::. 4. ପୁଣି, ଚିକ୍କଣ ଚିହ୍ନ ଯେବେ ତାହା ଶରୀରର ଚର୍ମରେ ଶ୍ଵେତବର୍ଣ୍ଣ ହୋଇଥାଏ ଓ ତାହା ଚର୍ମଠାରୁ ନୀଚ ନ ଥାଏ ଓ ତାହାର ଲୋମ ଶ୍ଵେତବର୍ଣ୍ଣ ହୋଇ ନ ଥାଏ, ତେବେ ଯାହାର ଘା ହୋଇଅଛି, ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । .::. 5. ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ତାହାର ଦୃଷ୍ଟିରେ ସେହି ଘା ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ରୁଦ୍ଧ କରି ରଖିବ । .::. 6. ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ .::. 7. ମାତ୍ର ସେ ଶୌଚ ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯେବେ ତାହାର ପାମା ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ । .::. 8. ତହିଁରେ ପାମା ତାହାର ଚର୍ମରେ ବ୍ୟାପିଲା, ଏପରି ଯେବେ ଯାଜକ ଦେଖେ, ତେବେ ସେ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ । .::. 9. କୌଣସି ମନୁଷ୍ୟଠାରେ କୁଷ୍ଠ ରୋଗର ଘା ହେଲେ, ସେ ଯାଜକ ନିକଟକୁ ଅଣାଯିବ; .::. 10. ତହୁଁ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ତାହାର ଚର୍ମରେ ଶ୍ଵେତବର୍ଣ୍ଣ ଫୁଲା ଥାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ ଓ ସେହି ଫୁଲାରେ କଞ୍ଚା ମାଂସ ବୃଦ୍ଧି ପାଉଥାଏ, .::. 11. ତେବେ ତାହାର ଶରୀରର ଚର୍ମରେ ତାହା ପୁରାତନ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେ ତାହାକୁ ରୁଦ୍ଧ କରିବ ନାହିଁ, କାରଣ ସେ ଅଶୁଚି । .::. 12. ଆଉ, ଯେବେ କୁଷ୍ଠ ରୋଗ ଚର୍ମରେ ଫୁଟି ବାହାରେ ଓ ଯେତେ ଦୂର ଯାଜକକୁ ଦେଖାଯାଏ, ତଦନୁସାରେ ଘାʼଯୁକ୍ତ ଲୋକର ମସ୍ତକଠାରୁ ପାଦ ପର୍ଯ୍ୟନ୍ତ ଚର୍ମ କୁଷ୍ଠ ରୋଗରେ ଆଚ୍ଛନ୍ନ ହୋଇଥାଏ, .::. 13. ତେବେ ଯାଜକ ଦେଖିବ; ଆଉ ଦେଖ, ଯେବେ କୁଷ୍ଠ ରୋଗ ତାହାର ସର୍ବାଙ୍ଗ ଆଚ୍ଛନ୍ନ କରିଥାଏ, ତେବେ ସେ ରୋଗୀକି ଶୁଚି ବୋଲି ପ୍ରକାଶ କରିବ; ସର୍ବାଙ୍ଗ ଶ୍ଵେତବର୍ଣ୍ଣ ହୋଇଅଛି; ସେ ଶୁଚି । .::. 14. ମାତ୍ର ଯେତେବେଳେ କଞ୍ଚା ମାଂସ ତାହା ଦେହରେ ପ୍ରକାଶ ପାଏ, ସେତେବେଳେ ସେ ଅଶୁଚି ହେବ । .::. 15. ଆଉ, ଯାଜକ ସେହି କଞ୍ଚା ମାଂସ ଦେଖି ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ସେହି କଞ୍ଚା ମାଂସ ଅଶୁଚି; ତାହା କୁଷ୍ଠ ରୋଗ । .::. 16. ଅଥବା ଯେବେ ସେହି କଞ୍ଚା ମାଂସ ପୁନର୍ବାର ପାଲଟି ଶ୍ଵେତବର୍ଣ୍ଣ ହୋଇଯାଏ, ତେବେ ସେ ଯାଜକ ନିକଟକୁ ଯିବ, .::. 17. ଆଉ, ଯାଜକ ତାହାକୁ ଦେଖିବ; ପୁଣି ଦେଖ, ଯେବେ ସେହି ଘା ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ସେ ଘାʼଯୁକ୍ତ ଲୋକକୁ ଶୁଚି ବୋଲି ପ୍ରକାଶ କରିବ; ସେ ଶୁଚି । .::. 18. ଆଉ ଶରୀରର ଚର୍ମରେ ବଥ ହୋଇ ଭଲ ହେଲା ଉତ୍ତାରେ .::. 19. ଯେବେ ସେହି ବଥସ୍ଥାନରେ ଶ୍ଵେତବର୍ଣ୍ଣ ଫୁଲା ଅବା ରକ୍ତଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ, ତେବେ ତାହା ଯାଜକକୁ ଦେଖାଇବ; .::. 20. ତହିଁରେ ଯାଜକ ତାହା ଦେଖିବ, ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁର ଲୋମ ଶ୍ଵେତବର୍ଣ୍ଣ ହୋଇଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ବଥରୁ ଉତ୍ପନ୍ନ କୁଷ୍ଠ ରୋଗର ଘାଆ । .::. 21. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ତହିଁରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । .::. 22. ଆଉ, ଯେବେ ତାହା ଚର୍ମରେ ବ୍ୟାପେ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଘାଆ । .::. 23. ମାତ୍ର ଯେବେ ସେହି ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଇ ନ ବଢ଼େ, ତେବେ ତାହା ବଥର ଚିହ୍ନ ଅଟେ; ପୁଣି ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ । .::. 24. କିଅବା ଯେବେ ମାଂସର ଚର୍ମରେ ଅଗ୍ନିଦାହ ହୁଏ ଓ ସେହି ଦାହର ବଢ଼ିଲା ମାଂସରେ ରକ୍ତଶ୍ଵେତବର୍ଣ୍ଣ ଅବା ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନ ହୁଏ; .::. 25. ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଚିକ୍କଣ ଚିହ୍ନରେ ଥିବା ଲୋମ ଶ୍ଵେତବର୍ଣ୍ଣ ହୁଏ ଓ ଚର୍ମର ନୀଚସ୍ଥ ଦେଖାଯାଏ, ତେବେ ତାହା କୁଷ୍ଠ ରୋଗ, ତାହା ଅଗ୍ନିଦାହରୁ ଉତ୍ପନ୍ନ ହୋଇଅଛି; ପୁଣି ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ । .::. 26. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଚିକ୍କଣ ଚିହ୍ନରେ ଶ୍ଵେତବର୍ଣ୍ଣ ଲୋମ ନ ଥାଏ ଓ ତାହା ଚର୍ମର ନୀଚସ୍ଥ ନ ହୋଇ ମଳିନ ହୋଇଥାଏ, ତେବେ ଯାଜକ ତାହାକୁ ସାତ ଦିନ ରୁଦ୍ଧ କରି ରଖିବ । .::. 27. ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ଯେବେ ତାହା ଚର୍ମରେ ବ୍ୟାପିଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା କୁଷ୍ଠ ରୋଗର ଘାଆ । .::. 28. ଆଉ, ଯେବେ ଚିକ୍କଣ ଚିହ୍ନ ସ୍ଵସ୍ଥାନରେ ଥାଏ ଓ ଚର୍ମରେ ବୃଦ୍ଧି ନ ପାଇ ମଳିନ ହୋଇଥାଏ; ତେବେ ତାହା ଦାହର ଫୁଲା, ଆଉ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ଯେହେତୁ ତାହା ଅଗ୍ନିକୃତ କ୍ଷତର ଚିହ୍ନ । .::. 29. ଆଉ, ପୁରୁଷ ଅବା ସ୍ତ୍ରୀର ମସ୍ତକରେ ଅବା ଦାଢ଼ିରେ ଘା ହେଲେ ଯାଜକ ସେହି ଘା ଦେଖିବ; .::. 30. ଆଉ ଦେଖ, ଯେବେ ତାହା ଚର୍ମର ନୀଚସ୍ଥ ଦେଖାଯାଏ ଓ ତହିଁରେ ହଳଦି ବର୍ଣ୍ଣ ସରୁ ଲୋମ ଥାଏ, ତେବେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ; ତାହା ଛଉ, ତାହା ମସ୍ତକ ଅବା ଦାଢ଼ିର କୁଷ୍ଠରୋଗ । .::. 31. ଆଉ, ଯାଜକ ଛଉର ଘାଆ ଦେଖନ୍ତେ, ଯେବେ ଦେଖ, ତାହା ଚର୍ମର ନୀଚସ୍ଥ ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନ ଥାଏ, ତେବେ ଯାଜକ ସେହି ଛଉ-ଘାʼଯୁକ୍ତ ଲୋକକୁ ସାତ ଦିନ ରୁଦ୍ଧ କରି ରଖିବ । .::. 32. ତହୁଁ ସପ୍ତମ ଦିନରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ ହଳଦିବର୍ଣ୍ଣ ଲୋମ ହୋଇ ନ ଥାଏ; ଆଉ, ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, .::. 33. ତେବେ ସେ ଲଣ୍ତା ହେବ, ମାତ୍ର ଛଉ-ସ୍ଥାନ ଲଣ୍ତା କରିବ ନାହିଁ; ପୁଣି ଯାଜକ ସେହି ଛଉଯୁକ୍ତ ଲୋକକୁ ଆଉ ସାତ ଦିନ ରୁଦ୍ଧ କରି ରଖିବ । .::. 34. ପୁଣି, ସପ୍ତମ ଦିନରେ ଯାଜକ ସେହି ଛଉ ଦେଖିବ; ଆଉ ଦେଖ, ଯେବେ ସେହି ଛଉ ଚର୍ମରେ ବଢ଼ି ନ ଥାଏ ଓ ତାହା ଚର୍ମର ନୀଚସ୍ଥ ଦେଖା ନ ଯାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ । .::. 35. ମାତ୍ର ତାହାର ଶୁଚି ହେଲା ଉତ୍ତାରେ ଯେବେ ଚର୍ମରେ ସେହି ଛଉ ବ୍ୟାପିଯାଏ, .::. 36. ତେବେ ଯାଜକ ତାହାକୁ ଦେଖିବ; ଆଉ ଦେଖ, ଯେବେ ଛଉ ଚର୍ମରେ ବୃଦ୍ଧି ପାଇଥାଏ, ତେବେ ଯାଜକ ହଳଦିବର୍ଣ୍ଣ ଲୋମର ଅନ୍ଵେଷଣ କରିବ ନାହିଁ; ସେ ଅଶୁଚି । .::. 37. ମାତ୍ର ତାହାର ଦୃଷ୍ଟିରେ ଯେବେ ସେହି ଛଉ ବଢ଼ି ନ ଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ଉଠିଥାଏ, ତେବେ ସେହି ଛଉର ଆରୋଗ୍ୟ ହୋଇଅଛି; ସେ ଶୁଚି ହୋଇଅଛି; ଆଉ, ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ । .::. 38. ପୁଣି, ଯେବେ କୌଣସି ପୁରୁଷ କି ସ୍ତ୍ରୀର ଶରୀରର ଚର୍ମରେ ଚିକ୍କଣ ଚିହ୍ନମାନ, ଅର୍ଥାତ୍, ଶ୍ଵେତବର୍ଣ୍ଣ ଚିକ୍କଣ ଚିହ୍ନମାନ ହୁଏ; .::. 39. ତେବେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେମାନଙ୍କ ଶରୀରର ଚର୍ମରେ ସେହି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ଵେତବର୍ଣ୍ଣ ହୁଏ, ତେବେ ତାହା ଚର୍ମରୁ ଉତ୍ପନ୍ନ ଜାଦୁରୋଗ; ସେ ଲୋକ ଶୁଚି । .::. 40. ଆଉ, ଯେବେ କୌଣସି ମନୁଷ୍ୟର ମସ୍ତକରୁ କେଶ ଉପୁଡ଼ିଯାଏ, ତେବେ ସେ ଚନ୍ଦା; ତଥାପି ସେ ଶୁଚି ଅଟେ । .::. 41. ଆଉ, ଯେବେ ତାହାର କେଶ ମସ୍ତକର ସମ୍ମୁଖ ଭାଗରୁ ଉପୁଡ଼ିଯାଏ, ତେବେ ସେ ଚନ୍ଦା-କପାଳ; ତଥାପି ସେ ଶୁଚି । .::. 42. ମାତ୍ର ଯେବେ ଚନ୍ଦା-ମୁଣ୍ତରେ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆ ହୁଏ; ତେବେ ତାହା ତାହାର ଚନ୍ଦାମୁଣ୍ତରେ କି ଚନ୍ଦା-କପାଳରେ ଉତ୍ପନ୍ନ କୁଷ୍ଠ ରୋଗ । .::. 43. ତହୁଁ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ଶରୀରର ଚର୍ମସ୍ଥିତ କୁଷ୍ଠ ପରି ଚନ୍ଦା-ମୁଣ୍ତ କି ଚନ୍ଦା-କପାଳରେ ରକ୍ତଶ୍ଵେତବର୍ଣ୍ଣ ଘାଆର ଫୁଲା ଦେଖାଯାଏ; .::. 44. ତେବେ ସେ କୁଷ୍ଠୀ, ସେ ଅଶୁଚି ଅଟେ; ଯାଜକ ତାହାକୁ ଅବଶ୍ୟ ଅଶୁଚି ବୋଲି ପ୍ରକାଶ କରିବ; ତାହାର ମସ୍ତକରେ ଘାଆ ହୋଇଅଛି । .::. 45. ଆଉ, ଯେଉଁ କୁଷ୍ଠୀର ଘାଆ ହୋଇଅଛି, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ଆପଣାର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ, ପୁଣି “ଅଶୁଚି ଅଶୁଚି” ବୋଲି ଡାକ ପକାଇବ । .::. 46. ତାହାଠାରେ ଯେତେ ଦିନ ଘାଆ ଥିବ, ସେତେ ଦିନ ସେ ଅଶୁଚି ରହିବ; ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେତାହାର ବାସସ୍ଥାନ ହେବ । .::. 47. ମଧ୍ୟ ଯେଉଁ ବସ୍ତ୍ରରେ କୁଷ୍ଠ ରୋଗର ଦାଗ ହୁଏ, .::. 48. ତାହା ଲୋମବସ୍ତ୍ର ହେଉ କି ମସିନାବସ୍ତ୍ର ହେଉ, ଅବା ଲୋମ କି ମସିନାର ଟାଣୀରେ କି ପଡୀୟାଣରେ ହେଉ; କିଅବା ଚର୍ମରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ହେଉ; .::. 49. ଯେବେ ସେହି ଦାଗ ବସ୍ତ୍ରରେ କି ଚର୍ମରେ କି ଟାଣୀରେ କି ପଡୀୟାଣରେ କିମ୍ଵା ଚର୍ମ ନିର୍ମିତ କୌଣସି ଦ୍ରବ୍ୟରେ ଶାଗୁଆ ବର୍ଣ୍ଣ କି ରକ୍ତ ବର୍ଣ୍ଣ ହୁଏ, ତେବେ ତାହା କୁଷ୍ଠ ରୋଗର ଦାଗ; ପୁଣି, ତାହା ଯାଜକକୁ ଦେଖାଇ ଦିଆଯିବ । .::. 50. ତହିଁରେ ଯାଜକ ସେହି ଦାଗ ଦେଖିବ, ପୁଣି ଯହିଁରେ ସେହି ଦାଗ ଥାଏ, ତାହା ସାତ ଦିନ ରୁଦ୍ଧ କରି ରଖିବ । .::. 51. ତହୁଁ ସେ ସପ୍ତମ ଦିନରେ ସେହି ଦାଗ ଦେଖିବ; ଯେବେ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମରେ, ଯେକୌଣସି ଚର୍ମନିର୍ମିତ ବସ୍ତୁରେ ଯେବେ ସେହି ଦାଗ ବଢ଼ିଥାଏ, ତେବେ ତାହା କ୍ଷୟ କୁଷ୍ଠ; ତାହା ଅଶୁଚି ଅଟେ । .::. 52. ଏଣୁ ବସ୍ତ୍ରରେ ଅବା ଲୋମନିର୍ମିତ କି ମସିନାନିର୍ମିତ ଟାଣୀରେ ବା ପଡୀୟାଣରେ କି ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ସେହି ଦାଗ ଥାଏ, ତାହା ସେ ଦଗ୍ଧ କରିବ; କାରଣ ତାହା କ୍ଷୟ କୁଷ୍ଠ; ତାହା ଅଗ୍ନିରେ ଦଗ୍ଧ ହେବ । .::. 53. ମାତ୍ର ଯାଜକ ତାହା ଦେଖନ୍ତେ, ଯେବେ ଦେଖ, ସେହି ଦାଗ ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ବଢ଼ି ନ ଥାଏ; .::. 54. ତେବେ ଯାଜକ ସେହି ଦାଗଯୁକ୍ତ ଦ୍ରବ୍ୟ ଧୋଇବାକୁ ଆଜ୍ଞା ଦେବ, ପୁଣି ସେ ଆଉ ସାତ ଦିନ ତାହା ରୁଦ୍ଧ କରି ରଖିବ; .::. 55. ଆଉ ସେହି ଦାଗ ଧୁଆଗଲା ଉତ୍ତାରେ ଯାଜକ ତାହା ଦେଖିବ; ଆଉ ଦେଖ, ଯେବେ ସେହି ଦାଗର ବର୍ଣ୍ଣ ବଦଳି ନ ଥାଏ ଓ ସେହି ଦାଗ ବଢ଼ି ନ ଥାଏ, ତେବେ ତାହା ଅଶୁଚି; ତୁମ୍ଭେ ତାହା ଅଗ୍ନିରେ ଦଗ୍ଧ କରିବ; ଚନ୍ଦା ଭିତରେ କି ବାହାରେ ଥିଲେ ତାହା କ୍ଷୟକାରକ । .::. 56. ମାତ୍ର ଧୁଆଗଲା ଉତ୍ତାରେ ଯାଜକ ଦେଖନ୍ତେ, ଯେବେ ଦେଖ, ସେହି ଦାଗ ମଳିନ ହୋଇଥାଏ, ତେବେ ସେ ସେହି ବସ୍ତ୍ରରୁ କି ଚର୍ମରୁ କିଅବା ଟାଣୀରୁ କି ପଡୀୟାଣରୁ ତାହା ଚିରି ପକାଇବ । .::. 57. ତଥାପି ଯେବେ ସେହି ବସ୍ତ୍ରରେ କି ଟାଣୀରେ କି ପଡୀୟାଣରେ କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟରେ ତାହା ଦେଖାଯାଏ, ତେବେ ତାହା ବଢ଼ୁଅଛି; ଯହିଁରେ ସେହି ଦାଗ ଥାଏ, ତାହା ତୁମ୍ଭେ ଅଗ୍ନିରେ ପୋଡ଼ି ପକାଇବ । .::. 58. ପୁଣି ଯେଉଁ ବସ୍ତ୍ର କି ଟାଣୀ କି ପଡୀୟାଣ କି ଚର୍ମନିର୍ମିତ କୌଣସି ଦ୍ରବ୍ୟ ଧୌତ କରିବ, ତହିଁରୁ ଯେବେ ସେହି ଦାଗ ଯାଏ, ତେବେ ଦ୍ଵିତୀୟ ଥର ତାହା ଧୁଆଯିବ; ତହିଁରେ ତାହା ଶୁଚି ହେବ । .::. 59. ଲୋମ କି ମସିନାନିର୍ମିତ ବସ୍ତ୍ରର କିଅବା ଟାଣୀର କି ପଡୀୟାଣର କିଅବା ଚର୍ମନିର୍ମିତ କୌଣସି ଦ୍ରବ୍ୟର କୁଷ୍ଠ ଦାଗ ବିଷୟରେ ଶୁଚି ବୋଲି ପ୍ରକାଶ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ୟବସ୍ଥା ଏହି । .::.
  • ଲେବୀୟ ପୁସ୍ତକ ଅଧ୍ୟାୟ 1  
  • ଲେବୀୟ ପୁସ୍ତକ ଅଧ୍ୟାୟ 2  
  • ଲେବୀୟ ପୁସ୍ତକ ଅଧ୍ୟାୟ 3  
  • ଲେବୀୟ ପୁସ୍ତକ ଅଧ୍ୟାୟ 4  
  • ଲେବୀୟ ପୁସ୍ତକ ଅଧ୍ୟାୟ 5  
  • ଲେବୀୟ ପୁସ୍ତକ ଅଧ୍ୟାୟ 6  
  • ଲେବୀୟ ପୁସ୍ତକ ଅଧ୍ୟାୟ 7  
  • ଲେବୀୟ ପୁସ୍ତକ ଅଧ୍ୟାୟ 8  
  • ଲେବୀୟ ପୁସ୍ତକ ଅଧ୍ୟାୟ 9  
  • ଲେବୀୟ ପୁସ୍ତକ ଅଧ୍ୟାୟ 10  
  • ଲେବୀୟ ପୁସ୍ତକ ଅଧ୍ୟାୟ 11  
  • ଲେବୀୟ ପୁସ୍ତକ ଅଧ୍ୟାୟ 12  
  • ଲେବୀୟ ପୁସ୍ତକ ଅଧ୍ୟାୟ 13  
  • ଲେବୀୟ ପୁସ୍ତକ ଅଧ୍ୟାୟ 14  
  • ଲେବୀୟ ପୁସ୍ତକ ଅଧ୍ୟାୟ 15  
  • ଲେବୀୟ ପୁସ୍ତକ ଅଧ୍ୟାୟ 16  
  • ଲେବୀୟ ପୁସ୍ତକ ଅଧ୍ୟାୟ 17  
  • ଲେବୀୟ ପୁସ୍ତକ ଅଧ୍ୟାୟ 18  
  • ଲେବୀୟ ପୁସ୍ତକ ଅଧ୍ୟାୟ 19  
  • ଲେବୀୟ ପୁସ୍ତକ ଅଧ୍ୟାୟ 20  
  • ଲେବୀୟ ପୁସ୍ତକ ଅଧ୍ୟାୟ 21  
  • ଲେବୀୟ ପୁସ୍ତକ ଅଧ୍ୟାୟ 22  
  • ଲେବୀୟ ପୁସ୍ତକ ଅଧ୍ୟାୟ 23  
  • ଲେବୀୟ ପୁସ୍ତକ ଅଧ୍ୟାୟ 24  
  • ଲେବୀୟ ପୁସ୍ତକ ଅଧ୍ୟାୟ 25  
  • ଲେବୀୟ ପୁସ୍ତକ ଅଧ୍ୟାୟ 26  
  • ଲେବୀୟ ପୁସ୍ତକ ଅଧ୍ୟାୟ 27  
×

Alert

×

oriya Letters Keypad References