ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ

Notes

No Verse Added

ଯିଶାଇୟ ଅଧ୍ୟାୟ 5

1. ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ । ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା; 2. ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ତ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା । 3. ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର । 4. ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି? 5. ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ; 6. ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କି ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି । 7. ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ । 8. ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର! 9. ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, ନିଶ୍ଚୟ ଅନେକ ଗୃହ ଧ୍ଵଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ । 10. କାରଣ ଦଶ ମାଣ ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ । 11. ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ଵ କରନ୍ତି, ସେମାନେ ସନ୍ତାପର ପାତ୍ର! 12. ସେମାନଙ୍କ ଭୋଜିରେ ବୀଣା ଓ ନେବଲ, ତବଲା ଓ ବଂଶୀ ଓ ଦ୍ରାକ୍ଷାରସ ଥାଏନ୍ତ ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି। 13. ଏହି ହେତୁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକାରଣ୍ୟ ତୃଷାରେ ଶୁଷ୍କ ହେଉଅଛନ୍ତି । 14. ଏହିହେତୁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ ଓ ସେମାନଙ୍କର ଲୋକାରଣ୍ୟ ଓ ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି । 15. ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ; 16. ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି ଧର୍ମସ୍ଵରୂପ ପରମେଶ୍ଵର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି । 17. ସେସମୟରେ ମେଷଶାବକମାନେ ଆପଣା ଚରା ସ୍ଥାନରେ ଚରିବା ପରି ଚରିବେ, ପୁଣି ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ଵଂସସ୍ଥାନ ଭୋଗ କରିବେ । 18. ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶକଟ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର! 19. ସେମାନେ କହନ୍ତି, ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ଵରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ଵରୂପଙ୍କର ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ । 20. ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ରଣ! 21. ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର! 22. ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ; 23. ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର! 24. ଏଥି ନିମନ୍ତେ ଅଗ୍ନିର ଜିହ୍ଵା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍ ହୁଏ, ସେପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ଵରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି । 25. ଏହିହେତୁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ଵଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ⇧। 26. ପୁଣି, ସେ ଦୂର ଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ଵଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍ ଦେବେ⇧, ପୁଣି ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ; 27. ସେମାନଙ୍କ ମଧ୍ୟରେ କେହି କ୍ଳା; ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁକି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ତିବ ନାହିଁ; 28. ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ଵଗଣର ଖୁରା ଚକମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରିନ୍ତ 29. ସେମାନଙ୍କର ଗର୍ଜନ ସିଂହୀର ଗର୍ଜନ ପରି, ସେମାନେ ଯୁବାସିଂହ ପରି ଗର୍ଜନ କରିବେ; ଆହୁରି, ସେମାନେ ଗର୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇ ଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ । 30. ପୁଣି, ସେମାନେ ସେହିଦିନ ସମୁଦ୍ରର ଗର୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜନ କରିବେ; ତହିଁରେ ଯେବେ କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି ସେସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ ।
1. ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ । ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା; .::. 2. ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ତ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା । .::. 3. ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର । .::. 4. ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି? .::. 5. ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ; .::. 6. ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କି ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି । .::. 7. ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ । .::. 8. ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର! .::. 9. ସୈନ୍ୟାଧିପତି ସଦାପ୍ରଭୁ ମୋʼ କର୍ଣ୍ଣରେ କହନ୍ତି, ନିଶ୍ଚୟ ଅନେକ ଗୃହ ଧ୍ଵଂସସ୍ଥାନ, ମଧ୍ୟ ବୃହତ ଓ ସୁନ୍ଦର ଗୃହମାନ ନିବାସବିହୀନ ହେବ । .::. 10. କାରଣ ଦଶ ମାଣ ଦ୍ରାକ୍ଷାକ୍ଷେତ୍ରରେ ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଓ ଦଶ ମହଣ ବୀଜରୁ କେବଳ ଏକ ମହଣ ଶସ୍ୟ ଉତ୍ପନ୍ନ ହେବ । .::. 11. ଯେଉଁମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠନ୍ତି; ଦ୍ରାକ୍ଷାରସରେ ଉତ୍ତପ୍ତ ହେବା ପର୍ଯ୍ୟନ୍ତ ରାତ୍ରିରେ ବିଳମ୍ଵ କରନ୍ତି, ସେମାନେ ସନ୍ତାପର ପାତ୍ର! .::. 12. ସେମାନଙ୍କ ଭୋଜିରେ ବୀଣା ଓ ନେବଲ, ତବଲା ଓ ବଂଶୀ ଓ ଦ୍ରାକ୍ଷାରସ ଥାଏନ୍ତ ମାତ୍ର ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ ନିରୀକ୍ଷଣ କରନ୍ତି ନାହିଁ କିଅବା ତାହାଙ୍କର ହସ୍ତର କର୍ମ ସେମାନେ ବିବେଚନା କରି ନାହାନ୍ତି। .::. 13. ଏହି ହେତୁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକାରଣ୍ୟ ତୃଷାରେ ଶୁଷ୍କ ହେଉଅଛନ୍ତି । .::. 14. ଏହିହେତୁ ପାତାଳ ଆପଣା ଉଦର ବିସ୍ତାର ଓ ଆପଣା ମୁଖ ଅପରିମିତ ରୂପେ ମେଲାଇଅଛି; ପୁଣି, ସେମାନଙ୍କର ଗୌରବ ଓ ସେମାନଙ୍କର ଲୋକାରଣ୍ୟ ଓ ସେମାନଙ୍କର କଳହ ଓ ସେମାନଙ୍କ ମଧ୍ୟରେ ଉଲ୍ଲାସକାରୀ ଲୋକ ତହିଁ ମଧ୍ୟକୁ ଓହ୍ଲାଇଯାʼନ୍ତି । .::. 15. ପୁଣି, ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ, ପୁଣି ଅହଙ୍କାରୀମାନଙ୍କର ଦୃଷ୍ଟି ନତ ହୁଏ; .::. 16. ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି ଧର୍ମସ୍ଵରୂପ ପରମେଶ୍ଵର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି । .::. 17. ସେସମୟରେ ମେଷଶାବକମାନେ ଆପଣା ଚରା ସ୍ଥାନରେ ଚରିବା ପରି ଚରିବେ, ପୁଣି ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ଵଂସସ୍ଥାନ ଭୋଗ କରିବେ । .::. 18. ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶକଟ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର! .::. 19. ସେମାନେ କହନ୍ତି, ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ଵରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ଵରୂପଙ୍କର ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ । .::. 20. ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ରଣ! .::. 21. ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର! .::. 22. ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ; .::. 23. ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର! .::. 24. ଏଥି ନିମନ୍ତେ ଅଗ୍ନିର ଜିହ୍ଵା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍ ହୁଏ, ସେପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ଵରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି । .::. 25. ଏହିହେତୁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ଵଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା । ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି ⇧। .::. 26. ପୁଣି, ସେ ଦୂର ଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ଵଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍ ଦେବେ⇧, ପୁଣି ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ; .::. 27. ସେମାନଙ୍କ ମଧ୍ୟରେ କେହି କ୍ଳା; ହେବେ ନାହିଁ, କି ଝୁଣ୍ଟି ପଡ଼ିବେ ନାହିଁ; କେହି ଢୁଳାଇବେ ନାହିଁ କି ନିଦ୍ରା ଯିବେ ନାହିଁ; ଆଉ, ସେମାନଙ୍କର କଟିବନ୍ଧନ ଫିଟିବ ନାହିଁକି ସେମାନଙ୍କର ପାଦୁକାର ବନ୍ଧନ ଛିଣ୍ତିବ ନାହିଁ; .::. 28. ସେମାନଙ୍କର ତୀର ତୀକ୍ଷ୍ଣ ଓ ସେମାନଙ୍କର ଧନୁସବୁ ଗୁଣଦିଆ; ସେମାନଙ୍କ ଅଶ୍ଵଗଣର ଖୁରା ଚକମକି ପଥର ପରି ଓ ସେମାନଙ୍କ ରଥର ଚକ୍ର ଘୂର୍ଣ୍ଣିବାୟୁ ପରିନ୍ତ .::. 29. ସେମାନଙ୍କର ଗର୍ଜନ ସିଂହୀର ଗର୍ଜନ ପରି, ସେମାନେ ଯୁବାସିଂହ ପରି ଗର୍ଜନ କରିବେ; ଆହୁରି, ସେମାନେ ଗର୍ଜନ କରି ଓ ଶିକାର ଧରି ନିରାପଦରେ ତାହା ନେଇ ଯିବେ ଓ ଉଦ୍ଧାର କରିବାକୁ କେହି ନ ଥିବେ । .::. 30. ପୁଣି, ସେମାନେ ସେହିଦିନ ସମୁଦ୍ରର ଗର୍ଜନ ତୁଲ୍ୟ ଲୋକମାନଙ୍କ ଉପରେ ଗର୍ଜନ କରିବେ; ତହିଁରେ ଯେବେ କେହି ଦେଶ ପ୍ରତି ଅନାଇବ, ତେବେ ଦେଖ, ଅନ୍ଧକାର ଓ ସଙ୍କଟ, ପୁଣି ସେସ୍ଥାନର ଦୀପ୍ତି ମେଘମାଳାରେ ଅନ୍ଧକାରମୟ ହେବ । .::.
  • ଯିଶାଇୟ ଅଧ୍ୟାୟ 1  
  • ଯିଶାଇୟ ଅଧ୍ୟାୟ 2  
  • ଯିଶାଇୟ ଅଧ୍ୟାୟ 3  
  • ଯିଶାଇୟ ଅଧ୍ୟାୟ 4  
  • ଯିଶାଇୟ ଅଧ୍ୟାୟ 5  
  • ଯିଶାଇୟ ଅଧ୍ୟାୟ 6  
  • ଯିଶାଇୟ ଅଧ୍ୟାୟ 7  
  • ଯିଶାଇୟ ଅଧ୍ୟାୟ 8  
  • ଯିଶାଇୟ ଅଧ୍ୟାୟ 9  
  • ଯିଶାଇୟ ଅଧ୍ୟାୟ 10  
  • ଯିଶାଇୟ ଅଧ୍ୟାୟ 11  
  • ଯିଶାଇୟ ଅଧ୍ୟାୟ 12  
  • ଯିଶାଇୟ ଅଧ୍ୟାୟ 13  
  • ଯିଶାଇୟ ଅଧ୍ୟାୟ 14  
  • ଯିଶାଇୟ ଅଧ୍ୟାୟ 15  
  • ଯିଶାଇୟ ଅଧ୍ୟାୟ 16  
  • ଯିଶାଇୟ ଅଧ୍ୟାୟ 17  
  • ଯିଶାଇୟ ଅଧ୍ୟାୟ 18  
  • ଯିଶାଇୟ ଅଧ୍ୟାୟ 19  
  • ଯିଶାଇୟ ଅଧ୍ୟାୟ 20  
  • ଯିଶାଇୟ ଅଧ୍ୟାୟ 21  
  • ଯିଶାଇୟ ଅଧ୍ୟାୟ 22  
  • ଯିଶାଇୟ ଅଧ୍ୟାୟ 23  
  • ଯିଶାଇୟ ଅଧ୍ୟାୟ 24  
  • ଯିଶାଇୟ ଅଧ୍ୟାୟ 25  
  • ଯିଶାଇୟ ଅଧ୍ୟାୟ 26  
  • ଯିଶାଇୟ ଅଧ୍ୟାୟ 27  
  • ଯିଶାଇୟ ଅଧ୍ୟାୟ 28  
  • ଯିଶାଇୟ ଅଧ୍ୟାୟ 29  
  • ଯିଶାଇୟ ଅଧ୍ୟାୟ 30  
  • ଯିଶାଇୟ ଅଧ୍ୟାୟ 31  
  • ଯିଶାଇୟ ଅଧ୍ୟାୟ 32  
  • ଯିଶାଇୟ ଅଧ୍ୟାୟ 33  
  • ଯିଶାଇୟ ଅଧ୍ୟାୟ 34  
  • ଯିଶାଇୟ ଅଧ୍ୟାୟ 35  
  • ଯିଶାଇୟ ଅଧ୍ୟାୟ 36  
  • ଯିଶାଇୟ ଅଧ୍ୟାୟ 37  
  • ଯିଶାଇୟ ଅଧ୍ୟାୟ 38  
  • ଯିଶାଇୟ ଅଧ୍ୟାୟ 39  
  • ଯିଶାଇୟ ଅଧ୍ୟାୟ 40  
  • ଯିଶାଇୟ ଅଧ୍ୟାୟ 41  
  • ଯିଶାଇୟ ଅଧ୍ୟାୟ 42  
  • ଯିଶାଇୟ ଅଧ୍ୟାୟ 43  
  • ଯିଶାଇୟ ଅଧ୍ୟାୟ 44  
  • ଯିଶାଇୟ ଅଧ୍ୟାୟ 45  
  • ଯିଶାଇୟ ଅଧ୍ୟାୟ 46  
  • ଯିଶାଇୟ ଅଧ୍ୟାୟ 47  
  • ଯିଶାଇୟ ଅଧ୍ୟାୟ 48  
  • ଯିଶାଇୟ ଅଧ୍ୟାୟ 49  
  • ଯିଶାଇୟ ଅଧ୍ୟାୟ 50  
  • ଯିଶାଇୟ ଅଧ୍ୟାୟ 51  
  • ଯିଶାଇୟ ଅଧ୍ୟାୟ 52  
  • ଯିଶାଇୟ ଅଧ୍ୟାୟ 53  
  • ଯିଶାଇୟ ଅଧ୍ୟାୟ 54  
  • ଯିଶାଇୟ ଅଧ୍ୟାୟ 55  
  • ଯିଶାଇୟ ଅଧ୍ୟାୟ 56  
  • ଯିଶାଇୟ ଅଧ୍ୟାୟ 57  
  • ଯିଶାଇୟ ଅଧ୍ୟାୟ 58  
  • ଯିଶାଇୟ ଅଧ୍ୟାୟ 59  
  • ଯିଶାଇୟ ଅଧ୍ୟାୟ 60  
  • ଯିଶାଇୟ ଅଧ୍ୟାୟ 61  
  • ଯିଶାଇୟ ଅଧ୍ୟାୟ 62  
  • ଯିଶାଇୟ ଅଧ୍ୟାୟ 63  
  • ଯିଶାଇୟ ଅଧ୍ୟାୟ 64  
  • ଯିଶାଇୟ ଅଧ୍ୟାୟ 65  
  • ଯିଶାଇୟ ଅଧ୍ୟାୟ 66  
×

Alert

×

oriya Letters Keypad References