ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ

Notes

No Verse Added

ଯାତ୍ରା ପୁସ୍ତକ ଅଧ୍ୟାୟ 35

1. ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି। 2. ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ତ ହେବ । 3. ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ । 4. ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ । 5. ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେ କେହି ସ୍ଵଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ଵର୍ଣ୍ଣ ଓ ରୌପ୍ୟ ଓ ପିତ୍ତଳ, 6. ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ, 7. ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ, 8. ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ, 9. ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ । 10. ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ, 11. ଅର୍ଥାତ୍, ଆବାସ ଓ ତହିଁର ତମ୍ଵୁ ଓ ଛାତ ଓ ଘୁଣ୍ତି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ, 12. ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର, 13. ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ, 14. ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ, 15. ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ଵାରର ଆଚ୍ଛାଦନବସ୍ତ୍ର, 16. ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି, 17. ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, 18. ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ଵୁ, 19. ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ । 20. ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ । 21. ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ । 22. ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ଵଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ତଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵର୍ଣ୍ଣର ଉପହାର ଉତ୍ସର୍ଗ କଲେ । 23. ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ। 24. ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା । 25. ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ । 26. ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ । 27. ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି, 28. ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ । 29. ଇସ୍ରାଏଲ-ସନ୍ତାନଗଣ ସ୍ଵେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ । 30. ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ। 31. ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି 32. ଚିତ୍ର କର୍ମ ଓ ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ 33. ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ । 34. ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ । 35. ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ ।
1. ତହିଁ ଉତ୍ତାରୁ ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଏକତ୍ର କରି କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସମସ୍ତ ବାକ୍ୟ ପାଳନ କରିବାକୁ ଆଜ୍ଞା ଦେଇଅଛନ୍ତି। .::. 2. ଛଅ ଦିନ କର୍ମ କରାଯିବ, ମାତ୍ର ସପ୍ତମ ଦିନ ତୁମ୍ଭମାନଙ୍କ ନିକଟରେ ପବିତ୍ର ଦିନ ହେବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାବିଶ୍ରାମଦିନ ହେବ, ଯେ କେହି ସେହି ଦିନ କର୍ମ କରିବ, ତାହାର ପ୍ରାଣଦଣ୍ତ ହେବ । .::. 3. ତୁମ୍ଭେମାନେ ବିଶ୍ରାମଦିନରେ ଆପଣାମାନଙ୍କ କୌଣସି ବାସସ୍ଥାନରେ ଅଗ୍ନି ଜାଳିବ ନାହିଁ । .::. 4. ଆଉ, ମୋଶା ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀକି ଆହୁରି କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଲେ । .::. 5. ତୁମ୍ଭେମାନେ ସଦାପ୍ରଭୁଙ୍କ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ ଉପହାର ସଂଗ୍ରହ କର; ଯେ କେହି ସ୍ଵଚ୍ଛନ୍ଦମନା, ସେ ସଦାପ୍ରଭୁଙ୍କ ନିମନ୍ତେ ସ୍ଵର୍ଣ୍ଣ ଓ ରୌପ୍ୟ ଓ ପିତ୍ତଳ, .::. 6. ପୁଣି ନୀଳ ବର୍ଣ୍ଣ ଓ ଧୂମ୍ର ବର୍ଣ୍ଣ ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର ଓ କ୍ଷୌମ ସୂତ୍ରଓ ଛାଗ ଲୋମ, .::. 7. ପୁଣି ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ, .::. 8. ପୁଣି ଦୀପାର୍ଥକ ତୈଳ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପାର୍ଥକ ଗନ୍ଧଦ୍ରବ୍ୟ, .::. 9. ପୁଣି ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ସଦାପ୍ରଭୁଙ୍କର ଉପହାର ଆଣିବ । .::. 10. ଆଉ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଜ୍ଞମନା ଲୋକ ଆସି ସଦାପ୍ରଭୁଙ୍କର ଆଦିଷ୍ଟ ସକଳ ବସ୍ତୁ ନିର୍ମାଣ କରନ୍ତୁ, .::. 11. ଅର୍ଥାତ୍, ଆବାସ ଓ ତହିଁର ତମ୍ଵୁ ଓ ଛାତ ଓ ଘୁଣ୍ତି ଓ ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗୀ, .::. 12. ପୁଣି ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ପାପାଚ୍ଛାଦନ ଓ ଆଚ୍ଛାଦନର ବିଚ୍ଛେଦବସ୍ତ୍ର, .::. 13. ପୁଣି ମେଜଓ ତହିଁର ସାଙ୍ଗୀ ଓ ପାତ୍ରସକଳ ଓ ଦର୍ଶନୀୟ ରୋଟୀ, .::. 14. ପୁଣି ଦୀପ୍ତି ନିମନ୍ତେ ଦୀପବୃକ୍ଷ ଓ ତହିଁର ପାତ୍ର ଓ ପ୍ରଦୀପ ଓ ଦୀପାର୍ଥକ ତୈଳ, .::. 15. ପୁଣି ଧୂପବେଦି ଓ ତହିଁର ସାଙ୍ଗୀ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ଓ ଆବାସ-ପ୍ରବେଶଦ୍ଵାରର ଆଚ୍ଛାଦନବସ୍ତ୍ର, .::. 16. ପୁଣି ହୋମବେଦି ଓ ତହିଁର ପିତ୍ତଳ ଝାଞ୍ଜିରୀ ଓ ସାଙ୍ଗୀ ଓ ପାତ୍ରସକଳ ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି, .::. 17. ପୁଣି ପ୍ରାଙ୍ଗଣର ପରଦା ଓ ତହିଁର ସ୍ତମ୍ଭ ଓ ଚୁଙ୍ଗୀ ଓ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନବସ୍ତ୍ର, .::. 18. ପୁଣି ଆବାସର ମେଖ ଓ ପ୍ରାଙ୍ଗଣର ମେଖ ଓ ଉଭୟର ରଜ୍ଜ୍ଵୁ, .::. 19. ପୁଣି ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକକର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ । .::. 20. ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ମୋଶାଙ୍କ ସମ୍ମୁଖରୁ ପ୍ରସ୍ଥାନ କଲେ । .::. 21. ପୁଣି ଯାହାର ମନ ଯାହାକୁ ପ୍ରବର୍ତ୍ତାଇଲା ଓ ଯାହାର ଆତ୍ମା ଯାହାକୁ ଇଚ୍ଛୁକ କଲା, ସେମାନେ ସମାଗମ-ତମ୍ଵୁ ନିର୍ମାଣ ନିମନ୍ତେ ଓ ତତ୍ସମ୍ଵନ୍ଧୀୟ ସମସ୍ତ କାର୍ଯ୍ୟ ଓ ପବିତ୍ର ବସ୍ତ୍ର ନିମନ୍ତେ ସଦାପ୍ରଭୁଙ୍କର ଉପହାର ଆଣିଲେ । .::. 22. ପୁଣି ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ଵଚ୍ଛନ୍ଦମନା ଥିଲେ, ସେ ସମସ୍ତେ ଆସି ଉରୋମଣି ଓ କୁଣ୍ତଳ ଓ ଅଙ୍ଗୁରୀୟ ଓ ହାର ପ୍ରଭୃତି ସ୍ଵର୍ଣ୍ଣ ଅଳଙ୍କାରସବୁ ଆଣିଲେ; ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ଵର୍ଣ୍ଣର ଉପହାର ଉତ୍ସର୍ଗ କଲେ । .::. 23. ପୁଣି ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଓ ଛାଗ ଲୋମ ଓ ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ। .::. 24. ପୁଣି ଯେ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା; ଆଉ ଯାହା ନିକଟରେ ସେବାର କୌଣସି କର୍ମ ନିମନ୍ତେ ଶିଟୀମ୍ କାଷ୍ଠ ଥିଲା, ସେ ତାହା ଆଣିଲା । .::. 25. ବୁଦ୍ଧିମତୀ ସ୍ତ୍ରୀମାନେ ଆପଣା ଆପଣା ହସ୍ତରେ ସୂତା କାଟି ନୀଳ ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମ ସୂତ୍ର ଆଣିଲେ । .::. 26. ପୁଣି ଯେଉଁ ସ୍ତ୍ରୀମାନଙ୍କର ମନ ଜ୍ଞାନରେ ପ୍ରବୃତ୍ତ ହେଲା, ସେସମସ୍ତେ ଛାଗ ଲୋମର ସୂତା କାଟିଲେ । .::. 27. ପୁଣି ଅଧ୍ୟକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକାଦି ଖଚନାର୍ଥକ ମଣି, .::. 28. ଆଉ ଦୀପ ଓ ଅଭିଷେକାର୍ଥକ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ ଓ ତୈଳ ଆଣିଲେ । .::. 29. ଇସ୍ରାଏଲ-ସନ୍ତାନଗଣ ସ୍ଵେଚ୍ଛାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଆଣିଲେ; ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଯାହା କରିବାକୁ ଆଜ୍ଞା ଦେଇଥିଲେ, ତହିଁର କୌଣସି ପ୍ରକାର କର୍ମ କରିବା ପାଇଁ ଯେଉଁ ଯେଉଁ ପୁରୁଷ ଓ ସ୍ତ୍ରୀମାନଙ୍କର ମନ ସେମାନଙ୍କୁ ଇଚ୍ଛୁକ କଲା, ସେମାନେ ପ୍ରତ୍ୟେକେ ଉପହାର ଆଣିଲେ । .::. 30. ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଆହୁରି କହିଲେ, ଦେଖ, ସଦାପ୍ରଭୁ ଯିହୁଦାବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଡାକିଲେ। .::. 31. ପୁଣି ତାହାକୁ ଜ୍ଞାନ, ବୁଦ୍ଧି, ବିଦ୍ୟା ଓ କର୍ମନୈପୁଣ୍ୟ-ଦାୟକ ପରମେଶ୍ଵରଙ୍କ ଆତ୍ମାରେ ପରିପୂର୍ଣ୍ଣ କରି .::. 32. ଚିତ୍ର କର୍ମ ଓ ସ୍ଵର୍ଣ୍ଣ, ରୌପ୍ୟ ଓ ପିତ୍ତଳ ଖୋଦନ .::. 33. ଓ ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଷ୍ଠ ଖୋଦନ, ଏହିସବୁ ଶିଳ୍ପକର୍ମ କରିବା ପାଇଁ ତାହାକୁ ନିପୁଣ କଲେ । .::. 34. ପୁଣି ଶିକ୍ଷା ଦେବା ପାଇଁ ତାହାର ଓ ଦାନବଂଶୀୟ ଅହୀଷାମକର ପୁତ୍ର ଅହଲୀୟାବର ମନରେ ପ୍ରବୃତ୍ତି ଦେଲେ । .::. 35. ଆଉ ଖୋଦନ ଓ ଶିଳ୍ପକର୍ମ କରିବା ନିମନ୍ତେ, ପୁଣି ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ଶୁଭ୍ର କ୍ଷୌମସୂତ୍ରରେ ସୂଚି କର୍ମ ଓ ତନ୍ତୀ କର୍ମ କରିବା ନିମନ୍ତେ, ଅର୍ଥାତ୍, ଯାବତୀୟ ଶିଳ୍ପ କର୍ମ ଓ ଚିତ୍ର କର୍ମ କରିବା ପାଇଁ ସେମାନଙ୍କ ମନକୁ ଜ୍ଞାନରେ ପରିପୂର୍ଣ୍ଣ କଲେ । .::.
  • ଯାତ୍ରା ପୁସ୍ତକ ଅଧ୍ୟାୟ 1  
  • ଯାତ୍ରା ପୁସ୍ତକ ଅଧ୍ୟାୟ 2  
  • ଯାତ୍ରା ପୁସ୍ତକ ଅଧ୍ୟାୟ 3  
  • ଯାତ୍ରା ପୁସ୍ତକ ଅଧ୍ୟାୟ 4  
  • ଯାତ୍ରା ପୁସ୍ତକ ଅଧ୍ୟାୟ 5  
  • ଯାତ୍ରା ପୁସ୍ତକ ଅଧ୍ୟାୟ 6  
  • ଯାତ୍ରା ପୁସ୍ତକ ଅଧ୍ୟାୟ 7  
  • ଯାତ୍ରା ପୁସ୍ତକ ଅଧ୍ୟାୟ 8  
  • ଯାତ୍ରା ପୁସ୍ତକ ଅଧ୍ୟାୟ 9  
  • ଯାତ୍ରା ପୁସ୍ତକ ଅଧ୍ୟାୟ 10  
  • ଯାତ୍ରା ପୁସ୍ତକ ଅଧ୍ୟାୟ 11  
  • ଯାତ୍ରା ପୁସ୍ତକ ଅଧ୍ୟାୟ 12  
  • ଯାତ୍ରା ପୁସ୍ତକ ଅଧ୍ୟାୟ 13  
  • ଯାତ୍ରା ପୁସ୍ତକ ଅଧ୍ୟାୟ 14  
  • ଯାତ୍ରା ପୁସ୍ତକ ଅଧ୍ୟାୟ 15  
  • ଯାତ୍ରା ପୁସ୍ତକ ଅଧ୍ୟାୟ 16  
  • ଯାତ୍ରା ପୁସ୍ତକ ଅଧ୍ୟାୟ 17  
  • ଯାତ୍ରା ପୁସ୍ତକ ଅଧ୍ୟାୟ 18  
  • ଯାତ୍ରା ପୁସ୍ତକ ଅଧ୍ୟାୟ 19  
  • ଯାତ୍ରା ପୁସ୍ତକ ଅଧ୍ୟାୟ 20  
  • ଯାତ୍ରା ପୁସ୍ତକ ଅଧ୍ୟାୟ 21  
  • ଯାତ୍ରା ପୁସ୍ତକ ଅଧ୍ୟାୟ 22  
  • ଯାତ୍ରା ପୁସ୍ତକ ଅଧ୍ୟାୟ 23  
  • ଯାତ୍ରା ପୁସ୍ତକ ଅଧ୍ୟାୟ 24  
  • ଯାତ୍ରା ପୁସ୍ତକ ଅଧ୍ୟାୟ 25  
  • ଯାତ୍ରା ପୁସ୍ତକ ଅଧ୍ୟାୟ 26  
  • ଯାତ୍ରା ପୁସ୍ତକ ଅଧ୍ୟାୟ 27  
  • ଯାତ୍ରା ପୁସ୍ତକ ଅଧ୍ୟାୟ 28  
  • ଯାତ୍ରା ପୁସ୍ତକ ଅଧ୍ୟାୟ 29  
  • ଯାତ୍ରା ପୁସ୍ତକ ଅଧ୍ୟାୟ 30  
  • ଯାତ୍ରା ପୁସ୍ତକ ଅଧ୍ୟାୟ 31  
  • ଯାତ୍ରା ପୁସ୍ତକ ଅଧ୍ୟାୟ 32  
  • ଯାତ୍ରା ପୁସ୍ତକ ଅଧ୍ୟାୟ 33  
  • ଯାତ୍ରା ପୁସ୍ତକ ଅଧ୍ୟାୟ 34  
  • ଯାତ୍ରା ପୁସ୍ତକ ଅଧ୍ୟାୟ 35  
  • ଯାତ୍ରା ପୁସ୍ତକ ଅଧ୍ୟାୟ 36  
  • ଯାତ୍ରା ପୁସ୍ତକ ଅଧ୍ୟାୟ 37  
  • ଯାତ୍ରା ପୁସ୍ତକ ଅଧ୍ୟାୟ 38  
  • ଯାତ୍ରା ପୁସ୍ତକ ଅଧ୍ୟାୟ 39  
  • ଯାତ୍ରା ପୁସ୍ତକ ଅଧ୍ୟାୟ 40  
×

Alert

×

oriya Letters Keypad References