ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଆୟୁବ ପୁସ୍ତକ

ରେକର୍ଡଗୁଡିକ

ଆୟୁବ ପୁସ୍ତକ ଅଧ୍ୟାୟ 40

1 ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ, 2 ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ଵରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ । 3 ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, 4 ଦେଖ, ମୁଁ ଅକିଞ୍ଚନ; ତୁମ୍ଭକୁ କି ଉତ୍ତର ଦେବି? ମୁଁ ନିଜ ମୁଖରେ ଆପଣା ହାତ ଦିଏ । 5 ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ । 6 ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, 7 ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ । 8 ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ? 9 ଅବା ତୁମ୍ଭର ବାହୁ କି ପରମେଶ୍ଵରଙ୍କ ବାହୁ ତୁଲ୍ୟ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର? 10 ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ଵରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର । 11 ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକି ଅନାଇ ତାହାକୁ ନତ କର । 12 ପ୍ରତ୍ୟେକ ଗର୍ବୀକି ଅନାଇ ତାହାକୁ ଖର୍ବ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ । 13 ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ ସେମାନଙ୍କ ମୁଖ ବାନ୍ଧି ପକାଅ । 14 ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ଵୀକାର କରିବା । 15 ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ । 16 ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ । 17 ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ । 18 ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି । 19 ସେ ପରମେଶ୍ଵରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ଼୍‍ଗ ତାହାକୁ ସ୍ପର୍ଶ କରିପାରେ । 20 ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି । 21 ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ । 22 ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ । 23 ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ । 24 ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ? ଅବା ରଜ୍ଜୁ ଦ୍ଵାରା ତାହାର ନାସିକା ଫୋଡ଼ିବ?
1 ଆହୁରି, ସଦାପ୍ରଭୁ ଆୟୁବକୁ ଉତ୍ତର କରି କହିଲେ, .::. 2 ଦୋଷାନ୍ଵେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ଵରଙ୍କ ସଙ୍ଗେ ଯୁକ୍ତି କରେ, ସେ ଏଥିର ଉତ୍ତର ଦେଉ । .::. 3 ତହୁଁ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, .::. 4 ଦେଖ, ମୁଁ ଅକିଞ୍ଚନ; ତୁମ୍ଭକୁ କି ଉତ୍ତର ଦେବି? ମୁଁ ନିଜ ମୁଖରେ ଆପଣା ହାତ ଦିଏ । .::. 5 ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ; ହଁ, ଦୁଇଥର କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ । .::. 6 ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, .::. 7 ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ; ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ । .::. 8 ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ? .::. 9 ଅବା ତୁମ୍ଭର ବାହୁ କି ପରମେଶ୍ଵରଙ୍କ ବାହୁ ତୁଲ୍ୟ? ଓ ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର? .::. 10 ତେବେ, ତୁମ୍ଭେ ପ୍ରାଧାନ୍ୟ ଓ ମହତ୍ତ୍ଵରେ ବିଭୂଷିତ ହୁଅ; ପୁଣି, ସମ୍ଭ୍ରମ ଓ ପ୍ରତାପ ପରିଧାନ କର । .::. 11 ତୁମ୍ଭେ ଆପଣା ଉଚ୍ଛଳିତ କ୍ରୋଧ ଢାଳି ପକାଅ ଓ ପ୍ରତ୍ୟେକ ଅହଙ୍କାରୀକି ଅନାଇ ତାହାକୁ ନତ କର । .::. 12 ପ୍ରତ୍ୟେକ ଗର୍ବୀକି ଅନାଇ ତାହାକୁ ଖର୍ବ କର; ଦୁଷ୍ଟମାନଙ୍କୁ ସେମାନଙ୍କ ଠିଆ ହେବା ସ୍ଥାନରେ ଦଳି ପକାଅ । .::. 13 ସେମାନଙ୍କୁ ଏକତ୍ର ଧୂଳିରେ ଲୁଚାଇ ଦିଅ; ଗୁପ୍ତ ସ୍ଥାନରେ ସେମାନଙ୍କ ମୁଖ ବାନ୍ଧି ପକାଅ । .::. 14 ତେବେ ତୁମ୍ଭ ଦକ୍ଷିଣ ହସ୍ତ ଯେ ତୁମ୍ଭକୁ ଉଦ୍ଧାର କରିପାରେ, ଆମ୍ଭେ ହିଁ ତୁମ୍ଭ ବିଷୟରେ ଏହା ସ୍ଵୀକାର କରିବା । .::. 15 ବହେମୋତକୁ ଦେଖ, ଆମ୍ଭେ ତୁମ୍ଭ ସଙ୍ଗେ ତାହାକୁ ସୃଷ୍ଟି କରିଅଛୁ; ସେ ଗୋରୁ ପରି ତୃଣ ଖାଏ । .::. 16 ଦେଖ, ତାହାର କଟିଦେଶରେ ତାହାର ବଳ ଥାଏ ଓ ତାହାର ଉଦରସ୍ଥ ପେଶୀରେ ତାହାର ଶକ୍ତି ଥାଏ । .::. 17 ସେ ଏରସ ବୃକ୍ଷ ପରି ଆପଣା ଲାଙ୍ଗୁଳ ହଲାଏ; ତାହାର ଊରୁଦେଶର ଶିରାସବୁ ଏକତ୍ର ସଂଯୁକ୍ତ । .::. 18 ତାହାର ଅସ୍ଥିସବୁ ପିତ୍ତଳର ନଳ ପରି; ତାହାର ଅଙ୍ଗପ୍ରତ୍ୟଙ୍ଗ ଲୁହାର ଅର୍ଗଳ ପରି । .::. 19 ସେ ପରମେଶ୍ଵରଙ୍କ କାର୍ଯ୍ୟ ମଧ୍ୟରେ ଅଗ୍ରଗଣ୍ୟ; ଯେ ତାହାକୁ ସୃଷ୍ଟି କଲେ, କେବଳ ତାହାଙ୍କର ଖଡ଼୍‍ଗ ତାହାକୁ ସ୍ପର୍ଶ କରିପାରେ । .::. 20 ଆହୁରି, ପର୍ବତଗଣ ତାହା ପାଇଁ ଖାଦ୍ୟ ଉତ୍ପନ୍ନ କରନ୍ତି, ସେଠାରେ ବନ୍ୟ ପଶୁ ସମସ୍ତେ କ୍ରୀଡ଼ା କରନ୍ତି । .::. 21 ସେ ନଳବନ ଭିତରେ ଓ ଝିଲରେ ପଦ୍ମବୃକ୍ଷ ତଳେ ଶୟନ କରେ । .::. 22 ପଦ୍ମବୃକ୍ଷ ଆପଣା ଛାୟାରେ ତାହାକୁ ଆଚ୍ଛନ୍ନ କରେ; ନଦୀର ବାଇଶ ବୃକ୍ଷ ତାହାର ଚତୁର୍ଦ୍ଦିଗରେ ଥାଏ । .::. 23 ଦେଖ, ନଦୀ ବଢ଼ିଲେ, ସେ କମ୍ପିତ ହୁଏ ନାହିଁ; ଯର୍ଦ୍ଦନ ତାହାର ମୁଖ ସରିକି ବଢ଼ିଲେ ହେଁ ସେ ସୁସ୍ଥିର ଥାଏ । .::. 24 ସେ ଜାଗ୍ରତ ଥିବା ବେଳେ କେହି କି ତାକୁ ଧରିବ? ଅବା ରଜ୍ଜୁ ଦ୍ଵାରା ତାହାର ନାସିକା ଫୋଡ଼ିବ? .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
×

Alert

×

Oriya Letters Keypad References